ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁଙ୍କ ପରଲୋକ, ଦୁଃଖ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

Deviprasad Mohanty Picture
Published On

ଶେରଗଡ଼: ପଦ୍ମଶ୍ରୀ କୃଷ୍ଣଲୀଳା ଗୁରୁ ଗୋପୀନାଥ ସ୍ୱାଇଁଙ୍କର ୧୦୮ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଛି।  ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ୍ ଗୋବିନ୍ଦପୁରସ୍ଥିତ ବାସଭବନରେ ସକାଳ ପ୍ରାୟ ୬ଟା ୪୦ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ରାଜ୍ୟର ଲୋକପ୍ରିୟ ଲୋକନୃତ୍ୟ କୃଷ୍ଣ ଲୀଳାର ଗାୟକ ଭାବେ ଗୋପୀନାଥ ସ୍ବାଇଁ  ନଅ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ ଜାରି ରଖିଥିଲେ। ସେ  ତାଙ୍କ ମାମୁଁଙ୍କଠାରୁ ୧୦ ବର୍ଷ ବୟସରେ କୃଷ୍ଣଲୀଳା ଶିଖିବା ଆରମ୍ଭ କରିଥିଲେ। ସେ ଗାଁରେ ଏକ ପାରମ୍ପରିକ ନୃତ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଏବଂ ଗାଁର ଯୁବବର୍ଗମାନଙ୍କୁ ତାଙ୍କର ଜ୍ଞାନ ପ୍ରଦାନ କରିବା ଜାରି ରଖିଥିଲେ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଶିଷ୍ଟ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଗୋପୀନାଥ ସ୍ୱାଇଁଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଓଡ଼ିଶାର ଲୋକକଳା କୃଷ୍ଣଲୀଳାକୁ ସମୃଦ୍ଧ କରିବାରେ ତାଙ୍କର ସମର୍ପିତ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର