ଏଥର ଭୁବନେଶ୍ୱରର ୭ଟି ସ୍ଥାନରେ ହେବ ରାବଣପୋଡ଼ି 

Satyajeet Sahoo Picture
Published On

ଗତବର୍ଷ ତୁଳନାରେ ଏଥର କମ୍‌‌ ସ୍ଥାନରେ ରାବଣପୋଡି ହେବ। ଗତଥର ୧୨ଟି ସ୍ଥାନରେ ରାବଣପୋଡି ହୋଇଥିବାବେଳେ ଏଥର ୭ଟି ସ୍ଥାନରେ ହେବ।

ଭୁବନେଶ୍ବର : ରାଜଧାନୀରେ ଗତବର୍ଷ ତୁଳନାରେ ଏଥର କମ୍‌‌ ସ୍ଥାନରେ ରାବଣପୋଡି ହେବ। ଗତଥର ୧୨ଟି ସ୍ଥାନରେ ରାବଣପୋଡି ହୋଇଥିବାବେଳେ ଏଥର ୭ଟି ସ୍ଥାନରେ ହେବ। ନହରକଣ୍ଟା, କୋରଡ଼କଣ୍ଟା, ବରମୁଣ୍ଡା, ବାଙ୍କୁଆଳ, ଗୋପାଳପୁର (ଯାଆଁଳା), କିଟ୍‌‌ ରୋଡ ଓ କପିଳପ୍ରସାଦ ଫୁଟବଲ୍‌‌ ପଡ଼ିଆରେ ରାବଣପୋଡ଼ି ପାଇଁ ଅନୁମତି ମିଳିଛି।

ରାବଣପୋଡି ସ୍ଥାନଗୁଡିକରେ ଅଗ୍ନିଶମ ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହିସବୁ ସ୍ଥାନଗୁଡିକ ପୁଲିସ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି। 

About The Author

ରାଶିଫଳ