ଅସହ୍ୟ ତାତି ପାଇଁ ରାଜ୍ୟର ୫ ଜିଲ୍ଲାରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି

The Sakala Picture
Published On

ଝାରସୁଗୁଡ଼ା: ୫ ଜିଲ୍ଲାରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଜିଲାରେ ଥିବା ସମସ୍ତ ବିଦ୍ୟାଳୟ ୨୧ ନୁହେଁ ୨୨ରେ ଖୋଲିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଉକ୍ତ ଜିଲ୍ଲାଗୁଡିକରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ୬ଟା ୩୦ରୁ ୧୦ଟା ମଧ୍ୟରେ ହେବ ପାଠପଢ଼ା। ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ । ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ଚାଲିବ ବିଦ୍ୟାଳୟ ବୋଲି ଜଣାପଡ଼ିଛି। ସେହିପରି  ସୁରର୍ଣ୍ଣପୁର ଜିଲ୍ଲାରେ […]

ଝାରସୁଗୁଡ଼ା: ୫ ଜିଲ୍ଲାରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଜିଲାରେ ଥିବା ସମସ୍ତ ବିଦ୍ୟାଳୟ ୨୧ ନୁହେଁ ୨୨ରେ ଖୋଲିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଉକ୍ତ ଜିଲ୍ଲାଗୁଡିକରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ୬ଟା ୩୦ରୁ ୧୦ଟା ମଧ୍ୟରେ ହେବ ପାଠପଢ଼ା। ୧୦ଟା ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ । ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ଚାଲିବ ବିଦ୍ୟାଳୟ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ସେହିପରି  ସୁରର୍ଣ୍ଣପୁର ଜିଲ୍ଲାରେ ୨୩ ତାରିଖରେ ଖୋଲିବ ସ୍କୁଲ । ସକାଳୁଆ ସ୍କୁଲ ହେବ। ସକାଳ ସାଢ଼େ ୬ରୁ ସାଢ଼େ ୯ଟା ଯାଏ ଚାଲିବ ସ୍କୁଲ ।୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ସ୍କୁଲ ଚାଲିବ ବୋଲି କୁହାଯାଇଛି। ନୂଆପଡ ଜିଲ୍ଲାରେ ମଧ୍ୟ ୨୩ ତାରିଖରେ ଖୋଲିବ ସ୍କୁଲ। ସକାଳ ୬ଟା ୩୦ରୁ ୧୦ଟା ମଧ୍ୟରେ ହେବ ପାଠପଢ଼ା। ପରେ ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ଚାଲିବ ବିଦ୍ୟାଳୟ । ଏ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ପ୍ରକାଶ ଯେ, ହିଟେ ୱୋଭକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଗତ ୧୯ ତାରିଖରେ ସମସ୍ତ ସ୍କୁଲ ଖୋଲିବାର ଥିଲା । ମାତ୍ର ପ୍ରବଳ ଖରା ହେଉଥିବାରୁ ୨୧ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର