ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Madhusudan Das Picture
Published On

ବଡ଼ବିଲ: କେନ୍ଦୁଝର ଜିଲ୍ଲାର ଖଣି ଅଂଚଳରେ ନାମୀଦାମୀ କମ୍ପାନୀର ବ୍ରାଣ୍ଡ ନାମ ବ୍ୟବହାର କରି ନକଲି ଡି ଇ ଫ ପ୍ରସ୍ତୁତି, ଯୋଗାଣ ଓ ବିକ୍ରୟ କରୁଥିବା ଏକ ରାକେଟ୍‌ର ପର୍ଦାଫାସ କରିଛି ବଡ଼ବିଲ ପୁଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଡି ଇ ଫ , ଦୁଇଟି ଗାଡ଼ି, ଉତ୍ପାଦନ ଯନ୍ତ୍ରପାତି ଓ ନକଲି ହୋଲୋଗ୍ରାମ ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା

ପୁଲିସ ସୂଚନା ଅନୁସାରେ, ବଡ଼ବିଲ ଅଞ୍ଚଳରେ ଟାଟା ଓ ଗୁଲ୍ଫ ବ୍ରାଣ୍ଡ ନାମରେ ନକଲି ଡି ଇ ଫ ବିକ୍ରି ହେଉଥିବା ନେଇ ବିଶ୍ବସନୀୟ ସୂଚନା ମିଳିବା ପରେ ସେପ୍ଟେମ୍ବର ୨ ତାରିଖରେ ବଡ଼ବିଲ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଭଦ୍ରାସାହି ଅଂଚଳର ଜୟ ଶ୍ରୀ ଶ୍ୟାମ ଲୁବ୍ରିକାଣ୍ଟସ୍‌ରୁ ୩୧ ବାଲ୍ଟି, କାସିଆ ନିକଟ ଭଜାଲା ମୋଟର୍ସରୁ ୮୦ ବାଲ୍ଟି ଏବଂ ଭଦ୍ରାସାହି ର ବସନ୍ତ କୁମାର ପୃଷ୍ଟି ନିକଟରୁ ୨୧ ବାଲ୍ଟି ସନ୍ଦିଗ୍ଧ ନକଲି ଡି ଇ ଫ ଜବତ ହୋଇଥିଲା। ଏନେଇ ବଡ଼ବିଲ ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

କେନ୍ଦୁଝର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ରାକେଟ୍‌ର ମୂଳ ଉତ୍ସ ଠାବ କରିବା ପାଇଁ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ଦୁଇଟି ସ୍ବତନ୍ତ୍ର ପୁଲିସ ଟିମ୍‌ ଗଠନ କରି ସେପ୍ଟେମ୍ବର ୬ ତାରିଖରେ ମାଷ୍ଟରମାଇଣ୍ଡ ଶ୍ରୀକାନ୍ତ କୁମାର ହୋତା ଓ ତାଙ୍କ ସହଯୋଗୀ ରେଖା ରାମଙ୍କୁ ଟାଟା ବ୍ରାଣ୍ଡ ର ନାମ ଥିବା ୫୦ ବାଲ୍ଟି ନକଲି ଡି ଇ ଫ ପରିବହନ କରୁଥିବା ବେଳେ ପୁଲିସ ଜବତ କରିଥିଲା। 

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ପଚରାଉଚରା ପରେ ଢେଙ୍କାନାଳ ଜିଲ୍ଲା ସଦାଶିବପୁରରେ ଶ୍ରୀକାନ୍ତଙ୍କ ଜମିରେ ନକଲି ଡି ଇ ଫ ପ୍ରସ୍ତୁତି ପାଇଁ କାରଖାନା ଚାଲୁଥିବା ଜାଣି ବଡ଼ବିଲ ପୋଲିସ ସେଠାରେ ଚଢ଼ାଉ କରି ରାଜସ୍ଥାନରୁ ଆସିଥିବା କର୍ମଚାରୀଙ୍କ ସହାୟତାରେ ନକଲି ଡି ଇ ଫ ପ୍ରସ୍ତୁତ କରି ନାମୀଦାମୀ ବ୍ରାଣ୍ଡର ନକଲି ପ୍ୟାକେଜିଂରେ ଭର୍ତ୍ତି କରି ଓଡ଼ିଶାର ବିଭିନ୍ନ ଶିଳ୍ପାଞ୍ଚଳ ସମେତ ପଡ଼ୋଶୀ ରାଜ୍ୟରେ ବିକ୍ରି କରାଯାଉଥିବା ନକଲି ଡି ଇ ଫ ପ୍ରସ୍ତୁତି ଯନ୍ତ୍ରପାତି, ନକଲି ହୋଲୋଗ୍ରାମ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ । କାରଖାନା ବିରୋଧରେ ଆଇନଗତ ପଦକ୍ଷେପ ପାଇଁ ସ୍ଥାନୀୟ ପୁଲିସକୁ ଅବଗତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ସଦାଶିବପୁରର ଶ୍ରୀକାନ୍ତ କୁମାର ହୋତା (ଉତ୍ପାଦକ), ରାଜସ୍ଥାନ ବାଲୋତ୍ରା ଅଞ୍ଚଳର ଦିପା ରାମ ଓ ରେଖା ରାମ (ଯୋଗାଣକାରୀ) ଏବଂ ରାଜସ୍ଥାନ ଝୁନଝୁନୁ ଜିଲ୍ଲାର ମହେଶ କୁମାର (ଶ୍ରମିକ)।

ପୁଲିସ ୧୧୯ ବାଲ୍ଟି ନକଲି ଟାଟା ଡି ଇ ଫ ଓ ୬୩ ବାଲ୍ଟି ନକଲି ଗୁଲ୍ଫ ଡି ଇ ଫ ଜବତ କରିଛି। ସମୁଦାୟ ୩,୬୪୦ ଲିଟର ନକଲି ଡି ଇ ଫ ଜବତ ହୋଇଛି। ଏଥିସହ ଏକ ମହିନ୍ଦ୍ରା ବୋଲେରୋ  ପିକଅପ୍‌, ଏକ ହୁଣ୍ଡାଇ କ୍ରେଟା, ୧,୦୦୦ ଲିଟର କ୍ଷମତାର ଖାଲି ଟ୍ୟାଙ୍କର, ଫିଲିଂ ମେସିନ୍‌, ନକଲି ହୋଲୋଗ୍ରାମ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ନକଲି ଉତ୍ପାଦ ପ୍ରସ୍ତୁତକାରୀ ଓ ବିକ୍ରେତାଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବଡ଼ବିଲ ଏସ ଡି ପି ଓ ଦେବେନ୍ଦ୍ର ପିଙ୍ଗୁଆ ଜଣେଇଛନ୍ତି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର