ବିଏମସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ବିଳମ୍ବରେ ଅଫିସ ପହଞ୍ଚିଲେ ଲାଗୁ ହେବ ‘ନୋ ୱାର୍କ ନୋ ପେ’

The Sakala Picture
Published On

ଭୁବନେଶ୍ବର: ବିଏମସି କର୍ମଚାରୀମାନେ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ୫ଟି ମାଧ୍ୟମରେ ରାଜ୍ୟ ବିକାଶ ଜାରି ରହିଛି । ୫ଟିର ମୂଳତତ୍ତ୍ଵ ବା ମୌଳିକତା ହେଉଛି ସମୟାନୁବର୍ତ୍ତିତା । ତେଣୁ ବିଏମସିର କର୍ମଚାରୀମାନେ ସଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ବିଜ୍ଞପ୍ତି ଜାରି କରିଛନ୍ତି ବିଏମସି କମିଶନର। ବିଏମସିର ସବୁ କର୍ମଚାରୀମାନେ କାର୍ଯ୍ୟାଳୟରେ ସକାଳ ୯ ଟା ୪୫ ମିନିଟରୁ ୧୦ ଟା ୧୫ ମିନିଟ ଭିତରେ ପହଞ୍ଚିବା ଲାଗି ହୋଇଛି ନିର୍ଦ୍ଦେଶ । […]

ଭୁବନେଶ୍ବର: ବିଏମସି କର୍ମଚାରୀମାନେ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ୫ଟି ମାଧ୍ୟମରେ ରାଜ୍ୟ ବିକାଶ ଜାରି ରହିଛି । ୫ଟିର ମୂଳତତ୍ତ୍ଵ ବା ମୌଳିକତା ହେଉଛି ସମୟାନୁବର୍ତ୍ତିତା । ତେଣୁ ବିଏମସିର କର୍ମଚାରୀମାନେ ସଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ବିଜ୍ଞପ୍ତି ଜାରି କରିଛନ୍ତି ବିଏମସି କମିଶନର।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ବିଏମସିର ସବୁ କର୍ମଚାରୀମାନେ କାର୍ଯ୍ୟାଳୟରେ ସକାଳ ୯ ଟା ୪୫ ମିନିଟରୁ ୧୦ ଟା ୧୫ ମିନିଟ ଭିତରେ ପହଞ୍ଚିବା ଲାଗି ହୋଇଛି ନିର୍ଦ୍ଦେଶ । ସକାଳ ୧୦ଟା ୩୦ପରେ ଅଫିସରେ ପହଞ୍ଚିଲେ ହେବ no work no pay ବ୍ୟବସ୍ଥା ଲାଗୁ କରାଯିବ । ଅର୍ଥାତ ବିଳମ୍ବରେ ଅଫିସ୍ ଆସିଲେ ବନ୍ଦ ହେବ ଦରମା ।

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

ବିଏମସି କମିଶନର ଏ ନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଏମସିରେ କାର୍ଯ୍ୟରତ ସରକାରୀ କର୍ମଚାରୀ, DLR, CLR, ଚୁକ୍ତିଭିତ୍ତିକ, ଆଉଟସୋର୍ସିଂ କର୍ମଚାରୀମାନଙ୍କ ପାଇଁ ଏହି ନିୟମ ବାଧ୍ୟତାମୂଳକ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ୨୨ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର