ଆଜି ଭୁବନେଶ୍ବରରେ କେଉଁଠି ହେବ ରାବଣପୋଡି, ଜାଣନ୍ତୁ କେଉଁ କମିଟି ପାଇଛି ଅଗ୍ନିଶମ ବିଭାଗର ଅନୁମତି...

Deviprasad Mohanty Picture
Published On

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏଥର ୧୨ଟି ବଦଳରେ ୭ଟି ସ୍ଥାନରେ ରାବଣପୋଡ଼ି ଆୟୋଜନ କରାଯାଉଛି।  ପାହାଳ ଥାନା ଅନ୍ତର୍ଗତ ନହରକଣ୍ଟା , ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା, ବଡଗଡ଼ ଥାନା ଅନ୍ତର୍ଗତ କୋରଡକଣ୍ଟା, ବଡଗଡ଼ ଥାନା ଅନ୍ତର୍ଗତ ବାଙ୍କୁଆଳ , ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗୋପାଳପୁର, ଇନ୍ଫୋସିଟି ଥାନା ଅନ୍ତର୍ଗତ କିଟ ରୋଡ଼ ଓ ଏୟାରଫିଲଡ଼ ଥାନା ଅନ୍ତର୍ଗତ କପିଳପ୍ରସାଦ ଫୁଟବଲ ପଡିଆ ଠାରେ ଆଜି ଅନୁଷ୍ଠିତ ହେବ ରାବଣ ପୋଡି। 

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଭୁବନେଶ୍ୱରରେ କମିଶନରେଟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ୭ ଟି ସ୍ଥାନରେ ରାବଣ ପୋଡି ପାଇଁ ଅନୁମତି ଦିଆଯାଇଛି । ଦର୍ଶକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁନିଶ୍ଚିତ କରିବା ପାଇଁ ବରମୁଣ୍ଡା ପୂଜା ମଣ୍ଡପ ଠାରେ ଅଗ୍ନିଶମ ଅଧିକାରୀ ମାନେ ଯାଞ୍ଚ କରିଛନ୍ତି । ବାଣ ଫୁଟିବା ସ୍ଥାନ ଠାରୁ ଶହେ ମିଟର ଦୂରରେ ଲୋକମାନେ ରହିବେ। ଏଥିପାଇଁ ବ୍ୟାରିକେଡ କରାଯାଇଛି । ବିଶେଷ ଶବ୍ଦ ପ୍ରଦୂଷଣ ନହେବା ପାଇଁ ଗ୍ରୀନ କ୍ରାକର୍ ର ବ୍ୟବହାର ପାଇଁ ପୂର୍ବରୁ ପୂଜା କମିଟି ଗୁଡିକୁ ନିର୍ଦ୍ଦେଶ ରହିଛି । କୌଣସି ଅଘଟଣ ଘଟିଲେ ରାବଣ ପୋଡି ହେଉଥିବା ସ୍ଥାନରେ ଫାୟାର ଫାଇଟର ମନେ ଆମ୍ବୁଲାନ୍ସ ସହ ରହିବେ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର