ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ନବନିର୍ମାଣର ସାରଥୀ ଭି.କେ ପାଣ୍ଡିଆନ୍‌‌

The Sakala Picture
Published On

ରାଉରକେଲା (ଦେବଦତ୍ତ ପଟ୍ଟନାୟକ): ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ନବନିର୍ମାଣର ସାରଥୀ ଭି.କେ ପାଣ୍ଡିଆନ୍‌‌ ତାଙ୍କର ଦୁଇ ଦଶନ୍ଧିରୁ ଅଧିକ ସମୟର ଚାକିରି ଜୀବନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାମ୍ପିଅନ୍‌‌ ଟିମର ଅଲ୍‌‌ରାଉଣ୍ଡର୍‌‌ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ତାଙ୍କର ପ୍ରାଶାସନିକ ଦକ୍ଷତା, ସାଧୁତା, କର୍ମ ପ୍ରବଣତା, ନିଷ୍ଠା, ଆନୁଗତ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁବ କମ୍‌‌ ଦିନରେ ବେଶ୍‌‌ ପ୍ରଭାବିତ କରି ପାରିଥିଲା। ସାରା ରାଜ୍ୟର ସାମଗ୍ରିକ ବିକାଶ, ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା […]

ରାଉରକେଲା (ଦେବଦତ୍ତ ପଟ୍ଟନାୟକ): ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ନବନିର୍ମାଣର ସାରଥୀ ଭି.କେ ପାଣ୍ଡିଆନ୍‌‌ ତାଙ୍କର ଦୁଇ ଦଶନ୍ଧିରୁ ଅଧିକ ସମୟର ଚାକିରି ଜୀବନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାମ୍ପିଅନ୍‌‌ ଟିମର ଅଲ୍‌‌ରାଉଣ୍ଡର୍‌‌ ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି। ତାଙ୍କର ପ୍ରାଶାସନିକ ଦକ୍ଷତା, ସାଧୁତା, କର୍ମ ପ୍ରବଣତା, ନିଷ୍ଠା, ଆନୁଗତ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁବ କମ୍‌‌ ଦିନରେ ବେଶ୍‌‌ ପ୍ରଭାବିତ କରି ପାରିଥିଲା। ସାରା ରାଜ୍ୟର ସାମଗ୍ରିକ ବିକାଶ, ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ କେବଳ ଯେ ସେ ବଦ୍ଧପରିକର; ତାହା ନୁହେଁ ଏହାକୁ ନିଜର କର୍ତ୍ତବ୍ୟ ଓ ପରମ ଧର୍ମ ବୋଲି ବାଛି ନେଇଛନ୍ତି ଶ୍ରୀ ପାଣ୍ଡିଆନ୍‌‌। ସେ ୨୦୦୪ ଅଗଷ୍ଟ ୧୨ ତାରିଖରେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଆରମ୍ଭ କରି ୨୦୦୫ ଏପ୍ରିଲ ୩୦ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ। ଏହି ମାତ୍ର ୮ ମାସ ମଧ୍ୟରେ ରାଉରକେଲାବାସୀଙ୍କ ପାଇଁ ଶ୍ରୀ ପାଣ୍ଡିଆନ୍‌‌ ଯାହା ସବୁ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିଥିଲେ, ସେଥିପାଇଁ ସେ ସଭିଙ୍କ ହୃଦୟରେ ସଦା ସତେଜ ହୋଇ ରହିଯାଇଛନ୍ତି।

ଇସ୍ପାତ ସହରର ବିକାଶ ବିନ୍ଧାଣୀ

ଭି.କେ ପାଣ୍ଡିଆନ୍‌‌ ଯୋଗଦେବା ପରେ ଭି.କେ ପାଣ୍ଡିଆନ୍‌‌ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ତଥା ଆର୍‌‌ଡିଏ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସହରର ସୌନ୍ଦର୍ଯ୍ୟକରଣକୁ ବିଶେଷ ପ୍ରାଧାନ୍ୟ ଦେଇଥିଲେ। ଜବରଦଖଲକାରୀଙ୍କ ଚରାଭୂଇଁ ପାଲଟିଥିବା ଏସିଆ ମହାଦେଶର ସର୍ବବୃହତ୍‌‌ କଲୋନୀ ଛେଣ୍ଡ କଲୋନୀକୁ ଏକ ଅଣଓସାରିଆ ରାସ୍ତା ଦେଇ ଯିବାକୁ ପଡୁଥିଲା। ଆର୍‌‌ଡିଏ ପକ୍ଷରୁ ଆଲଟ୍‌‌ମେଣ୍ଟ ହୋଇଥିବା ରାସ୍ତାକଡ଼ର ଆବାସିକ ଘରଗୁଡ଼ିକରେ ବେଆଇନ ଭାବେ ଶହଶହ ସ୍ଥାୟୀ ଦୋକାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନର ପସରା ମେଲାଇବା ସହ ଉଭୟ ପାର୍ଶ୍ବରେ ଜବରଦଖଲ ଉକ୍ତ ମୁଖ୍ୟ ରାସ୍ତାକୁ ଆହୁରି ସଙ୍କୁଚିତ କରିଦେଇଥିଲା। ଶ୍ରୀ ପାଣ୍ଡିଆନ୍‌‌ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଏହାର ସମାଧାନ ପାଇଁ ନିଷ୍ପତ୍ତି ନେଇଥିଲେ। ଉଭୟ ପାର୍ଶ୍ବରେ ଥିବା ଜବରଦଖଲକୁ ଉଚ୍ଛେଦ କରିବା ପରେ ଆବାସିକ ଘରକୁ ଆଗକୁ ବଢ଼଼ାଇ ଜବରଦଖଲ କରିଥିବା କନ୍‌‌ଷ୍ଟ୍ରକ୍‌‌ସନକୁ ଯୁଦ୍ଧକାଳୀନ ଭିତ୍ତିରେ ଉଚ୍ଛେଦ କରିଥିଲେ। ଛେଣ୍ଡ କଲୋନୀର ଶତାଧିକ ବାସିନ୍ଦା ସେମାନଙ୍କୁ ଆଲଟ୍‌‌ମେଣ୍ଟ ହୋଇଥିବା ଆବାସିକ ଘରେ ଦୋକାନ ଖୋଲି ରାସ୍ତାକଡ଼କୁ ମଡ଼ାଇ ବ୍ୟବସାୟ କରୁଥିବା ସମସ୍ତ ଦୋକାନକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା। ଏହାପରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟାକୁ ସମାଧାନ କରିବାକୁ ଯାଇ ଉକ୍ତ ରାସ୍ତାର ଦୋହରୀକରଣ ପାଇଁ ସେ ନିଷ୍ପତ୍ତି ନେଇଥିଲେ। ରାଉରକେଲା ଡେଭେଲପ୍‌‌ମେଣ୍ଟ ଅଥରିଟି(ଆରଡିଏ)ର ୮୦ ଲକ୍ଷ ଟଙ୍କା ପାଣ୍ଠିରେ ରିଂରୋଡ ଛକରୁ ବିଏସ୍‌‌ଏନ୍‌‌ଏଲ୍‌‌ ଛକ ପର୍ଯ୍ୟନ୍ତ ଛେଣ୍ଡର ମୁଖ୍ୟ ରାସ୍ତାକୁ ଦୋହରୀକରଣ କରିଥିଲେ। କିଛି ଲୋକ ପ୍ରଶାସନର ଏହି ନିଷ୍ପତ୍ତି ବିରୁଦ୍ଧରେ ଅଦାଲତର ଆଶ୍ରୟ ନେଇଥିଲେ। ତଥାପି ଶ୍ରୀ ପାଣ୍ଡିଆନ୍‌‌ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇ ନ ଥିଲେ। ଆଜି ଛେଣ୍ଡ କଲୋନୀର ମୁଖ୍ୟରାସ୍ତା ଦୋହରୀକରଣ ଏବଂ ପ୍ରଶସ୍ତୀକରଣ ପରେ ଛେଣ୍ଡ କଲୋନୀର ସୌନ୍ଦର୍ଯ୍ୟ ଯେପରି ଭାବେ ବୃଦ୍ଧି ପାଇଛି, ତାହା ଶ୍ରୀ ପାଣ୍ଡିଆନ୍‌‌ଙ୍କ ଯୋଗୁଁ ସମ୍ଭବ ହୋଇପାରିଛି। ଛେଣ୍ଡ କଲୋନୀର ଭିଏସ୍‌‌ଏସ୍‌‌ ମାର୍କେଟ କମ୍ପ୍ଲେକ୍ସ ଦୀର୍ଘଦିନ ଧରି ବନ୍ଦ ପଡ଼ି ଭୂତକୋଠୀରେ ପରିଣତ ହୋଇ ଯାଇଥିବା ବେଳେ ଶ୍ରୀ ପାଣ୍ଡିଆନ୍‌‌ ଏଥିରେ ହସ୍ତକ୍ଷେପ କରିଥିଲେ। ଦୋକାନ ପାଇ ଯେଉଁମାନେ ଦୋକାନ ନ ଖୋଲି ବନ୍ଦ ରଖିଥିଲେ, ସେମାନଙ୍କର ଦୋକାନ ଲିଜ୍‌‌ ତୁରନ୍ତ ବାତିଲ କରି ଅନ୍ୟ ବ୍ୟବସାୟୀଙ୍କୁ ଟେଣ୍ଡର କରି ବଣ୍ଟନ କରିଥିଲେ। ରାସ୍ତା କଡ଼ର ଦୋକାନୀଙ୍କୁ ଏଚ୍‌‌ଆଇଜି ଡୁପ୍ଲେକ୍ସ ମାର୍କେଟ କମ୍ପ୍ଲେକ୍ସ, ବିଏସ୍‌‌ଏନ୍‌‌ଏଲ୍‌‌ ଛକ ମାର୍କେଟ କମ୍ପ୍ଲେକ୍ସ, କଳିଙ୍ଗ ବିହାର ମାର୍କେଟ କମ୍ପ୍ଲେକ୍ସ ଆଦି ନିର୍ମାଣ କରାଯାଇ ଥଇଥାନ କରାଯାଇଥିଲା। ସେହିପରି ଉଠା ଦୋକାନୀମାନଙ୍କୁ ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ୍‌‌ ନିର୍ମାଣ କରାଯାଇ ଥଇଥାନ କରାଯାଇଥିଲା।

ବେଦବ୍ୟାସ ଶୈବପୀଠର ଉନ୍ନତିକରଣ

ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟର ଏକ ପ୍ରମୁଖ ତୀର୍ଥସ୍ଥାନ ତଥା ପର୍ଯ୍ୟଟନ ସ୍ଥଳୀ ବେଦବ୍ୟାସ ଶୈବପୀଠର ଅଧିକ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଶ୍ରୀ ପାଣ୍ଡିଆନ୍‌‌ ‘୫-ଟି’ ସଚିବ ଥିବା ସମୟରେ ସେ ରାଉରକେଲା ଗସ୍ତକରି ଏହାର ବିକାଶ ନେଇ ଏକ ବିସ୍ତୃତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବେଦବ୍ୟାସ ଶୈବପୀଠର ଉନ୍ନତି ପାଇଁ ପ୍ରଥମ ପର୍ଯ୍ୟାୟରେ ୧୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଗତ ଜାନୁଆରୀ ୧୪ ତାରିଖରେ ‘୫-ଟି’ ସଚିବ ଭି କେ ପାଣ୍ଡିଆନ ବେଦବ୍ୟାସ ମନ୍ଦିର ଏବଂ ଶୈବପୀଠ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବା ପରେ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ କରିବା ପାଇଁ କ’ଣ ଆବଶ୍ୟକତା ରହିଛି ସେନେଇ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପାର୍କର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ

ଶ୍ରୀ ପାଣ୍ଡିଆନ୍‌‌ଙ୍କ ସମୟରେ ଛେଣ୍ଡ କଲୋନୀ, ସିଭିଲ୍‌‌ ଟାଉନ୍‌‌ସିପ ତଥା ସହରର ବିଭିନ୍ନ ସ୍ଥାନରେ ଛୋଟ ପିଲାମାନଙ୍କ ପାଇଁ ଆମୋଦପ୍ରମୋଦ, ଖେଳକୁଦ ପାଇଁ ଅନେକ ପାର୍କ ନିର୍ମାଣ, ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ପାର୍କଗୁଡ଼ିକର ପୁନରୁଦ୍ଧାର କରାଯାଇଥିଲା। ପାର୍କଗୁଡ଼ିକରେ ଛୋଟ ପିଲାଙ୍କ ପାଇଁ କ୍ରୀଡ଼ା ଉପକରଣ ଲଗାଯାଇଥିଲା।

ସିଙ୍ଗଲ୍‌‌ ୱିନ୍‌ଡୋରେ ଲିଜ୍‌‌ ଡିଡ୍‌‌ ବ୍ୟବସ୍ଥା

ସେତେବେଳେ ସବୁଠାରୁ ବଡ଼ ସଫଳ ପଦକ୍ଷେପ ହେଉଛି ସିଙ୍ଗଲ୍‌‌ ୱିନ୍‌‌ଡୋରେ ଲିଜ୍‌‌ ଡିଡ୍‌‌ ବ୍ୟବସ୍ଥା। ଏହି ବ୍ୟବସ୍ଥା ଯୋଗୁଁ ଛେଣ୍ଡ ଫେଜ୍‌‌-୧ ଓ ଫେଜ୍‌‌-୨ର ଘରଗୁଡ଼ିକ ରାଜସ୍ୱ ବିଭାଗରୁ ଲିଜ୍‌‌ ଡିଡ୍‌‌ ହେବା ସହ ଆର୍‌‌ଡିଏ ଆଲଟିମାନଙ୍କ ସହ ସବ୍‌‌ ଲିଜ୍‌‌ ଡିଡ୍‌‌ ସମ୍ଭବ ହୋଇଥିଲା। ସେତେବେଳେ ନୂଆ ବସ୍‌‌ଷ୍ଟାଣ୍ଡ ଓ ଗାନ୍ଧୀରୋଡ ଅଞ୍ଚଳ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିବା ସହ ଜବରଦଖଲ ଯୋଗୁଁ ବସଷ୍ଟାଣ୍ଡକୁ ରାସ୍ତା ନ ଥିଲା। ଶ୍ରୀ ପାଣ୍ଡିଆନ୍‌‌ଙ୍କ ଅମଳରେ ସେସବୁ ଜବରଦଖଲ ଉଚ୍ଛେଦ କରାଯାଇ ବିଶ୍ରା ଛକରୁ ନୂଆବସଷ୍ଟାଣ୍ଡକୁ ଡବଲ ରାସ୍ତା ନିର୍ମାଣ କରାଯାଇଥିଲା ଏବଂ ଉକ୍ତ ରାସ୍ତା ଗାନ୍ଧିରୋଡ ହୋଇ ରାଉରକେଲା ରେଳଷ୍ଟେସନ୍‌‌ ପର୍ଯ୍ୟନ୍ତ ରାସ୍ତା ଫିଟିଥିଲା।

ରିଂରୋଡ ଦେଇ ଦୂରଗାମୀ ବସ୍‌‌ ଯାତାୟାତ

ପୂର୍ବରୁ ଓଏସ୍‌‌ଆର୍‌‌ଟିସି ବସ୍‌‌ ସମେତ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ୱର ଆଦି ସମସ୍ତ ଦୂରଗାମୀ ବସଗୁଡ଼ିକ ସେକ୍ଟର-୨ ବସଷ୍ଟାଣ୍ଡରୁ ବାହାରି ବିଶ୍ରା ଛକ ହୋଇ ଉଦିତନଗର, ପାନପୋଷ ହୋଇ ଯାଉଥିଲା। ଫଳରେ କୋଏଲନଗର, ଛେଣ୍ଡ ଓ ସେକ୍ଟର ଅଞ୍ଚଳର ଯାତ୍ରୀମାନେ ଅଟୋରେ ଖର୍ଚ୍ଚାନ୍ତ ହୋଇ ସେକ୍ଟର ୨ କିମ୍ୱା ବିଶ୍ରା ଛକକୁ ଆସିବାକୁ ପଡୁଥିଲା। ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାଣ୍ଡିଆନ୍‌‌ ପରିବହନ ବିଭାଗ ସହ ଆଲୋଚନା କରି ଦୂରଗାମୀ ବସ୍‌‌କୁ ସେକ୍ଟର, ଛେଣ୍ଡ ହୋଇ ରିଙ୍ଗରୋଡରେ ଯାତାୟାତରେ ବ୍ୟବସ୍ଥା କରିଥିଲେ।

ଶ୍ରେଷ୍ଠ ଉପହାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ

ଭୁବନେଶ୍ୱର ପରେ ରାଉରକେଲାରେ ବିଶ୍ୱକପ ହକି ୨୦୨୩ ଆୟୋଜନର ମୁଖ୍ୟ ପୁରୋଧା ଥିଲେ ଭି କେ ପାଣ୍ଡିଆନ୍‌‌। ରାଉରକେଲାରେ ବିଶ୍ୱର ସର୍ବବୃହତ୍‌‌ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମିତ ହୋଇ ଲୋକାର୍ପଣ ହେବା ରାଉରକେଲାବାସୀଙ୍କ ପାଇଁ ସବୁଠାରୁ ବଡ଼ ଉପହାର, ହକିର ସ୍ୱର୍ଣ୍ଣକ୍ଷେତ୍ର ସୁନ୍ଦରଗଡ଼ରେ ଆଜି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ବିଶ୍ୱ କ୍ରୀଡ଼ା ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହେଇଯାଇଛି। ହକିର ଏନ୍ତୁଡ଼ିଶାଳା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଠାରେ ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ‘୫-ଟି’ସଚିବ ଭିକେ ପାଣ୍ଡିଆନ୍‌‌। ୧୨୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଦେଶର ଏହି ସର୍ବବୃହତ ହକି ଷ୍ଟାଡିୟମ୍‌‌ ରେକର୍ଡ ୧୫ ମାସ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ‘୫-ଟି’ ସଚିବ ଶ୍ରୀ ପାଣ୍ଡିଆନ୍‌‌ ତୁହାକୁ ତୁହା ରାଉରକେଲା ଗସ୍ତ କରି ଏହାର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ପ୍ରାୟ ୨୧ ହଜାର ଦର୍ଶକ ବସି ହକି ମ୍ୟାଚ୍‌‌ ଦେଖିପାରିବା ଭଳି କ୍ଷମତା ବହନ କରିଛି ଏହି ଷ୍ଟାଡିୟମ୍‌‌। ପର୍ଯ୍ୟାପ୍ତ ସୁଉଚ୍ଚ ଫ୍ରଡ୍‌‌ ଲାଇଟ୍‌‌, ଏଲ୍‌‌ଇଡି ଟିଭି, ଶୀତତାପ ନିୟନ୍ତ୍ରିତ ପ୍ରେସ୍‌‌ ଲାଉଞ୍ଜ୍‌‌, ଟିଭି ଚାନେଲ ରେକର୍ଡିଂ ରୁମ୍‌‌, ସମ୍ମିଳନୀ କକ୍ଷ, ଡାଇନିଂ ହଲ୍‌‌, ଶୌଚାଳୟ ନିର୍ମିତ ହୋଇଛି। ଏତଦ୍‌‌ବ୍ୟତୀତ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳାଳିଙ୍କ ରହିବା ଉପଯୋଗୀ ୨୨୫ଟି ଅତ୍ୟାଧୁନିକ ସାଜ୍ଜସଜ୍ଜା କୋଠରୀ ବିଶିଷ୍ଟ ପଞ୍ଚ ତାରକା ଢାଞ୍ଚାରେ ହକି ଗ୍ରାମ ନିର୍ମାଣ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ସଂସ୍କାର

ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷାର ଗୁଣାତ୍ମକମାନ ନିମିତ୍ତ ରାଜ୍ୟ ସରକାର ଏହାର ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ୱପ୍ନକୁ ସାକାର କରିବା ପାଇଁ ମଙ୍ଗ ଧରିଥିଲେ ‘୫-ଟି’ ସଚିବ ଶ୍ରୀ ପାଣ୍ଡିଆନ୍‌‌। ଓଡ଼ିଆ ମାଧ୍ୟମ ପାଠ୍ୟକ୍ରମ ପ୍ରତି ଯେପରି କେହି ବିମୁଖ ନ ହେବେ ସେଥିପାଇଁ ଓଡ଼ିଶା ସରକାରଙ୍କ ‘୫-ଟି’ ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିକୁ ସୁନ୍ଦର, ସ୍ମାର୍ଟ ଓ ଆକର୍ଷଣୀୟ କରାଯିବା ପରିପ୍ରେକ୍ଷୀରେ ‘୫-ଟି’ ରୂପାନ୍ତରଣ ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ମୋଟ ୩୮୭ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ତିନୋଟି ପର୍ଯ୍ୟାୟରେ ୨୯୬ଟିର କାର୍ଯ୍ୟସମ୍ପୂର୍ଣ୍ଣ ହୋଇସାରିଛି। ଚତୁର୍ଥ ପର୍ଯ୍ୟାୟରେ ଅବଶିଷ୍ଟ ୫୮ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହକିର ଏନ୍ତୁଡ଼ିଶାଳା ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲା ହକି କ୍ରୀଡ଼ାର ତୃଣମୂଳ ସ୍ତରରେ ବିକାଶ ପାଇଁ ତଥା ଗାଁ ଗହଳରେ ରହିଥିବା ଲୁକାୟିତ ହକି ପ୍ରତିଭାଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଉଦ୍ଦେଶ୍ୟରେ ‘୫-ଟି’ ସଚିବ ଶ୍ରୀ ପାଣ୍ଡିଆନ୍‌‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ୧୭ଟି ବ୍ଲକରେ ୧୭ଟି ହକି ଆଷ୍ଟ୍ରୋର୍ଟଫ୍‌‌ ବିଛାଯାଇଛି, ଯାହାକି ଗ୍ରାମାଞ୍ଚଳରେ ହକି ପ୍ରତି ଏକ ଅସମ୍ଭବ ପ୍ରକାର ପ୍ରୋତ୍ସାହନ ବୃଦ୍ଧି ପାଇଛି।

ନବୀକୃତ ଡିଏଭି ପୁଷ୍କରିଣୀ

ମୋଟ ୧୧୦୯ କୋଟି ଟଙ୍କାର ୨୨୧ଟି ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଓ ଲୋକାର୍ପିତ ହୋଇସାରିଛି। ସଦ୍ୟ ବିକଶିତ ରାଉରକେଲା ସହରରେ ୧୧ କୋଟି ୯୯ ଲକ୍ଷ ବ୍ୟୟରେ ତିଆରି ବାସନ୍ତୀ କଲୋନୀ ଡିଏଭି ପୋଖରୀର ୱାଟର୍‌‌ ପାର୍କ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୧୪୬ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ୍‌‌ ଷ୍ଟାଡିୟମ୍‌‌, ମଲ୍ଟି କାର୍‌‌ ପାକିଂ ବ୍ୟବସ୍ଥା, ୧୭ କୋଟି ୯୩ ଲକ୍ଷ ଟଙ୍କାର ହନୁମାନ ବାଟିକା ଛକରୁ ଆର୍‌‌ଏସ୍‌‌ପି ମେନ୍‌‌ ଗେଟ୍‌‌ ପର୍ଯ୍ୟନ୍ତ ରିଂ’ ରୋଡ଼ର ସୌନ୍ଦର୍ଯ୍ୟକରଣ, ପ୍ରସିଦ୍ଧ ଶୈବ୍ୟପୀଠ ବେଦବ୍ୟାସରେ ୧୬ କୋଟି ୭ ଲକ୍ଷ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ କରାଯାଇଛି। ଏତଦବ୍ୟତୀତ ୨ କୋଟି ୩୩ ଲକ୍ଷ ବ୍ୟୟରେ ଟ୍ରାଫିକ୍‌‌ ଛକ ନିକଟ ସେନ୍ସରି ପାର୍କ, ୩ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରଘୁନାଥପାଲୀ ଭେଣ୍ଡିଂ ଜୋନ୍‌‌, ୫୦ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ପାନପୋଷ ଏନ୍‌‌ଏସି ମାର୍କେଟ ତଥା ହକି ଛକର ସୌନ୍ଦର୍ଯ୍ୟକରଣ, ବାସନ୍ତୀ କଲୋନୀ, ସିଭିଲ ଟାଉନ୍‌‌ସିପରେ ୨୪.୨୬ କୋଟି ଟଙ୍କାର ଡ୍ରେନେଜ୍‌‌ ବ୍ୟବସ୍ଥା, ଛେଣ୍ଡ, ବାଗୁଡ଼ିବସ୍ତି, ଖଡ଼ିଆଟୋଲା, ମଧୁସୂଦନପଲ୍ଲୀ, ଝରଣା ବସ୍ତି, ବେଦବ୍ୟାସ, ନବକୃଷ୍ଣନଗର ଆଦି ଅଞ୍ଚଳରେ ୭.୩୫ କୋଟି ଟଙ୍କାର ରାସ୍ତା ନିର୍ମାଣ ହୋଇଛି। ସେହିପରି କୁଅାଁରମୁଣ୍ଡା, ଗୁରୁଣ୍ଡିଆ, ଲହୁଣୀପଡ଼ା, ବଣେଇ ଅଞ୍ଚଳରେ ୬୧.୦୧ କୋଟି ଟଙ୍କାର ପୋଲ ନିର୍ମାଣ, ୨୯.୭୫ କୋଟି ଟଙ୍କାରେ ନିର୍ମିତ ଲାଠିକଟା ବ୍ଲକରେ ବୃଦ୍ଧାଶ୍ରମ, ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଉରକେଲାର ପାନ୍ଥ ନିବାସ, ଲାଠିକଟା ବ୍ଲକର ସୁଇଡିହରେ ୧୪.୫୪ କୋଟି ଟଙ୍କାରେ ନିର୍ମିତ ଭିନ୍ନକ୍ଷମଙ୍କ ନିମନ୍ତେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଗୃହ, ବଣେଇର ଝିର୍ଡାପାଲିରେ ୭୨.୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଭି ମୋଟର ଟ୍ରେନିଂ ଇନଷ୍ଟିଚ୍ୟୁଟ ସମେତ ବହୁ ପ୍ରକଳ୍ପଗୁଡ଼ିକ ଲୋକାର୍ପିତ ହୋଇଯାଇଛି।

05 Nov 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର