ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସୁନ୍ଦରଗଡ଼ର ଆରିଫାଙ୍କୁ ମିଳିଲା ରାସନ କାର୍ଡ, ଏବେ BSKY ସହାୟତାରେ ମିଳିବ ମାଗଣା ଚିକିତ୍ସା

The Sakala Picture
Published On

ସୁନ୍ଦରଗଡ଼: କାଲି ଗଣମାଧ୍ୟମରେ ଖବର ପ୍ରସାରଣ, ଆଜି ସମାଧାନ । ଖବର ପ୍ରସାରଣ ପରେ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଫାତିମାଙ୍କୁ ରାସନ କାର୍ଡ ଯୋଗାଇବାକୁ ରାଜ୍ୟ ଖାଦ୍ୟ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଫଳରେ ସୁନ୍ଦରଗଡର ଆରିଫା ଫାତିମାଙ୍କୁ ମାତ୍ର କିଛି ଘଣ୍ଟାରେ ମିଳିଛି ରାସନ କାର୍ଡ । ରାଜ୍ୟ ଖାଦ୍ୟ କମିଶନର ଅବନୀ ସାହୁ ଏନେଇ ସୂଚନା ଦେଇଛନ୍ତି । ଅର୍ଥାଭାବରୁ ଆରିଫାଙ୍କ ଅଚଳ ଦୁଇ କିଡନୀର ଚିକିତ୍ସା ହୋଇପାରୁନଥିଲା । ନନ୍ଦିଘୋଷ […]

ସୁନ୍ଦରଗଡ଼: କାଲି ଗଣମାଧ୍ୟମରେ ଖବର ପ୍ରସାରଣ, ଆଜି ସମାଧାନ । ଖବର ପ୍ରସାରଣ ପରେ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଫାତିମାଙ୍କୁ ରାସନ କାର୍ଡ ଯୋଗାଇବାକୁ ରାଜ୍ୟ ଖାଦ୍ୟ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଫଳରେ ସୁନ୍ଦରଗଡର ଆରିଫା ଫାତିମାଙ୍କୁ ମାତ୍ର କିଛି ଘଣ୍ଟାରେ ମିଳିଛି ରାସନ କାର୍ଡ । ରାଜ୍ୟ ଖାଦ୍ୟ କମିଶନର ଅବନୀ ସାହୁ ଏନେଇ ସୂଚନା ଦେଇଛନ୍ତି । ଅର୍ଥାଭାବରୁ ଆରିଫାଙ୍କ ଅଚଳ ଦୁଇ କିଡନୀର ଚିକିତ୍ସା ହୋଇପାରୁନଥିଲା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆଶାର କିରଣ ଦେଖାଦେଇଛି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ରାସନ କାର୍ଡ ନ ଥିବାରୁ ଆରିଫା ବିଏସକେୱାଇ କାର୍ଡ ପାଇପାରୁନଥିଲେ । ଖାଦ୍ୟ କମିଶନର କାର୍ଡ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଏବେ କାର୍ଡ ଇସ୍ୟୁ ହୋଇଥିବାବେଳେ ସଂଧ୍ୟା ସୁଦ୍ଧା ଫାତିମାଙ୍କୁ ନୂଆ ରାସନ କାର୍ଡ ଓ ବିଏସକେୱାଇ କାର୍ଡ ମିଳିବ । ନିୟମ ଅନୁସାରେ ଫାତିମା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇପାରିବେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ମାତ୍ର ୧୦ ବର୍ଷ ବୟସରେ କୁନି ଫାତିମାର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଦୁଇଟି ଯାକ କିଡନୀ ପ୍ରତିରୋପଣ ନେଇ ଡାକ୍ତରଙ୍କ ପରାମର୍ଶ ପରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଭାଙ୍ଗିପଡିଛି ଫାତିମାଙ୍କ ପୂରା ପରିବାର । ସୁନ୍ଦରଗଡ ସରକାରୀ ଚିକିତ୍ସାଳୟରେ ଆରିଫାଙ୍କ ଚିକିତ୍ସା ଚାଲିଥିବା ବେଳେ ସପ୍ତାହକୁ ଦୁଇରୁ ତିନି ଥର ଡାଇଲିସିସ ଚାଲିଛି । କିଡନୀ ପ୍ରତିରୋପଣ ପାଇଁ ୧୨ରୁ ୧୪ ଲକ୍ଷ ଟଙ୍କା ଦରକାର । ପାଖରେ ଏତେ ଟଙ୍କା ନଥିବାରୁ ସହାୟତା ମାଗିଛନ୍ତି ବାପା ମାଆ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ପୁଣି ଫାତିମା ନାଚିବ ଆଉ ପାଠ ପଢ଼ିବ । ଡାକ୍ତର ହେବାର ସ୍ବପ୍ନ ପୂରଣ କରିବ ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

21 Jul 2023 By The Sakala

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସୁନ୍ଦରଗଡ଼ର ଆରିଫାଙ୍କୁ ମିଳିଲା ରାସନ କାର୍ଡ, ଏବେ BSKY ସହାୟତାରେ ମିଳିବ ମାଗଣା ଚିକିତ୍ସା

ସୁନ୍ଦରଗଡ଼: କାଲି ଗଣମାଧ୍ୟମରେ ଖବର ପ୍ରସାରଣ, ଆଜି ସମାଧାନ । ଖବର ପ୍ରସାରଣ ପରେ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ଫାତିମାଙ୍କୁ ରାସନ କାର୍ଡ ଯୋଗାଇବାକୁ ରାଜ୍ୟ ଖାଦ୍ୟ କମିଶନରଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଫଳରେ ସୁନ୍ଦରଗଡର ଆରିଫା ଫାତିମାଙ୍କୁ ମାତ୍ର କିଛି ଘଣ୍ଟାରେ ମିଳିଛି ରାସନ କାର୍ଡ । ରାଜ୍ୟ ଖାଦ୍ୟ କମିଶନର ଅବନୀ ସାହୁ ଏନେଇ ସୂଚନା ଦେଇଛନ୍ତି । ଅର୍ଥାଭାବରୁ ଆରିଫାଙ୍କ ଅଚଳ ଦୁଇ କିଡନୀର ଚିକିତ୍ସା ହୋଇପାରୁନଥିଲା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆଶାର କିରଣ ଦେଖାଦେଇଛି ।

ରାସନ କାର୍ଡ ନ ଥିବାରୁ ଆରିଫା ବିଏସକେୱାଇ କାର୍ଡ ପାଇପାରୁନଥିଲେ । ଖାଦ୍ୟ କମିଶନର କାର୍ଡ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ । ଏବେ କାର୍ଡ ଇସ୍ୟୁ ହୋଇଥିବାବେଳେ ସଂଧ୍ୟା ସୁଦ୍ଧା ଫାତିମାଙ୍କୁ ନୂଆ ରାସନ କାର୍ଡ ଓ ବିଏସକେୱାଇ କାର୍ଡ ମିଳିବ । ନିୟମ ଅନୁସାରେ ଫାତିମା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇପାରିବେ ।

ମାତ୍ର ୧୦ ବର୍ଷ ବୟସରେ କୁନି ଫାତିମାର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଦୁଇଟି ଯାକ କିଡନୀ ପ୍ରତିରୋପଣ ନେଇ ଡାକ୍ତରଙ୍କ ପରାମର୍ଶ ପରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଭାଙ୍ଗିପଡିଛି ଫାତିମାଙ୍କ ପୂରା ପରିବାର । ସୁନ୍ଦରଗଡ ସରକାରୀ ଚିକିତ୍ସାଳୟରେ ଆରିଫାଙ୍କ ଚିକିତ୍ସା ଚାଲିଥିବା ବେଳେ ସପ୍ତାହକୁ ଦୁଇରୁ ତିନି ଥର ଡାଇଲିସିସ ଚାଲିଛି । କିଡନୀ ପ୍ରତିରୋପଣ ପାଇଁ ୧୨ରୁ ୧୪ ଲକ୍ଷ ଟଙ୍କା ଦରକାର । ପାଖରେ ଏତେ ଟଙ୍କା ନଥିବାରୁ ସହାୟତା ମାଗିଛନ୍ତି ବାପା ମାଆ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ପୁଣି ଫାତିମା ନାଚିବ ଆଉ ପାଠ ପଢ଼ିବ । ଡାକ୍ତର ହେବାର ସ୍ବପ୍ନ ପୂରଣ କରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର