ମନୋରଞ୍ଜନ
ପୁଲିସ ବନ୍ଧୁକରୁ ଗୁଳି ଫୁଟି ୨ ଜଣଙ୍କ ମୃତ୍ୟୁ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଅଧିନସ୍ତ ଚୁଲିମାଲ ଗ୍ରାମରେ ଗୁଳିକାଣ୍ଡ ଘଟିଛି ।ଏହି ଗୁଳିମାଡ଼ରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଦୁଇଜଣ ହେଲେ ମନୋଜ ଝାଙ୍କର ଓ ଶେଷଦେବ ଝାଙ୍କର । ଏହି ଘଟଣା ଆଜି ଅପରାହ୍ନ ପ୍ରାୟ ସାଢେ ୫ଘଣ୍ଟା ସମୟରେ ହୋଇଥିବା କୁହାଯାଉଛି । ଘଟଣା ପ୍ରଘଟ ହେବାପରେ ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦିଆଯାଇ ଉଭୟଙ୍କୁ ଚିକିତ୍ସା ପାଇଁ ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ ବିନିକା […]
ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଅଧିନସ୍ତ ଚୁଲିମାଲ ଗ୍ରାମରେ ଗୁଳିକାଣ୍ଡ ଘଟିଛି ।ଏହି ଗୁଳିମାଡ଼ରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଦୁଇଜଣ ହେଲେ ମନୋଜ ଝାଙ୍କର ଓ ଶେଷଦେବ ଝାଙ୍କର । ଏହି ଘଟଣା ଆଜି ଅପରାହ୍ନ ପ୍ରାୟ ସାଢେ ୫ଘଣ୍ଟା ସମୟରେ ହୋଇଥିବା କୁହାଯାଉଛି । ଘଟଣା ପ୍ରଘଟ ହେବାପରେ ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦିଆଯାଇ ଉଭୟଙ୍କୁ ଚିକିତ୍ସା ପାଇଁ ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ଯାହା ଶୁଣିବାକୁ ମିଳୁଛି କି ଜମିବାଡ଼ି ଘଟଣାକୁ ନେଇ ବାକ ବିତଣ୍ଡା ପରେ ଏପରି ବନ୍ଧୁକର ଖେଳ ହୋଇଛି। ଯାହାକି ଦୁଇ ଜଣଙ୍କର ଜୀବନ ଚାଲି ଯାଇଛି । ମନୋଜ ପୁଲିସ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ ଏବଂ ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସଓ ଭାବେ ଥିଲେ ବୋଲି ଶୁଣାଯାଉଛି । ଘଟଣା ପରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଗୁଳିକାଣ୍ଡ ଘଟଣାରେ ସନ୍ଦେହ କରି ପୁଲିସ ଦୁଇ ଜଣଙ୍କୁ ଅଟକ ରହି ପଚରାଉଚୁରା କରୁଥିବା ଖବର ମିଳିଛି । ଗୁଳିକାଣ୍ଡରେ ମୃତ ଦୁଇ ଜଣଙ୍କ ଶବ ବିନିକା ଡାକ୍ତରଖାନାରେ ରଖାଯାଇଛି । ଘଟଣାଟି ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାରୁ ସମ୍ବଲପୁରରୁ ପୁଲିସ ଆଇ ଜି ଘଟଣାସ୍ଥଳକୁ ଆସୁଥିବା ସୂଚନା ମିଳିଛି ।