ସବ୍‍-ଇନ୍ସପେକ୍ଟରଙ୍କ ମହାନତା : ୧୦ ସଉରା ଶବର ପରିବାରକୁ ପୋଷ୍ୟ ଗ୍ରହଣ

The Sakala Picture
Published On

ଭୁବନେଶ୍ୱର : ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପରି ପୁଲିସ ମଧ୍ୟ ସମ୍ମୁଖ ଯୋଦ୍ଧା ଭାବରେ କାର୍ଯ୍ୟ କରୁଛି। ସଂକ୍ରମଣ ରୋକିବା ଓ ଆଇନଶୃଙ୍ଖଳା ରକ୍ଷାରେ ଦିନରାତି ଏକ କରି ଦେଇଛି। କେଉଁଠି ଗର୍ଭବତୀ ପୁଲିସ କନଷ୍ଟେବଳ ରାସ୍ତାରେ ଡ୍ୟୁଟି କରୁଥିବା ଦେଖିବାକୁ ମିଳୁଛି ତ କେଉଁଠି ବରିଷ୍ଠ ଅଧିକାରୀମାନେ ନିୟନ୍ତ୍ରଣକକ୍ଷରେ ବସି ରାଜ୍ୟର ସ୍ଥିତି ଉପରେ ନଜର ରଖିଛନ୍ତି। ମାତ୍ର ମହାମାରୀ କାଳରେ ଭୋକଉପାସରେ ଜୀବନ ବିତାଉଥିବା ୧୦ ସଉରା ଶବର ପରିବାରକୁ ପୋଷ୍ୟ ଭାବେ ଗ୍ରହଣ […]

ଭୁବନେଶ୍ୱର : ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପରି ପୁଲିସ ମଧ୍ୟ ସମ୍ମୁଖ ଯୋଦ୍ଧା ଭାବରେ କାର୍ଯ୍ୟ କରୁଛି। ସଂକ୍ରମଣ ରୋକିବା ଓ ଆଇନଶୃଙ୍ଖଳା ରକ୍ଷାରେ ଦିନରାତି ଏକ କରି ଦେଇଛି। କେଉଁଠି ଗର୍ଭବତୀ ପୁଲିସ କନଷ୍ଟେବଳ ରାସ୍ତାରେ ଡ୍ୟୁଟି କରୁଥିବା ଦେଖିବାକୁ ମିଳୁଛି ତ କେଉଁଠି ବରିଷ୍ଠ ଅଧିକାରୀମାନେ ନିୟନ୍ତ୍ରଣକକ୍ଷରେ ବସି ରାଜ୍ୟର ସ୍ଥିତି ଉପରେ ନଜର ରଖିଛନ୍ତି। ମାତ୍ର ମହାମାରୀ କାଳରେ ଭୋକଉପାସରେ ଜୀବନ ବିତାଉଥିବା ୧୦ ସଉରା ଶବର ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରି ଜଣେ ପୁଲିସ ସବ୍‍ଇ-ନ୍ସପେକ୍ଟର ମହାନତାର ପରିଚୟ ଦେଇଛନ୍ତି।
କରୋନା ମହାମାରୀ ଗରୀବ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଅଟୋଚାଳକ ହୁଅନ୍ତୁ ଅବା ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଥିବା ଲୋକଙ୍କ ଘରେ ଏବେ ଚୁଲି ଜଳୁନି। ଏମିତିକି ଦିନକୁ ଦୁଇଓଳି ପେଟପୂରା ଖାଇବାକୁ ବି ପାଖରେ ଅର୍ଥ ନାହିଁ।

ସେମାନଙ୍କ ଦୁଃଖକଷ୍ଟକୁ ଅନୁଭବ କରି ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ କାର୍ଯ୍ୟକରୁଥିବା ପୁଲିସ ସବ-ଇନ୍ସପେକ୍ଟର ସୁଶାନ୍ତ ବେହେରା ୧୦ଟି ସଉରା ଶବର ପରିବାରର ଭରଣପୋଷଣ ଦାୟିତ୍ୱ ନେଇଛନ୍ତି। ପ୍ରତି ପରିବାରରେ ୪ରୁ ୫ଜଣ ସଦସ୍ୟ ଅଛନ୍ତି ଏବଂ ସେମାନଙ୍କ ଖାଇବା ବାବଦକୁ ମାସିକ ରେସନ, ଶୁଖିଲା ଖାଦ୍ୟ, ପିଲାମାନଙ୍କ ପାଠ୍ୟ ଉପକରଣ, ବସ୍ତ୍ର ଆଦି ଯୋଗାଉଛନ୍ତି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନଙ୍କୁ ଶିକ୍ଷିତ କରାଇବା ତାଙ୍କର ମୂଳଲକ୍ଷ୍ୟ ପାଲଟିଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା, ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛନ୍ତି ସୁଶାନ୍ତ। ପିଲାମାନଙ୍କୁ ପାଠପଢ଼଼଼଼଼ା ସମେତ, ସାମାଜିକ ଜ୍ଞାନ, ଖେଳ ଆଦିରେ ପାରଙ୍ଗମ କରାଇବାକୁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଶିକ୍ଷକଙ୍କୁ ନିୟୋଜିତ କରିଛନ୍ତି।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା କାର୍ଯ୍ୟର ସମୀକ୍ଷା କଲା ଏଏସଆଇର ୧୦ ଜଣିଆ ବିଶେଷଜ୍ଞ ଦଳ

ଏହାସହ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର ସମେତ କରୋନା କାଳରେ କିଭଳି ସୁରକ୍ଷିତ ରହିବେ ସେ ବିଷୟରେ ମଧ୍ୟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସଚେତନ କରୁଛନ୍ତି। ସୁଶାନ୍ତଙ୍କ ଘର ଭୁବନେଶ୍ୱର ରଙ୍ଗମାଟିଆ ହୋଇଥିବା ବେଳେ ବର୍ଷେ ହେବ ସେ ରାୟଗଡ଼ା ଗୁଣୁପୁର ଥାନାରେ ସବ୍‌-ଇନ୍ସିପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ୫ବର୍ଷ ପୁଲିସ କମିସନରେଟ୍‍ କାର୍ଯ୍ୟାଳୟ, ପରେ କଟକ ଡିଜି ଅଫିସରେ ମଧ୍ୟ କାର୍ଯ୍ୟରତ ଥିଲେ। ପିଲାଦିନରୁ ସମାଜସେବା ପ୍ରତି ରୁଚି ରଖିଥିବା ସୁଶାନ୍ତ କଟକ, ଭୁବନେଶ୍ୱରରେ ଅନେକ ସମୟରେ ଗରିବ ଅସହାୟଙ୍କ ପ୍ରତି ସହଯୋଗର ହାତ ବଢ଼ାଇଥା’ନ୍ତି।

ଆହୁରି ପଢ଼ନ୍ତୁ: ଘୁର୍ଣ୍ଣିବଳୟ ପ୍ରଭାବରେ କାଲିଠୁ ରାଜ୍ୟରେ ପୁଣି ବଢିବ ବର୍ଷା, ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ଆଶଙ୍କା

28 Jun 2021 By The Sakala

ସବ୍‍-ଇନ୍ସପେକ୍ଟରଙ୍କ ମହାନତା : ୧୦ ସଉରା ଶବର ପରିବାରକୁ ପୋଷ୍ୟ ଗ୍ରହଣ

ଭୁବନେଶ୍ୱର : ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପରି ପୁଲିସ ମଧ୍ୟ ସମ୍ମୁଖ ଯୋଦ୍ଧା ଭାବରେ କାର୍ଯ୍ୟ କରୁଛି। ସଂକ୍ରମଣ ରୋକିବା ଓ ଆଇନଶୃଙ୍ଖଳା ରକ୍ଷାରେ ଦିନରାତି ଏକ କରି ଦେଇଛି। କେଉଁଠି ଗର୍ଭବତୀ ପୁଲିସ କନଷ୍ଟେବଳ ରାସ୍ତାରେ ଡ୍ୟୁଟି କରୁଥିବା ଦେଖିବାକୁ ମିଳୁଛି ତ କେଉଁଠି ବରିଷ୍ଠ ଅଧିକାରୀମାନେ ନିୟନ୍ତ୍ରଣକକ୍ଷରେ ବସି ରାଜ୍ୟର ସ୍ଥିତି ଉପରେ ନଜର ରଖିଛନ୍ତି। ମାତ୍ର ମହାମାରୀ କାଳରେ ଭୋକଉପାସରେ ଜୀବନ ବିତାଉଥିବା ୧୦ ସଉରା ଶବର ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରି ଜଣେ ପୁଲିସ ସବ୍‍ଇ-ନ୍ସପେକ୍ଟର ମହାନତାର ପରିଚୟ ଦେଇଛନ୍ତି।
କରୋନା ମହାମାରୀ ଗରୀବ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଅଟୋଚାଳକ ହୁଅନ୍ତୁ ଅବା ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଥିବା ଲୋକଙ୍କ ଘରେ ଏବେ ଚୁଲି ଜଳୁନି। ଏମିତିକି ଦିନକୁ ଦୁଇଓଳି ପେଟପୂରା ଖାଇବାକୁ ବି ପାଖରେ ଅର୍ଥ ନାହିଁ।

ସେମାନଙ୍କ ଦୁଃଖକଷ୍ଟକୁ ଅନୁଭବ କରି ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ କାର୍ଯ୍ୟକରୁଥିବା ପୁଲିସ ସବ-ଇନ୍ସପେକ୍ଟର ସୁଶାନ୍ତ ବେହେରା ୧୦ଟି ସଉରା ଶବର ପରିବାରର ଭରଣପୋଷଣ ଦାୟିତ୍ୱ ନେଇଛନ୍ତି। ପ୍ରତି ପରିବାରରେ ୪ରୁ ୫ଜଣ ସଦସ୍ୟ ଅଛନ୍ତି ଏବଂ ସେମାନଙ୍କ ଖାଇବା ବାବଦକୁ ମାସିକ ରେସନ, ଶୁଖିଲା ଖାଦ୍ୟ, ପିଲାମାନଙ୍କ ପାଠ୍ୟ ଉପକରଣ, ବସ୍ତ୍ର ଆଦି ଯୋଗାଉଛନ୍ତି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନଙ୍କୁ ଶିକ୍ଷିତ କରାଇବା ତାଙ୍କର ମୂଳଲକ୍ଷ୍ୟ ପାଲଟିଛି। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା, ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛନ୍ତି ସୁଶାନ୍ତ। ପିଲାମାନଙ୍କୁ ପାଠପଢ଼଼଼଼଼ା ସମେତ, ସାମାଜିକ ଜ୍ଞାନ, ଖେଳ ଆଦିରେ ପାରଙ୍ଗମ କରାଇବାକୁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଶିକ୍ଷକଙ୍କୁ ନିୟୋଜିତ କରିଛନ୍ତି।

ଏହାସହ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର ସମେତ କରୋନା କାଳରେ କିଭଳି ସୁରକ୍ଷିତ ରହିବେ ସେ ବିଷୟରେ ମଧ୍ୟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସଚେତନ କରୁଛନ୍ତି। ସୁଶାନ୍ତଙ୍କ ଘର ଭୁବନେଶ୍ୱର ରଙ୍ଗମାଟିଆ ହୋଇଥିବା ବେଳେ ବର୍ଷେ ହେବ ସେ ରାୟଗଡ଼ା ଗୁଣୁପୁର ଥାନାରେ ସବ୍‌-ଇନ୍ସିପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ୫ବର୍ଷ ପୁଲିସ କମିସନରେଟ୍‍ କାର୍ଯ୍ୟାଳୟ, ପରେ କଟକ ଡିଜି ଅଫିସରେ ମଧ୍ୟ କାର୍ଯ୍ୟରତ ଥିଲେ। ପିଲାଦିନରୁ ସମାଜସେବା ପ୍ରତି ରୁଚି ରଖିଥିବା ସୁଶାନ୍ତ କଟକ, ଭୁବନେଶ୍ୱରରେ ଅନେକ ସମୟରେ ଗରିବ ଅସହାୟଙ୍କ ପ୍ରତି ସହଯୋଗର ହାତ ବଢ଼ାଇଥା’ନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର