ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ବେଆଇନ ନିଶାଦ୍ରବ୍ୟ କାରବାର ଉପରେ ଲାଗିବ ଅଙ୍କୁଶ, ନିଶା ଖାଇ ଧରାପଡ଼ିଲେ ବହିଷ୍କାର ହେବେ ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବେଆଇନ୍‌‌ ନିଶାଦ୍ରବ୍ୟ କାରବାର ଓ ଚୋରାଚାଲାଣ ରୋକିବା ସମ୍ପର୍କରେ ୩ୟ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ନିଶାଦ୍ରବ୍ୟ ଏବଂ ମାନସିକ ସ୍ତରରେ ମାରାତ୍ମକ ପ୍ରଭାବ ପକାଉଥିବା ଏଭଳି ପଦାର୍ଥର ଉତ୍ପାଦନ, କ୍ରୟ, ବିକ୍ରୟ ଓ କାରବାର ସମ୍ପର୍କିତ ଥିବା ଜାତୀୟ ଆଇନ୍‌‌ର କଡାକଡି ଅନୁପାଳନ ସମ୍ପର୍କରେ ପଦକ୍ଷେପ ନେବା ଳାଗି ବୈଠକରେ ବ୍ୟାପକ ଆଲୋଚନା ହୋଇଛି। ବୈଠକରେ ଅଧ୍ୟକ୍ଷତା […]

ଭୁବନେଶ୍ୱର: ରାଜ୍ୟରେ ବେଆଇନ୍‌‌ ନିଶାଦ୍ରବ୍ୟ କାରବାର ଓ ଚୋରାଚାଲାଣ ରୋକିବା ସମ୍ପର୍କରେ ୩ୟ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ନିଶାଦ୍ରବ୍ୟ ଏବଂ ମାନସିକ ସ୍ତରରେ ମାରାତ୍ମକ ପ୍ରଭାବ ପକାଉଥିବା ଏଭଳି ପଦାର୍ଥର ଉତ୍ପାଦନ, କ୍ରୟ, ବିକ୍ରୟ ଓ କାରବାର ସମ୍ପର୍କିତ ଥିବା ଜାତୀୟ ଆଇନ୍‌‌ର କଡାକଡି ଅନୁପାଳନ ସମ୍ପର୍କରେ ପଦକ୍ଷେପ ନେବା ଳାଗି ବୈଠକରେ ବ୍ୟାପକ ଆଲୋଚନା ହୋଇଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ବେଆଇନ୍‌‌ ନିଶା ଦ୍ରବ୍ୟ କାରବାର ଓ ନିଶାସେବନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା: କାହାରିକୁ ବି ଛଡ଼ାଯିବ ନାହିଁ କହିଲେ କ୍ରାଇମବ୍ରାଞ୍ଚ ଡିଜି

ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଉପ ମହା ନିର୍ଦ୍ଦେଶିକା ମୋନିକା କେ ବାତ୍ରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ରେଲୱେ କୋଷ୍ଟାଲ ସିକ୍ୟୁରିଟି ଏଡି.ଜି ଦୟାଲ ଗଙ୍ଗୱାର, ରାଜ୍ୟ ପୁଲିସ୍‌‌ ପ୍ରଶାସନ, ଗୃହ ବିଭାଗ , ଅବକାରୀ ବିଭାଗ ସମେତ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ ଆଦି ସୃଂକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ସୀମା ସୁରକ୍ଷାବଳ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ରାଜ୍ୟରେ ୧୦ ରୁ ଅଧିକ ଜିଲ୍ଲାରେ ଗଞ୍ଜେଇ ଚାଷ କରାଯାଉଥିଲା। ସେଥିରୁ ଅଧିକାଂଶ ପାହାଡିଆ,ଜଙ୍ଗଲ ଓ ନକ୍ସଲ ପ୍ରଭାବିତ ଅଞ୍ଚଳ। ଏବେ ରାଜ୍ୟରେ ନକ୍ସଲ ଉପଦ୍ରୁତ ଅଞ୍ଚଳ କମୁଥିବା ଫଳରେ ଅଣ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗଞ୍ଜେଇ ଚାଷ ପ୍ରାୟତଃ ନାହିଁ। ବ୍ରାଉନ୍‌‌ ସୁଗର (ହେରୋଇନ୍‌‌) ମୁଖ୍ୟତଃ ପଶ୍ଚିମ ବଙ୍ଗ(ମୁର୍ଶିଦାବାଦ, ନଦିଆ, ବର୍ଦ୍ଧମାନ ଜିଲ୍ଲା)ରୁ କୋଲକତା ଓ ବାଲେଶ୍ୱର ଦେଇ ଉପକୂଳ ଜିଲ୍ଲାକୁ ଆସୁଛି। ନିଶାଯୁକ୍ତ କଫ୍‌‌ ସିରପ ମୁଖ୍ୟତଃ ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସମ୍ୱଲପୁର ଓ ବରଗଡ଼ ଆଦି ଜିଲ୍ଲାକୁ ଆସିଥାଏ। ଗତ ୩ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଗଞ୍ଜେଇ ଚାଷକୁ ନଷ୍ଟ କରଯାଇଛି।

ଆହୁରି ପଢ଼ନ୍ତୁ: ଲଭ, ସେକ୍ସ, ଧୋକା ଅଭିଯୋଗରେ ଓଡିଆ ଅଭିନେତା ଗିରଫ, ବିବାହର ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ

ସେହିପରି ରାଜ୍ୟ ଓ ଆନ୍ତଃ ରାଜ୍ୟରେ କିଛି ବର୍ଷ ଧରି ନିଶା ଔଷଧ କାରବାର କରୁଥିବା କ୍ଷେତ୍ରରେ ରେକର୍ଡ ସଂଖ୍ୟକ ମାମଲା ପଞ୍ଜୀକୃତ ହେବା ସହ ନିଶା ଦ୍ରବ୍ୟ ଜବତ କର।।ଇଛି। ୨୦୧୮ ମସିହାରେ ୬୦୧ ମାମଲା ପଂଜୀକୃତ ହୋଇଥିବା ବେଳେ ୫୨୩ କ୍ୱିଣ୍ଟାଲ ନିଶାଦ୍ରବ୍ୟ ଜବଦ କରାଯାଇ ୭୭୪ ଜଣଙ୍କୁ ଗିରଫ କରାଯାଇଛି। ଚଳିତ ବର୍ଷ ଏପ୍ରିଲ ମାସ ଶେଷ ସୁଦ୍ଧା ୧୧୨୫ ଟି ମାମଲା ପଞ୍ଜୀକୃତ କରାଯାଇ ୮୭୯ କ୍ୱିଣ୍ଟାଲ ନିଶାଦ୍ରବ୍ୟ ଜବତ ସହ ୧୪୦୫ ଜଣଙ୍କୁ ଗିରଫ କର।।ଇଅଛି। ବ୍ରାଉନ୍‌‌ ସୁଗର ମାମଲାରେ ୨୦୧୮ ରେ ୫୫ ଜଣଙ୍କୁ ଗିରଫ କର।।ଇଥିବା ବେଳେ ୨୦୨୩ ରେ ୩୦୧ ଜଣଙ୍କୁ ଗିରଫ କରାଯାଇଛି। କମ୍ପ୍ୟୁଟରୀକୃତ ଡାଟାବେସ ଜରିଆରେ ତଥ୍ୟ ପରସ୍ପରକୁ ପ୍ରେରଣ ସହିତ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ନିୟମିତ ସମନ୍ୱୟ ବୈଠକ କରାଯାଉଛି। ନିର୍ଦ୍ଦିଷ୍ଟ ଜିଲ୍ଲା ଭିତ୍ତିରେ ଆକ୍ସନ ପ୍ଲାନ୍‌‌ ପ୍ରସ୍ତୁତି ସମ୍ପର୍କରେ ଗୃହ ବିଭାଗ, ଅବକାରୀ ବିଭାଗ, କୃଷି, ଜଙ୍ଗଲ ବିଭାଗ ଏ ସମ୍ପର୍କରେ ସ୍ୱତନ୍ତ୍ର ପ୍ରସ୍ତୁତି କରିବା ଆଲୋଚନା କରାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସ୍ୱାଭିମାନ ଅଞ୍ଚଳରେ ଲୋକମାନଙ୍କୁ ଜୀବିକା ନିର୍ବାହ ପାଇଁ ଔଷଧୀୟ ଲେମ୍ୱୁ ଘାଷ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଥିବା ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: ଶିଶୁଙ୍କ ଚାଉଳ ଓ ଛତୁଆ ବିକୁଥିଲେ ଅଙ୍ଗନବାଡ଼ି ଦିଦି, ଅଟୋ ସହ ରାସନ ସାମଗ୍ରୀ ଜବତ କଲେ ଗ୍ରାମବାସୀ

ପଞ୍ଚାୟତିରାଜ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂଦ ବିଭାଗ, ମିଶନ ଶକ୍ତି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ବିଭାଗ ଏହି ଯୋଜନାରେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। କଲେଜରେ ପଢ଼଼ୁଥିବା ଛାତ୍ର ଛାତ୍ରୀମାନେ ଏକାଧିକ ଥର ନିଶା ସେବନ କରି ଧରା ପଡ଼ିଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ବହିଷ୍କାର ପାଇଁ ପଦକ୍ଷେ ନିଆଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ସେହିରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ନିଶା ଦ୍ରବ୍ୟ ବ୍ୟବହାର ନ କରିବା ସମ୍ପର୍କରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ।

02 Jun 2023 By The Sakala

ବେଆଇନ ନିଶାଦ୍ରବ୍ୟ କାରବାର ଉପରେ ଲାଗିବ ଅଙ୍କୁଶ, ନିଶା ଖାଇ ଧରାପଡ଼ିଲେ ବହିଷ୍କାର ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବେଆଇନ୍‌‌ ନିଶାଦ୍ରବ୍ୟ କାରବାର ଓ ଚୋରାଚାଲାଣ ରୋକିବା ସମ୍ପର୍କରେ ୩ୟ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ନିଶାଦ୍ରବ୍ୟ ଏବଂ ମାନସିକ ସ୍ତରରେ ମାରାତ୍ମକ ପ୍ରଭାବ ପକାଉଥିବା ଏଭଳି ପଦାର୍ଥର ଉତ୍ପାଦନ, କ୍ରୟ, ବିକ୍ରୟ ଓ କାରବାର ସମ୍ପର୍କିତ ଥିବା ଜାତୀୟ ଆଇନ୍‌‌ର କଡାକଡି ଅନୁପାଳନ ସମ୍ପର୍କରେ ପଦକ୍ଷେପ ନେବା ଳାଗି ବୈଠକରେ ବ୍ୟାପକ ଆଲୋଚନା ହୋଇଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ବେଆଇନ୍‌‌ ନିଶା ଦ୍ରବ୍ୟ କାରବାର ଓ ନିଶାସେବନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଭାରତ ସରକାରଙ୍କ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଉପ ମହା ନିର୍ଦ୍ଦେଶିକା ମୋନିକା କେ ବାତ୍ରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ରେଲୱେ କୋଷ୍ଟାଲ ସିକ୍ୟୁରିଟି ଏଡି.ଜି ଦୟାଲ ଗଙ୍ଗୱାର, ରାଜ୍ୟ ପୁଲିସ୍‌‌ ପ୍ରଶାସନ, ଗୃହ ବିଭାଗ , ଅବକାରୀ ବିଭାଗ ସମେତ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ ଆଦି ସୃଂକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ସୀମା ସୁରକ୍ଷାବଳ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ରାଜ୍ୟରେ ୧୦ ରୁ ଅଧିକ ଜିଲ୍ଲାରେ ଗଞ୍ଜେଇ ଚାଷ କରାଯାଉଥିଲା। ସେଥିରୁ ଅଧିକାଂଶ ପାହାଡିଆ,ଜଙ୍ଗଲ ଓ ନକ୍ସଲ ପ୍ରଭାବିତ ଅଞ୍ଚଳ। ଏବେ ରାଜ୍ୟରେ ନକ୍ସଲ ଉପଦ୍ରୁତ ଅଞ୍ଚଳ କମୁଥିବା ଫଳରେ ଅଣ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗଞ୍ଜେଇ ଚାଷ ପ୍ରାୟତଃ ନାହିଁ। ବ୍ରାଉନ୍‌‌ ସୁଗର (ହେରୋଇନ୍‌‌) ମୁଖ୍ୟତଃ ପଶ୍ଚିମ ବଙ୍ଗ(ମୁର୍ଶିଦାବାଦ, ନଦିଆ, ବର୍ଦ୍ଧମାନ ଜିଲ୍ଲା)ରୁ କୋଲକତା ଓ ବାଲେଶ୍ୱର ଦେଇ ଉପକୂଳ ଜିଲ୍ଲାକୁ ଆସୁଛି। ନିଶାଯୁକ୍ତ କଫ୍‌‌ ସିରପ ମୁଖ୍ୟତଃ ଛତିଶଗଡ଼ ଓ ପଶ୍ଚିମବଙ୍ଗରୁ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସମ୍ୱଲପୁର ଓ ବରଗଡ଼ ଆଦି ଜିଲ୍ଲାକୁ ଆସିଥାଏ। ଗତ ୩ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଗଞ୍ଜେଇ ଚାଷକୁ ନଷ୍ଟ କରଯାଇଛି।

ସେହିପରି ରାଜ୍ୟ ଓ ଆନ୍ତଃ ରାଜ୍ୟରେ କିଛି ବର୍ଷ ଧରି ନିଶା ଔଷଧ କାରବାର କରୁଥିବା କ୍ଷେତ୍ରରେ ରେକର୍ଡ ସଂଖ୍ୟକ ମାମଲା ପଞ୍ଜୀକୃତ ହେବା ସହ ନିଶା ଦ୍ରବ୍ୟ ଜବତ କର।।ଇଛି। ୨୦୧୮ ମସିହାରେ ୬୦୧ ମାମଲା ପଂଜୀକୃତ ହୋଇଥିବା ବେଳେ ୫୨୩ କ୍ୱିଣ୍ଟାଲ ନିଶାଦ୍ରବ୍ୟ ଜବଦ କରାଯାଇ ୭୭୪ ଜଣଙ୍କୁ ଗିରଫ କରାଯାଇଛି। ଚଳିତ ବର୍ଷ ଏପ୍ରିଲ ମାସ ଶେଷ ସୁଦ୍ଧା ୧୧୨୫ ଟି ମାମଲା ପଞ୍ଜୀକୃତ କରାଯାଇ ୮୭୯ କ୍ୱିଣ୍ଟାଲ ନିଶାଦ୍ରବ୍ୟ ଜବତ ସହ ୧୪୦୫ ଜଣଙ୍କୁ ଗିରଫ କର।।ଇଅଛି। ବ୍ରାଉନ୍‌‌ ସୁଗର ମାମଲାରେ ୨୦୧୮ ରେ ୫୫ ଜଣଙ୍କୁ ଗିରଫ କର।।ଇଥିବା ବେଳେ ୨୦୨୩ ରେ ୩୦୧ ଜଣଙ୍କୁ ଗିରଫ କରାଯାଇଛି। କମ୍ପ୍ୟୁଟରୀକୃତ ଡାଟାବେସ ଜରିଆରେ ତଥ୍ୟ ପରସ୍ପରକୁ ପ୍ରେରଣ ସହିତ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ନିୟମିତ ସମନ୍ୱୟ ବୈଠକ କରାଯାଉଛି। ନିର୍ଦ୍ଦିଷ୍ଟ ଜିଲ୍ଲା ଭିତ୍ତିରେ ଆକ୍ସନ ପ୍ଲାନ୍‌‌ ପ୍ରସ୍ତୁତି ସମ୍ପର୍କରେ ଗୃହ ବିଭାଗ, ଅବକାରୀ ବିଭାଗ, କୃଷି, ଜଙ୍ଗଲ ବିଭାଗ ଏ ସମ୍ପର୍କରେ ସ୍ୱତନ୍ତ୍ର ପ୍ରସ୍ତୁତି କରିବା ଆଲୋଚନା କରାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସ୍ୱାଭିମାନ ଅଞ୍ଚଳରେ ଲୋକମାନଙ୍କୁ ଜୀବିକା ନିର୍ବାହ ପାଇଁ ଔଷଧୀୟ ଲେମ୍ୱୁ ଘାଷ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଥିବା ପ୍ରକାଶ କରିଥିଲେ।

ପଞ୍ଚାୟତିରାଜ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂଦ ବିଭାଗ, ମିଶନ ଶକ୍ତି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ବିଭାଗ ଏହି ଯୋଜନାରେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। କଲେଜରେ ପଢ଼଼ୁଥିବା ଛାତ୍ର ଛାତ୍ରୀମାନେ ଏକାଧିକ ଥର ନିଶା ସେବନ କରି ଧରା ପଡ଼ିଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ବହିଷ୍କାର ପାଇଁ ପଦକ୍ଷେ ନିଆଯିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ସେହିରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ନିଶା ଦ୍ରବ୍ୟ ବ୍ୟବହାର ନ କରିବା ସମ୍ପର୍କରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର