ଶସ୍ତା ହେବ ଋଣ,କମିବ ଇଏମ୍‌ଆଇ

ଅକ୍ଟୋବର ପହିଲାରୁ ଆର୍‌ବିଆଇର ନୂଆ ନିୟମ, ପ୍ରତି ସପ୍ତାହରେ ଅପଡେଟ୍ ହେବ କ୍ରେଡିଟ୍ ରିପୋର୍ଟ

The Sakala Picture
Published On

ପାର୍ବଣରେ ସାଧାରଣ ଜନତାଙ୍କୁ ଆଶ୍ବସ୍ତି । ରଣ ସହିତ ଜଡିତ ଅନେକ ବଡ଼ ପରିବର୍ତ୍ତନ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) । ଏଣିକି ଋଣ ନେବା ଗ୍ରାହକଙ୍କ ପାଇଁ ସହଜ ହେବା ସହ ବଡ଼ ଋଣ ସହିତ ଜଡିତ ନିୟମ କୋହଳ କରିବାକୁ ଆର୍‌ବିଆଇ ଅନେକ ନୂଆ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନଗୁଡିକ ମଧ୍ୟରୁ ତିନୋଟି ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ ହେବ। ବାକି ଚାରୋଟି ଉପରେ ବର୍ତ୍ତମାନ ବିଚାର ବିମର୍ଶ ଚାଲିଛି ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ବର୍ତ୍ତମାନ ଯଦି ଯଦି ଆପଣଙ୍କର ଫ୍ଲୋଟିଂ ଋଣ ଅଛି, ତେବେ ଲକ୍-ଇନ୍ ଅବଧୂ ପୂର୍ବରୁ ମଧ୍ୟ ଆପଣଙ୍କର ଇଏମ୍‌ଆଇ ହ୍ରାସ କରିପାରିବେ। ଏହା ଆପଣଙ୍କୁ ସିଧାସଳଖ ଲାଭ ଦେବ ଏବଂ ଆପଣଙ୍କର ଇଏମ୍‌ଆଇ ହ୍ରାସ କରିପାରେ I ଏହାସହିତ, ସ୍ଥିର ହାର ଋଣ ନେଉଥିବା ଲୋକଙ୍କୁ ଏବେ ଫ୍ଲୋଟିଂ ରେଟ୍‌କୁ ପରିବର୍ତ୍ତନ କରିବାର ବିକଳ୍ପ ଦିଆଯାଇପାରେ | ଯଦିଓ ଏହା ବାଧ୍ୟତାମୂଳକ ହେବ ନାହିଁ, ବ୍ୟାଙ୍କଗୁଡ଼ିକ ଚାହିଁଲେ ଏହି ବିକଳ୍ପ ପ୍ରଦାନ କରିପାରିବେ । ଏହା ଋଣଗ୍ରହୀତାଙ୍କୁ ନମନୀୟତା ପ୍ରଦାନ କରିବ ଓ ସମୟସୀମା ଆଧାରରେ ସଠିକ୍ ସୁଧ ହାର ବାଛିବା ସହଜ କରିବ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଏଣିକି କେବଳ ଅଳଙ୍କାର ବ୍ୟବସାୟୀ ନୁହେଁ ବରଂ ସୁନାକୁ କଞ୍ଚାମାଲ ଭାବରେ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି, ଯେପରିକି ଛୋଟ ବ୍ୟବସାୟ ଓ କାରିଗରମାନେ ମଧ୍ୟ ସୁନା ରଣ ପାଇପାରିବେ। ଏହା ସେମାନଙ୍କୁ ଛୋଟ ବ୍ୟବସାୟ ପାଇଁ କାର୍ଯ୍ୟକ୍ଷମ ପୁଞ୍ଜି ସଂଗ୍ରହ କରିବା ସହଜ କରିବ I

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

ଏହାବ୍ୟତୀତ, ଆର୍‌ବିଆଇ ସୁନା ଧାତୁ ଋଣ ପାଇଁ ପରିଶୋଧ ଅବଧୂକୁ ୧୮୦ ରୁ ୨୭୦ ଦିନ‌କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି I ଏହାବ୍ୟତୀତ, ଅଣ-ନିର୍ମାଣକାରୀ ଅଳଙ୍କାର ଖୁଚୁରା ବ୍ୟବସାୟୀମାନେ ଏବେ ଆଉଟସୋସିଂ ପାଇଁ ଜିଏମ୍ ଏଲ୍ ବ୍ୟବହାର କରିପାରିବେ | ଏହି ସମସ୍ତ ପରିବର୍ତ୍ତନ ଏମ୍ସ୍ଏସ୍ଏମ୍ଇ ଏବଂ ଅଳଙ୍କାର କ୍ଷେତ୍ର ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇପାରେ | ଆର୍‌ବିଆଇ ବ୍ୟାଙ୍କଗୁଡ଼ିକୁ ଅଫସୋର ବଜାର ମାଧ୍ୟମରେ ପାଣ୍ଠି ସଂଗ୍ରହ କରିବାର ପଥକୁ ସରଳ କରିଛି। ଫଳରେ ବ୍ୟାଙ୍କଗୁଡ଼ିକ ବିଦେଶୀ ମୁଦ୍ରା କିମ୍ବା ଟଙ୍କାରେ ବଣ୍ଡ ଜାରି କରି ଅଧୂକ ପାଣ୍ଠି ସଂଗ୍ରହ କରିପାରିବେ । ଏହା ସେମାନଙ୍କର ଆର୍ଥିକ ସ୍ଥିତିକୁ ମଜବୁତ କରିବ ଏବଂ ସେମାନଙ୍କୁ ଅଧିକ ଋଣ ଦେବାକୁ ସକ୍ଷମ କରିବ I କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁପାରିଶ କରିଛି ଯେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଏଣିକି ପ୍ରତି ଦୁଇ ସପ୍ତାହରେ ଥରେ କ୍ରେଡିଟ୍ ବ୍ୟୁରୋକୁ ତଥ୍ୟ ଦାଖଲ କରିବେ | ଏହା ଲୋକଙ୍କ କ୍ରେଡିଟ୍ରି ପୋର୍ଟରେ ତ୍ରୁଟି ହ୍ରାସ କରିବ ଏବଂ ସେଗୁଡ଼ିକୁ ସମୟ ମଧ୍ୟରେ ସଂଶୋଧନ କରାଯାଇପାରିବ।

01 Oct 2025 By The Sakala

ଶସ୍ତା ହେବ ଋଣ,କମିବ ଇଏମ୍‌ଆଇ

ଅକ୍ଟୋବର ପହିଲାରୁ ଆର୍‌ବିଆଇର ନୂଆ ନିୟମ, ପ୍ରତି ସପ୍ତାହରେ ଅପଡେଟ୍ ହେବ କ୍ରେଡିଟ୍ ରିପୋର୍ଟ

ପାର୍ବଣରେ ସାଧାରଣ ଜନତାଙ୍କୁ ଆଶ୍ବସ୍ତି । ରଣ ସହିତ ଜଡିତ ଅନେକ ବଡ଼ ପରିବର୍ତ୍ତନ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) । ଏଣିକି ଋଣ ନେବା ଗ୍ରାହକଙ୍କ ପାଇଁ ସହଜ ହେବା ସହ ବଡ଼ ଋଣ ସହିତ ଜଡିତ ନିୟମ କୋହଳ କରିବାକୁ ଆର୍‌ବିଆଇ ଅନେକ ନୂଆ ପରିବର୍ତ୍ତନ କରିଛି। ଏହି ପରିବର୍ତ୍ତନଗୁଡିକ ମଧ୍ୟରୁ ତିନୋଟି ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ ହେବ। ବାକି ଚାରୋଟି ଉପରେ ବର୍ତ୍ତମାନ ବିଚାର ବିମର୍ଶ ଚାଲିଛି ।

ବର୍ତ୍ତମାନ ଯଦି ଯଦି ଆପଣଙ୍କର ଫ୍ଲୋଟିଂ ଋଣ ଅଛି, ତେବେ ଲକ୍-ଇନ୍ ଅବଧୂ ପୂର୍ବରୁ ମଧ୍ୟ ଆପଣଙ୍କର ଇଏମ୍‌ଆଇ ହ୍ରାସ କରିପାରିବେ। ଏହା ଆପଣଙ୍କୁ ସିଧାସଳଖ ଲାଭ ଦେବ ଏବଂ ଆପଣଙ୍କର ଇଏମ୍‌ଆଇ ହ୍ରାସ କରିପାରେ I ଏହାସହିତ, ସ୍ଥିର ହାର ଋଣ ନେଉଥିବା ଲୋକଙ୍କୁ ଏବେ ଫ୍ଲୋଟିଂ ରେଟ୍‌କୁ ପରିବର୍ତ୍ତନ କରିବାର ବିକଳ୍ପ ଦିଆଯାଇପାରେ | ଯଦିଓ ଏହା ବାଧ୍ୟତାମୂଳକ ହେବ ନାହିଁ, ବ୍ୟାଙ୍କଗୁଡ଼ିକ ଚାହିଁଲେ ଏହି ବିକଳ୍ପ ପ୍ରଦାନ କରିପାରିବେ । ଏହା ଋଣଗ୍ରହୀତାଙ୍କୁ ନମନୀୟତା ପ୍ରଦାନ କରିବ ଓ ସମୟସୀମା ଆଧାରରେ ସଠିକ୍ ସୁଧ ହାର ବାଛିବା ସହଜ କରିବ ।

ଏଣିକି କେବଳ ଅଳଙ୍କାର ବ୍ୟବସାୟୀ ନୁହେଁ ବରଂ ସୁନାକୁ କଞ୍ଚାମାଲ ଭାବରେ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି, ଯେପରିକି ଛୋଟ ବ୍ୟବସାୟ ଓ କାରିଗରମାନେ ମଧ୍ୟ ସୁନା ରଣ ପାଇପାରିବେ। ଏହା ସେମାନଙ୍କୁ ଛୋଟ ବ୍ୟବସାୟ ପାଇଁ କାର୍ଯ୍ୟକ୍ଷମ ପୁଞ୍ଜି ସଂଗ୍ରହ କରିବା ସହଜ କରିବ I

ଏହାବ୍ୟତୀତ, ଆର୍‌ବିଆଇ ସୁନା ଧାତୁ ଋଣ ପାଇଁ ପରିଶୋଧ ଅବଧୂକୁ ୧୮୦ ରୁ ୨୭୦ ଦିନ‌କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି I ଏହାବ୍ୟତୀତ, ଅଣ-ନିର୍ମାଣକାରୀ ଅଳଙ୍କାର ଖୁଚୁରା ବ୍ୟବସାୟୀମାନେ ଏବେ ଆଉଟସୋସିଂ ପାଇଁ ଜିଏମ୍ ଏଲ୍ ବ୍ୟବହାର କରିପାରିବେ | ଏହି ସମସ୍ତ ପରିବର୍ତ୍ତନ ଏମ୍ସ୍ଏସ୍ଏମ୍ଇ ଏବଂ ଅଳଙ୍କାର କ୍ଷେତ୍ର ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇପାରେ | ଆର୍‌ବିଆଇ ବ୍ୟାଙ୍କଗୁଡ଼ିକୁ ଅଫସୋର ବଜାର ମାଧ୍ୟମରେ ପାଣ୍ଠି ସଂଗ୍ରହ କରିବାର ପଥକୁ ସରଳ କରିଛି। ଫଳରେ ବ୍ୟାଙ୍କଗୁଡ଼ିକ ବିଦେଶୀ ମୁଦ୍ରା କିମ୍ବା ଟଙ୍କାରେ ବଣ୍ଡ ଜାରି କରି ଅଧୂକ ପାଣ୍ଠି ସଂଗ୍ରହ କରିପାରିବେ । ଏହା ସେମାନଙ୍କର ଆର୍ଥିକ ସ୍ଥିତିକୁ ମଜବୁତ କରିବ ଏବଂ ସେମାନଙ୍କୁ ଅଧିକ ଋଣ ଦେବାକୁ ସକ୍ଷମ କରିବ I କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ସୁପାରିଶ କରିଛି ଯେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଏଣିକି ପ୍ରତି ଦୁଇ ସପ୍ତାହରେ ଥରେ କ୍ରେଡିଟ୍ ବ୍ୟୁରୋକୁ ତଥ୍ୟ ଦାଖଲ କରିବେ | ଏହା ଲୋକଙ୍କ କ୍ରେଡିଟ୍ରି ପୋର୍ଟରେ ତ୍ରୁଟି ହ୍ରାସ କରିବ ଏବଂ ସେଗୁଡ଼ିକୁ ସମୟ ମଧ୍ୟରେ ସଂଶୋଧନ କରାଯାଇପାରିବ।

https://www.thesakala.in/business/loans-will-be-cheaper--emis-will-be-lower/article-42546
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp