ରାଜ୍ୟ କ୍ୟାବିନେଟ୍ ବୈଠକରେ ୨୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିଲା ମୋହର, ଚାରି ବିଭାଗର ଏକାଧିକ କ୍ୟାଡର୍‌ ରୁଲ୍‍ ସଂଶୋଧିତ

The Sakala Picture
Published On

ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପରେ ରବିବାର ପୂର୍ବାହ୍ନରେ ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା। ଏହି କ୍ୟାବିନେଟ୍ ବୈଠକରେ ୨୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ବିଧାନସଭା ଚାଲିଥିବାରୁ ସରକାରଙ୍କ ପକ୍ଷରୁ ଏନେଇ ସବିଶେଷ ସୂଚନା ଦିଆଯାଇ ନାହିଁ । ହେଲେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘କାଳିଆ’ ଯୋଜନାର ଅବଧି ବୃଦ୍ଧି କରାଯିବ। ପଞ୍ଚାୟତ ଓ ପୌର ନିର୍ବାଚନ […]

ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପରେ ରବିବାର ପୂର୍ବାହ୍ନରେ ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା। ଏହି କ୍ୟାବିନେଟ୍ ବୈଠକରେ ୨୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ବିଧାନସଭା ଚାଲିଥିବାରୁ ସରକାରଙ୍କ ପକ୍ଷରୁ ଏନେଇ ସବିଶେଷ ସୂଚନା ଦିଆଯାଇ ନାହିଁ । ହେଲେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘କାଳିଆ’ ଯୋଜନାର ଅବଧି ବୃଦ୍ଧି କରାଯିବ। ପଞ୍ଚାୟତ ଓ ପୌର ନିର୍ବାଚନ ସମାପ୍ତ ହେବା ପରେ ରବିବାର ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି କ୍ୟାବିନେଟ୍‍ ବୈଠକରେ ୨୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା କୁହାଯାଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କୃଷି ଠାରୁ ଆରମ୍ଭ କରି ପାନୀୟ ଜଳ ଯୋଗାଣ ଏବଂ ସାମାଜିକ କଲ୍ୟାଣକୁ ବଜେଟରେ ସର୍ବାଧିକ ପ୍ରାଥମିକତା ମିଳିଛି। ବିଭିନ୍ନ ବିଭାଗୀୟ କ୍ୟାଡର ରୁଲ୍‍ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ ଦେଇଛି। ପୂର୍ବରୁ କରାଯାଇଥିବା କେତେକ ସଂଶୋଧନରେ ସାମାନ୍ୟ ପରିବର୍ତ୍ତନ ଆବଶ୍ୟକ ହେଉଥିଲା। ସେ ସଂକ୍ରାନ୍ତ ଏକାଧିକ ପ୍ରସ୍ତାବ ଉପରେ କ୍ୟାବିନେଟ୍‍ ମୋହର ମାରିଛି।

‘କୃଷି କଲେ ଉନ୍ନତ ସକଳ ଉନ୍ନତି’ ସଂକଳ୍ପରେ ବିଶ୍ୱାସ ରଖୁଥିବା ରାଜ୍ୟ ସରକାରୀ ଚାଷୀକୂଳ ହିତକୁ ଦୃଷ୍ଟିରେ ରଖି ‘କାଳିଆ’ ଯୋଜନାର ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ କୃଷି ବିଭାଗ ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବକୁ କ୍ୟାବିନେଟ୍‍ ଦ୍ୱାରା ଅନୁମୋଦନ କରାଯାଇଛି। ଏହି ଯୋଜନାର ଅବଧି ପୂର୍ବରୁ ଚଳିତ ୨୦୨୧-୨୨ ବର୍ଷ ପର୍ଯ୍ୟନ୍ତ ରଖାଯାଇଥିଲା। ଏହାକୁ ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବଥର ଭଳି ଆସନ୍ତା ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ କାଳିଆ ସହାୟତା ରାଶି ଘୋଷଣା କରାଯିବ।

୨୦୨୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ବହୁଳ ଭାବେ ସାମାଜିକ ଜୀବନକୁ ପ୍ରଭାବିତ କରିଛି। ମହାମାରୀ ଦ୍ୱାରା ବହୁ ଶିଶୁ ଅନାଥ ହୋଇଥିଲେ। ଏମାନଙ୍କୁ ସହାୟତା କରିବା ପାଇଁ ରାଜ୍ୟ ସରକାର ଆଶୀର୍ବାଦ ଯୋଜନା କରିଥିଲେ। ଏହି ଯୋଜନା ଏଣିକି ଉଚ୍ଚଶିକ୍ଷା ବିଭାଗ କ୍ଷେତ୍ରରେ ମଧ୍ୟ ଲାଗୁ କରାଯିବ। ଏନେଇ ବହୁ ପୂର୍ବରୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇ ସାରିଥିଲା। ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାରୁ କ୍ୟାବିନେଟ୍‍ ଅନୁମୋଦନ ମିଳି ପାରି ନ ଥିଲା। ମାତ୍ର ଭୋଟ ପରେ ପ୍ରଥମ କ୍ୟାବିନେଟ୍‍ରେ ଆଶୀର୍ବାଦ ଯୋଜନାକୁ ଉଚ୍ଚଶିକ୍ଷା ବିଭାଗରେ ସାମିଲ ନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଉଚ୍ଚଶିକ୍ଷା, କୃଷି ଓ ଆନୁଷଙ୍ଗିକ ବିଭାଗର କେତେକ କ୍ୟାଡର ରୁଲ୍‍କୁ ମଧ୍ୟ ସଂଶୋଧିତ କରାଯାଇଛି।

କୃଷି ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗର ୩ଟି ଲେଖାଏଁ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ସରକାରୀ କଲେଜଗୁଡ଼ିକରେ ଅଧ୍ୟାପକମାନଙ୍କ ପଦୋନ୍ନତି ସଂକ୍ରାନ୍ତ ପ୍ରସ୍ତାବରେ ୨ଟି ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା କୁହାଯାଉଛି। କୃଷି ପରିସଂଖ୍ୟନବିତ୍‍ ସେବାସଂକ୍ରାନ୍ତ କ୍ୟାଡର ରୁଲ୍‍ ମଧ୍ୟ ସଂଶୋଧିତ ହୋଇଛି।ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ରାଜ୍ୟ ସରକାର ମଧ୍ୟ ଅନୁଦାନ ପ୍ରଦାନ କରିଥାନ୍ତି। ଏଥିପାଇଁ ଆଗାମୀ ୫ ବର୍ଷ ପାଇଁ ଦିଆଯିବାକୁ ଥିବା ସବ୍‍ସିଡି ବାବଦ ଅର୍ଥକୁ ମଧ୍ୟ କ୍ୟାବିନେଟ୍‍ ମଞ୍ଜୁରୀ ମିଳିଛି। ୨୫୦ କୋଟି ଟଙ୍କାରୁ ଅଧିକ ସବସିଡି ଅର୍ଥ ରହିଲେ ତାହା ସମ୍ପୃକ୍ତ ରାଜ୍ୟ କ୍ୟାବିନେଟ୍‍ ଦ୍ୱାରା ଅନୁମୋଦନ ହେବାର ନିୟମ ରହିଥିଲା।

ଉପରୋକ୍ତ ନିଷ୍ପତ୍ତିକୁ ବାଦ୍‍ ଦେଇ ଆହୁରି ୨୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏହା ମଧ୍ୟରେ ପୂର୍ତ୍ତ, ଆଇନ, ଅର୍ଥ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବ ରହିଥିଲା। ଜଳ ଜୀବନ ମିଶନ, ବସୁଧା ଯୋଜନା ସମ୍ବଦ୍ଧୀୟ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ବର୍ତ୍ତମାନ ବିଧାନସଭାର ବଜେଟ ଅଧିବେଶନ ଜାରି ରହିଛି। ତେଣୁ ପ୍ରଶାସନିକ ପରମ୍ପରା ଅନୁଯାୟୀ ଅଧିବେସନ ଜାରି ରହିଥିବା ସମୟରେ କ୍ୟାବିନେଟ୍‍ ନିଷ୍ପତ୍ତି ଆନୁଷ୍ଠାନିକ ଭାବେ ସାର୍ବଜନୀନ କରାଯାଇ ନ ଥାଏ। ତେଣୁ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ ସରକାରୀସ୍ତରରୁ ସୂଚନା ମିଳିପାରି ନାହିଁ।

About The Author

ରାଶିଫଳ