ରାଜ୍ୟରେ କରୋନା ପ୍ରକୋପ ଦେଖି ନୂଆ ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ବର :  ରାଜ୍ୟକୁ ପୁଣି ଲେଉଟିଛି କରୋନା। ନୂଆ ଷ୍ଟ୍ରେନ୍‍ର ଭୟ ଭିତରେ ହଠାତ୍‍ ବର୍ଦ୍ଧିତ ସଂଖ୍ୟା ପୁଣି ଭୟ ସୃଷ୍ଟି କରିଛି। ଗତ ୩ ମାସ ପରେ ରାଜ୍ୟରେ ଗତକାଲି ପ୍ରଥମ ଥର ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଥିବା ବେଳେ ଆଜି ମଧ୍ୟ ୨୦୦ ପାର୍‌ କରିଛି ସଂକ୍ରମଣ। ବୁଧବାର ଦିନ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହା ବୃଦ୍ଧି ପାଇ ୨୧୪ରେ ପହଞ୍ଚିଥିଲା ଏବଂ ଶୁକ୍ରବାର ଏହି ସଂଖ୍ୟା ୨୩୪ରେ ପହଞ୍ଚିଥିଳା। […]

ଭୁବନେଶ୍ବର :  ରାଜ୍ୟକୁ ପୁଣି ଲେଉଟିଛି କରୋନା। ନୂଆ ଷ୍ଟ୍ରେନ୍‍ର ଭୟ ଭିତରେ ହଠାତ୍‍ ବର୍ଦ୍ଧିତ ସଂଖ୍ୟା ପୁଣି ଭୟ ସୃଷ୍ଟି କରିଛି। ଗତ ୩ ମାସ ପରେ ରାଜ୍ୟରେ ଗତକାଲି ପ୍ରଥମ ଥର ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଥିବା ବେଳେ ଆଜି ମଧ୍ୟ ୨୦୦ ପାର୍‌ କରିଛି ସଂକ୍ରମଣ। ବୁଧବାର ଦିନ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହା ବୃଦ୍ଧି ପାଇ ୨୧୪ରେ ପହଞ୍ଚିଥିଲା ଏବଂ ଶୁକ୍ରବାର ଏହି ସଂଖ୍ୟା ୨୩୪ରେ ପହଞ୍ଚିଥିଳା। ତେବେ ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନା କଟକଣା ଆହୁରି କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଆଗକୁ ଥିବା ପର୍ବପର୍ବାଣୀ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ରୋକିବା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆଗକୁ ଆସୁଥିବା ପର୍ବପର୍ବାଣି ଯଥା- ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁଯାତ୍ରା, ଦଣ୍ଡଯାତ୍ରା ଏବଂ ରାମନବମୀ ଇତ୍ୟାଦି ଭଳି ପର୍ବପର୍ବାଣୀ ଉପରେ ଲାଗିଲା କଟକଣା । ଅଧିକ ଜନଗହଳି ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ରାଜ୍ୟର ସବୁଠାରେ ଏହି ସବୁ ପର୍ବପର୍ବାଣୀରେ ଶ୍ରଦ୍ଧାଳୁଙ୍କ ପାଇଁ  କଟକଣା ଲଗାଯାଇଛି। କୋଭିଡ୍ ନିୟମ ମାନି କେବଳ  ନୀତିକାନ୍ତି ହେବ । କୋଭିଡ ଦୃଷ୍ଟିରୁ ଧାର୍ମିକ ଓ ସାଂସ୍କୃତିକ ସମାବେଶ ନିଷେଧ କରାଯାଇଛି।  ମନ୍ଦିର, ଚର୍ଚ୍ଚ ଖୋଲା ରହିବ କିନ୍ତୁ କେତେ ଲୋକଙ୍କୁ ଅନୁମତି ମିଳିବ ସ୍ଥିତି ଦେଖି ସେନେଇ ସମସ୍ତ ଜିଲ୍ଲାପାଳ ଓ ମୁନିସପାଲ ନିଷ୍ପତ୍ତି ନେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଦୋଳପୂର୍ଣ୍ଣମୀ, ହୋଲି ଉପରେ କଟକଣା ଲଗାଇଥିଲେ ରାଜ୍ୟ ସରକାର । ରାସ୍ତାରେ ହୋଲି ଖେଳିବାକୁ ବାରଣ କରିବା ସହ ଘରେ ରହି ପରିବାର ସହ ରଙ୍ଗ ଖେଳିବାକୁ ପରାମର୍ଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ସବୁଠାରୁ ବଡ଼କଥା ହେଲା, ଯଦି କୋଭିଡ୍ ନିୟମ ନମାନି ଏହାକୁ ଯିଏ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି ଜାରି କରିଥିବା ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି । ଏହା ଉପରେ ନଜର ରଖିବାକୁ ଜିଲ୍ଲାପ୍ରଶାସନ ଓ ମୁନିସପାଲ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା କ୍ରସ ଭୋଟିଂ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେଡି, ୮ ବିଧାୟକଙ୍କ ସଦସ୍ୟତା ରଦ୍ଦ ଲାଗି ପିଟିସନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର