ଗୋ-ସଂପଦଙ୍କ ଈଶ୍ୱର ‘ଗୋଧନେଶ୍ୱର’

The Sakala Picture
Published On

ସୁବର୍ଣ୍ଣପୁର (ବିନୋଦ ପାଣ୍ଡେ): ପ୍ରକୃତି ସବୁଜିମା,ବଣପାହାଡ଼, ନଦନଦୀର ଜୀବନ୍ତ ପରିବେଶରେ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡରେ ଥିବା ପ୍ରାଚୀନ ଶୈବପୀଠ ଗୋଧନେଶ୍ୱର ବେଶ ପ୍ରସିଦ୍ଧି। ବୀରମହାରାଜପୁର ସଦର ମହକୁମାରୁ ପୂର୍ବକୁ ଗଲେ ପ୍ରୟ ୮ କିମି ରାସ୍ତା ଅତିକ୍ରମ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଶାନ୍ତି,ନିର୍ଜନ ପରିବେଶରେ ମନ୍ଦିର ଅବସ୍ଥିତ। ମନ୍ଦିରରେ କାହିଁ କେଉଁ କାଳରୁ ଆରାଧ୍ୟା ଦେବତା ଭାବେ ପୂଜା ପାଇଁ ଆସୁଛନ୍ତି ବାବ ଗୋଧନେଶ୍ୱର। ଗୋଧନେଶ୍ୱର ଅର୍ଥାତ୍‌ ଗୋ ସଂପଦଙ୍କ […]

ସୁବର୍ଣ୍ଣପୁର (ବିନୋଦ ପାଣ୍ଡେ): ପ୍ରକୃତି ସବୁଜିମା,ବଣପାହାଡ଼, ନଦନଦୀର ଜୀବନ୍ତ ପରିବେଶରେ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡରେ ଥିବା ପ୍ରାଚୀନ ଶୈବପୀଠ ଗୋଧନେଶ୍ୱର ବେଶ ପ୍ରସିଦ୍ଧି। ବୀରମହାରାଜପୁର ସଦର ମହକୁମାରୁ ପୂର୍ବକୁ ଗଲେ ପ୍ରୟ ୮ କିମି ରାସ୍ତା ଅତିକ୍ରମ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଶାନ୍ତି,ନିର୍ଜନ ପରିବେଶରେ ମନ୍ଦିର ଅବସ୍ଥିତ।

ମନ୍ଦିରରେ କାହିଁ କେଉଁ କାଳରୁ ଆରାଧ୍ୟା ଦେବତା ଭାବେ ପୂଜା ପାଇଁ ଆସୁଛନ୍ତି ବାବ ଗୋଧନେଶ୍ୱର। ଗୋଧନେଶ୍ୱର ଅର୍ଥାତ୍‌ ଗୋ ସଂପଦଙ୍କ ଈଶ୍ୱର। ଦେବାଧିଦେବ ମହାଦେବ ଏହି ପ୍ରାଚୀନ ମନ୍ଦିର କେବଳ ଜିଲ୍ଲା ନୁହେଁ ବରଂ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ଭାବେ ପରିଚିତ ହାସଲ କରିପାରିଛି। ମନ୍ଦିର ପାରିପାଶ୍ୱିର୍କ ପରିବେଶକୁ ଦେଖିଲେ ମନେହୁଏ ସତେ ଯେମିତି ବାବା ଗୋଧନେଶ୍ୱରଙ୍କ ପାଦ ଧୌତ କରି ନିରବଚ୍ଛିନ୍ନ ଭାବରେ କୁଳୁକୁଳୁ ନାଦରେ ବହି ଯାଇଛି ଓଡ଼ିଶାର ଗଙ୍ଗା ମହାନଦୀ। ମହାନଦୀ କୂଳରେ ବିରାଜମାନ ବାବା ଗୋଧନେଶ୍ୱର ଶୈବପୀଠକୁ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଆଗମନ ହୋଇଥାଏ। ପ୍ରତିମାସ ସଂକ୍ରାନ୍ତିରେ ହଜାର ହଜାର ଭକ୍ତଙ୍କ ସମାଗମ ଯୋଗୁଁ ମନ୍ଦିର ଓ ତା’ର ଚତୁଃପାଶ୍ୱର୍ରେ ହୋଇ ଉଠିଥାଏ ଲୋକରାଣ୍ୟ। ବାବା ଗୋଧନେଶ୍ୱରଙ୍କ ପ୍ରତି କେବଳ ବୀରମହାରାଜପୁର ବ୍ଲକ୍‌ ନୁହେଁ ଆଖପାଖ ଅଞ୍ଚଳର ଜନସାଧାରଣ ପ୍ରଗାଢ଼ ଭକ୍ତି ଓ ବିଶ୍ୱାସ ରହିଛି।

ବହୁ ପ୍ରାଚୀନ କାଳରୁ ଏହି ଶୈବପୀଠରେ ବାବା ପୂଜା ପାଇ ଆସୁଛନ୍ତି। ଏହି ମନ୍ଦିରଟି ପୁରାତନକାଳରୁ ନିର୍ମାଣ ହୋଇଛି। ମନ୍ଦିର କାନ୍ଥରେ ଗଣେଶ, ପାର୍ବତୀ, କାର୍ତ୍ତିକେୟ ଓ ପାର୍ବତୀଙ୍କ ଚିତ୍ର ଅତୀବ ଚିତ୍ତା କର୍ଷକ। ମନ୍ଦିର ପରିସରରେ ଥିବା ପାଞ୍ଚ/ ଛଅ ଫୁଟ ଉଚ୍ଚତା ବିଶିଷ୍ଟ ପଥର ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ପରିପୂର୍ଣ୍ଣ ପ୍ରାଚୀନ କାଳର ପଥର ମୂର୍ତ୍ତି ଗୁଡ଼ିକ ରହିଛି। ଗବେଷକ ମାନଙ୍କ କହିବାନୁସାରେ ସମଗ୍ର ଓଡ଼ିଶାରେ ଆବିଷ୍କୃତ ୬ ପଥର ନିର୍ମିତ ନାଗ ମୂର୍ତ୍ତି ମଧ୍ୟରୁ କେବଳ ପଶ୍ଚିମ ଓଡ଼ିଶାରରେ ୩ ଟି ରହିଥିବା ବେଳେ ସେଥିରୁ ଗୋଟିଏ ଉକ୍ତ ମନ୍ଦିର ପରିସରରୁ ଆବିଷ୍କାର ହୋଇଥିଲା। ସେହିପରି ପୀଠ ନିକଟରେ ରହିଛି ମା’ଭୈରବୀଙ୍କ ଅସ୍ଥାୟୀ ମନ୍ଦିର। ସେଠାରେ ପ୍ରତ୍ୟକ୍ଷ ଭାବେ ପୂଜା ପାଉଛନ୍ତି ମା’କାଳି। ସେହିପରି ମନ୍ଦିରର ପଶ୍ଚିମ ଦିଗରେ ରହିଛି ପଶ୍ଚିମ ସୋମନାଥ ମନ୍ଦିର। ପାଖରେ ରହିଛି ଶନି ମନ୍ଦିର ଓ ହନୁମାନ ମନ୍ଦିର।

ବାବା ଗୋଧନେଶ୍ୱର ପୀଠରେ ପାଳିତ ହେଉଥିବା ଉତ୍ସବ ଓ ଯାତଗୁଡିକ ମଧ୍ୟରୁ ପ୍ରସିଦ୍ଧ ଉତ୍ସବ ହେଉଛି ଦଣ୍ଡ ଯାତ୍ରା। ପ୍ରତି ବର୍ଷ ପଣାସଂକ୍ରାନ୍ତି ପୂର୍ବରୁ ୨୧ ଦିନ ଧରି ଏହି ଉତ୍ସବ ପାଳନ କରାଯାଇଥାଏ। ଏହି ଅବସରରେ ବାବା ଗୋଧନେଶ୍ୱରଙ୍କୁ ଗାଁକୁ ଗାଁ ବୁଲାଯାଇ ଷୋହଳ ସୁଆଙ୍ଗ ପରିବେଷଣ କରାଯାଇଥାଏ। ଏହା ଦ୍ୱାରା ଜିଲ୍ଲାର ଅନେକ ପ୍ରାଚୀନ କଳା ବଞ୍ଚି ରହିପାରୁଛି। ସେହି କଳା ମଧ୍ୟରୁ ବୀଣାକାର,ପତର ସଉରା , ପରଭା,ଚଢିଆ ଚଢିଆଣି ଆଦି ନୃତ୍ୟ ଜିଲ୍ଲା ବାହାରେ ମଧ୍ୟ ବେଶ୍‌ ପ୍ରଶଂସିତ ହୋଇପାରିଛି। ମନ୍ଦିରରେ ପାରମ୍ପରିକ ରୀତିରେ ପ୍ରତିଦିନ ଅନ୍ନ ଭୋଗ, ପୂଜାର୍ଚ୍ଚନା ଆଦିର ବ୍ୟବସ୍ଥା ରହିଛି। ବାବା ଗୋଧନେଶ୍ୱରଙ୍କ ଅନେକ ଆଲୌକିକ ଶକ୍ତି ନିହିତ ଥିବାରୁ ଜନଶ୍ରୁତି ଶୁଣିବାକୁ ମିଳିଥାଏ। ଗୋଧନେଶ୍ୱର ମହାଦେବଙ୍କୁ ଭକ୍ତି ଓ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କରି ଅନେକ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଛି।

ସେଥିପାଇଁ ଦିନକୁ ଦିନ ଭକ୍ତ ଭିଡ଼ ଜମିବାରେ ଲାଗୁଛି ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏହି ପ୍ରାଚୀନ ମନ୍ଦିର ଧୀରେ ଧୀରେ ଅବକ୍ଷୟମୁଖୀ ହେବାରେ ଲାଗିଛି। ତୁରନ୍ତ ଏହାର ରକ୍ଷଣାବେକ୍ଷଣ କଲା ନଗଲେ ପ୍ରାଚୀନ କଳା, ସାଂସ୍କୃତିକ ଓ ପରମ୍ପରାର ପ୍ରତୀକ ବାବା ଗୋଧନେଶ୍ୱରଙ୍କ ମନ୍ଦିର ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖା ଦେଲାଣି। ରାଜ୍ୟ ଦେବୋତ୍ତର ବିଭାଗ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର