ମାଲକାନଗିରି ବିମାନବନ୍ଦର ନିର୍ମାଣ ଶୀଘ୍ର ସମ୍ପାଦନ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ : ଜମି ଅଧିଗ୍ରହଣ ଶେଷ, ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ

The Sakala Picture
Published On

ଭୁବନେଶ୍ୱର : ଦେଶ ତଥା ରାଜ୍ୟର ବିକାଶ ପାଇଁ ଗମନାଗମନ ପଥ ସୁଗମ ହେବା ଜରୁରୀ। ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ହିଁ ବିକାଶ ପାଇଁ ପଥପ୍ରସ୍ତୁତ କରିଥାଏ। ଏହି ଉକ୍ତିକୁ ବାସ୍ତବ ରୂପ ଦେବା ଲକ୍ଷ୍ୟରେ ଅଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ରାଜ୍ୟର ଉପାନ୍ତ ଇଲାକାରେ ଥିବା ମାଲକାନଗିରି ଜିଲ୍ଲାରେ ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ଏକଦା ମାଓବାଦୀଙ୍କ ଚରାଭୂଇଁ ପାଲଟି ଥିବା ମାଲକାନଗିରି […]

ଭୁବନେଶ୍ୱର : ଦେଶ ତଥା ରାଜ୍ୟର ବିକାଶ ପାଇଁ ଗମନାଗମନ ପଥ ସୁଗମ ହେବା ଜରୁରୀ। ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ହିଁ ବିକାଶ ପାଇଁ ପଥପ୍ରସ୍ତୁତ କରିଥାଏ। ଏହି ଉକ୍ତିକୁ ବାସ୍ତବ ରୂପ ଦେବା ଲକ୍ଷ୍ୟରେ ଅଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ରାଜ୍ୟର ଉପାନ୍ତ ଇଲାକାରେ ଥିବା ମାଲକାନଗିରି ଜିଲ୍ଲାରେ ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ଏକଦା ମାଓବାଦୀଙ୍କ ଚରାଭୂଇଁ ପାଲଟି ଥିବା ମାଲକାନଗିରି ଏବେ ଆକାଶ ମାର୍ଗରେ ଦେଶର ବିଭିନ୍ନ ପ୍ରାନ୍ତ ସହ ଯୋଡ଼ି ହେବ। ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ କ୍ଷେତ୍ରକୁ ଏହା ତ୍ୱରାନ୍ୱିତ କରିବ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

୨୦୨୪ ପ୍ରଥମ ତ୍ରୟମାସିକ ସୁଦ୍ଧା ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏବେ ସୁଦ୍ଧା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିମାନବନ୍ଦର ନିର୍ମାଣ ପାଇଁ ୯୪ ହେକ୍ଟର ଜମି ଅଧିଗ୍ରହଣ କରାଯାଇ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଥିସହ ଏଥିପାଇଁ ଜମିର କିସମ ପରିବର୍ତ୍ତନ କାର୍ଯ୍ୟ ସମ୍ପାଦିତ ହୋଇଥିବା ଜଣାପଡ଼ିଛି। ସେହିପରି ପୂର୍ବରୁ ଏଥିପାଇଁ ରାଜ୍ୟ ସରକାର ୨୯ କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ବେଳେ ଏବେ ତାହା ୫୯ କୋଟିକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍‍ ବରିଷ୍ଠ ଅଧିକାରୀଙ୍କ ସହିତ ବିମାନବନ୍ଦର ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଚଳିତ ଏପ୍ରିଲ ମାସରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମାଲକାନଗିରି ଗସ୍ତ କରି ବିମାନବନ୍ଦର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ବିମାନବନ୍ଦର କାର୍ଯ୍ୟକ୍ଷମ ହେଲେ ରାଜ୍ୟ ମୁଖ୍ୟାଳୟ ଠାରୁ ସବୁଠାରୁ ଦୂରରେ ଥିବା ମାଲକାନଗିରି ସବୁଠାରୁ ନିକଟତମ ଜିଲ୍ଲା ମାନ୍ୟତା ପାଇବ। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୈତିକ କ୍ଷେତ୍ର ବେଶ୍‍ ସମୃଦ୍ଧ ହୋଇପାରିବ ବୋଲି ମୁଖ୍ୟ ସଚିବ କହିଥିଲେ। ମାଲକାଗିରିରେ ‘୨-ବି’ ଶ୍ରେଣୀର ବିମାନବନ୍ଦର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରହିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ବିମାନବନ୍ଦର ନିର୍ମାଣ ପାଇଁ ୭୪ ଏକର ସରକାରୀ ଜମି, ୧୨୬ ଏକର ଘରୋଇ ଏବଂ ୩୩ ଏକର ଜଙ୍ଗଲ ଜମି ଆବଶ୍ୟକ ଥିଲା। ଏଏଆଇ ପକ୍ଷରୁ ଅବଷ୍ଟାକଲ୍‍ ଲିମିଟେସନ୍‍ ସର୍ଫେସ (ଓଏଲ୍‍ଏସ୍‍) ସର୍ଭେ ସମାପ୍ତ ହୋଇସାରିଛି। ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ୫୪ ପରିବାରକୁ ଗ୍ରାମୀଣ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସେମାନଙ୍କ ପାଇଁ ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଇତିମଧ୍ୟରେ ଭିତ୍ତିଭୂମି ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୩୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରିଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର