ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Madhusudan Das Picture
Published On

ଭୁବନେଶ୍ୱର: ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ସମଗ୍ର ଭାରତ ସହିତ ଓଡ଼ିଶାର ପୁରପଲ୍ଲୀରେ ଏହା ମହାସମାରୋହରେ ପାଳିତ ହୁଏ। ପୌରାଣିକ କଥା ଅନୁସାରେ, ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଧରାବତରଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ। ମଥୁରା ନଗରୀର ରାଜା କଂସର ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଥିଲା। ଦିନେ ଦୈବବାଣୀ ହେଲା ଯେ, ଭଉଣୀ ଦେବକୀର ଅଷ୍ଟମ ସନ୍ତାନ କଂସର ବଧ କରିବ । ଏହାପରେ ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ କଂସ କାରାଗାରରେ ବନ୍ଦୀ କରି ରଖିଲା । କଂସ ଦେଵକୀଙ୍କର ପ୍ରଥମ ଛଅଟି ସନ୍ତାନଙ୍କ ହତ୍ୟା କରିଥିଲା ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ !

ଅନ୍ୟ ସନ୍ତାନ ଜଣକ ଉଭେଇ ଗଲେ। ଧର୍ମର ରକ୍ଷା ପାଇଁ ଅଧର୍ମର ବିନାଶ ପାଇଁ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ମଧ୍ୟ ରାତ୍ରିରେ ଦେବକୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଗୋଲକବିହାରୀ । ଅତ୍ୟାଚାରୀ ମାମୁଁ କଂସର ଭୟରେ ପିତା ବସୁଦେବ ନବଜାତ ଶିଶୁକୁ ନିଜ ବନ୍ଧୁ ଗୋପପୁରର ନନ୍ଦ-ଯଶୋଦାଙ୍କ ପାଖରେ ଛାଡ଼ି ଦେଇ ଆସିଥିଲେ । ଗୋପପୁରର ରାଜା ନନ୍ଦବାବା ଓ ରାଣୀ ଯଶୋଦା ମାତା ଶ୍ରୀକୃଷ୍ଣଙ୍କୁ ପାଇ ଖୁସିରେ ବିଭୋର ହୋଇଯାଇଥିଲେ । ଆଉ ସେହି ଦିନରୁ ଜନ୍ମାଷ୍ଟମୀ ପର୍ବ ମହାଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି। ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂର ହୋଇଥାଏ । ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ । ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଲୋକଭବନକୁ 'ପ୍ଲାଟିନମ୍ ଗ୍ରୀନ୍‌ ବିଲ୍ଡିଂ' ମାନ୍ୟତା, ଦେଶର ପ୍ରଥମ ଲୋକଭବନ ଭାବେ ମିଳିଲା ଏହି ସମ୍ମାନଜନକ ପ୍ରମାଣପତ୍ର

ଶ୍ରୀମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ, ପାଳନ ହୋଇଥାଏ ଶ୍ରୀକୃଷ୍ଣଙ୍କ ଜନ୍ମନୀତି। ପରମ୍ପରା ଅନୁଯାୟୀ, ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ କଟାଯାଇ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । କୃଷ୍ଣ ଜନ୍ମ ପରେ ସର, ଲବଣି ଭୋଗ କରାଯାଇଥାଏ। ତା’ ସହ ରାମକୃଷ୍ଣ ଓ ମଦନମୋହନଙ୍କୁ ଜଗମୋହନରେ ଥିବା ଦୋଳିରେ ଝୁଲାଇଥାନ୍ତି।  

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଉତ୍ତର ଭାରତର ବ୍ରଜ ମଣ୍ଡଳର ଏହା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଧାର୍ମିକ ଉତ୍ସବ। କୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ଏବଂ ସେ ବଢ଼ିଥିବା ସ୍ଥାନ ବୃନ୍ଦାବନରେ ଏହି ଦିନରେ ପ୍ରବଳ ଜନସମାଗମ ହୁଏ। ଏହି ଉପଲକ୍ଷେ କୃଷ୍ଣଲୀଳା ଅନୁଷ୍ଠିତ ହୁଏ। ମହାରାଷ୍ଟ୍ରରେ ଏହି ପର୍ବ ଅବସରରେ ‘ଦହି ହାଣ୍ଡି’ ଭଙ୍ଗାଯାଏ। ଓଡ଼ିଶାରେ ପୁରପଲ୍ଲୀରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳନ କରାଯାଏ ।

ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଏହିଦିନ ଲୋକେ ଉପବାସ ରଖିଥାନ୍ତି ଓ ମଧ୍ୟ ରାତ୍ରୀରେ କୃଷ୍ଣଜନ୍ମ ଉତ୍ସବ ପାଳନ ପରେ ଉପବାସ ଭଙ୍ଗ କରିଥାନ୍ତି । ଏହିଦିନ ଗାଁର ଭାଗବତ ଙ୍ଗିମାନଙ୍କରେ ଅଥବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢ଼ାଯାଇଥାଏ। ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜା ଓ ଯଶୋଦା ରାଣୀଙ୍କ ଆନନ୍ଦକୁ ମନେ ପକାଇବା ପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରି ବହୁବିଧ ଭୋଗ ଅର୍ପଣ କରିଥାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର