ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା : ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

The Sakala Picture
Published On

ସୁନ୍ଦରଗଡ଼ : ଗତ ୨୦୧୬ରେ ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ରାଏବଗା ଥାନାଞ୍ଚଳରେ ଘଟି ଯାଇଥିବା ନାବାଳିକା ଗଣଦୁଷ୍କର୍ମ ମାମଲାର ମଙ୍ଗଳବାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତର ପ୍ରିଜାଇଡିଂ ଅଫିସର ପାର୍ଥସାରଥୀ ପଟ୍ଟନାୟକ ଉକ୍ତ ମାମଲାର ବିଚାର କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ତିନି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ପୀଡ଼ିତାଙ୍କୁ ୧୦ ଲକ୍ଷଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀରୁ […]

ସୁନ୍ଦରଗଡ଼ : ଗତ ୨୦୧୬ରେ ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ରାଏବଗା ଥାନାଞ୍ଚଳରେ ଘଟି ଯାଇଥିବା ନାବାଳିକା ଗଣଦୁଷ୍କର୍ମ ମାମଲାର ମଙ୍ଗଳବାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତର ପ୍ରିଜାଇଡିଂ ଅଫିସର ପାର୍ଥସାରଥୀ ପଟ୍ଟନାୟକ ଉକ୍ତ ମାମଲାର ବିଚାର କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ତିନି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ପୀଡ଼ିତାଙ୍କୁ ୧୦ ଲକ୍ଷଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬ ଅକ୍ଟୋବର ୧୨ ତାରିଖରେ ରାଏବଗା ବରଟୋଲି ଘୋଘର ଚର୍ଚ୍ଚାରେ ସନଡେ ସ୍କୁଲ ପ୍ରୋଗ୍ରାମ ଥିବାରୁ ଜଣେ ସାଙ୍ଗ ସହ ଉକ୍ତ ୧୭ ବର୍ଷିୟା ନାବାଳିକା ସାଙ୍ଗ ହୋଇ ଯାଇଥିଲେ। ସେମାନେ ସନ୍ଧ୍ୟାରେ ୫ଟାରେ ଚର୍ଚ୍ଚକୁ ପହଞ୍ଚିବାର ୨ ଘଣ୍ଟା ପରେ ପାଖରେ ଥିବା ଏକ ଦୋକାନକୁ ଯାଇଥିଲେ।

ସେଠାରେ ଝୁନମୁର ଗ୍ରାମର ଆଶିଷ ଏକ୍କା ଓ ଅନୁଜ ଲାକ୍ରାଙ୍କ ସହ ଦେଖାହୋଇଥିଲା। ତାଙ୍କ ସହ ସେମାନେ କଥାବାର୍ତ୍ତା ହେଉଥିବା ବେଳେ ଖୋଭରବାହାଲ ଗ୍ରାମର ଅଜୟ କୁକୁର (୨୫), ମୁକ୍ତି ବାଡ଼ା (୨୪), ବୀରେନ୍ଦ୍ର ମାଝୀ (୨୪) ଓ ଅନ୍ୟ ୨ ଜଣ ନାବାଳକ ପହଞ୍ଚି କାହିଁକି କଥା ହେଉଛି ବୋଲି କହିଥିଲେ। ପରେ ଅଜୟ ଓ ମୁକ୍ତି ପୀଡ଼ିତାଙ୍କ ସାଙ୍ଗର ଗାଳରେ ଚାପୁଡ଼ା ମାରିଥିବା ବେଳେ ବାଡ଼ି ଆଣି ତାଙ୍କ ସହ କଥା ହେଉଥିବା ୨ ଜଣ ଯୁବକଙ୍କୁ ମଧ୍ୟ ମାଡ଼ ମାରିବା ସହ ମୋବାଇଲ ଓ ପର୍ସ ଛଡାଇ ନେଇଥିଲେ | ଏଥିରେ ସେମାନେ ଭୟଭୀତ ହୋଇ ଚାଲିଯିବା ପରେ ମୋବାଇଲକୁ ମଧ୍ୟ ଛଡାଇ ନେଇ ତାଙ୍କୁ ଏବଂ ତାଙ୍କ ସାଙ୍ଗକୁ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ଉକ୍ତ ୨ ନାବାଳକଙ୍କ ସହ ବୀରେନ୍ଦ୍ର ତାଙ୍କୁ ଜଗି ରହିଥିବା ବେଳେ ଅଜୟ ଓ ମୁକ୍ତ ନାବାଳିକାକୁ କିଛି ଦୂରକୁ ନେଇ ଯାଇ ଗଣଦୁଷ୍କର୍ମ କରିଥିଲେ।

ମାଡ଼ ଖାଇ ଭୟରେ ପଳାଇଥିବା ଆଶିଷ ଓ ଅନୁଜ କିଛି ଗାଁ ଲୋକଙ୍କୁ ନେଇ ଘଟଣାସ୍ଥଳକୁ ପହଞ୍ଚିବା ବେଳେ ଅଜୟ ଓ ମୁକ୍ତଙ୍କ ବ୍ୟତୀତ ବାକି ୩ ଜଣ ଯୁବକ ଫେରାର ହୋଇସାରିଥିଲେ | ଗାଁ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ଅଜୟ ଓ ମୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା। ସାନ୍ତଙ୍କ ଏତଲାକ୍ରମେ ଏନେଇ ପୁଲିସ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ପୋକ୍ସୋରେ ଉକ୍ତ ତିନି ଅଭିଯୁକ୍ତଙ୍କ ଶୁଣାଣି ହୋଇଥିଲା। ଅଜୟ କୁକୁର ଏବଂ ମୁକ୍ତି ବାଡା ବିଚାର ବିଭାଗୀୟ ଜେଲ ହାଜତରେ ରହିଥିବା ବେଳେ ବୀରେନ୍ଦ୍ର ମାଝୀଙ୍କୁ ପୂର୍ବରୁ ଜାମିନ ମିଳିଥିଲା। ମାତ୍ର ତାଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ହୋଇଛି। ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ଦେବାଶିଷ ମିଶ୍ର ମାମଲା ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ କେ ଏଲ ସେନ୍ ମାମଲା ଲଢିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର