ଅନ୍‌‌ଲାଇନ୍‌‌ ଟ୍ରେଡିଂ ଆଳରେ ବଢୁଛି ଠକେଇ, ଦେଢ଼ ମାସରେ ନେଇଗଲେ ୨ ଶହ କୋଟି

୧୦୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ କଲାଣି ପୁଲିସ

Satyajeet Sahoo Picture
Published On

ଭୁବନେଶ୍ୱର : ରାଜଧାନୀ ନୁହେଁ ସାରା ରାଜ୍ୟରେ ଅନ୍‌‌ଲାଇନ୍‌‌ ଟ୍ରେଡିଂ ଆଳରେ ବଢ଼ୁଛି ସାଇବର ଠକେଇ। ରାତାରାତି କୋଟିପତି ହେବା ଆଶାରେ ଏକାଧିକ ବ୍ୟକ୍ତି ଅର୍ଥ ବିନିଯୋଗ କରୁଛନ୍ତି। ଠକ ଚତୁରତାର ସହ ପ୍ରଥମେ କିଛି ଟଙ୍କା ଦେଇ ଲୋକଙ୍କ ବିଶ୍ୱାସ ଜିଣୁଛନ୍ତି। ପରେ ଲୋକ ଲକ୍ଷାଧିକ ଟଙ୍କା ଲଗାଇବା ପରେ ଠକ ଆକାଉଣ୍ଟ ବ୍ଲକ କରି ଚମ୍ପଟ ମାରୁଛନ୍ତି। ଏହିଭଳି ରାଜ୍ୟରେ ଦିନକୁ ଦିନ ଅନ୍‌‌ଲାଇନ୍‌‌ ଟ୍ରେଡିଂ ଠକେଇ ବଢ଼ିଛି। ଗତ ଦେଢ଼ ମାସରେ ରାଜ୍ୟର ବିଭିନ୍ନ ପୁଲିସ ଜିଲ୍ଲାରୁ ୨ଶହ କୋଟିରୁ ଊର୍ଦ୍ଧ୍ବ ଠକେଇ ହୋଇଥିବା ସୂଚନା ମିଳିଛି। ସର୍ବାଧିକ ଠକେଇ ଭୁବନେଶ୍ୱର, କଟକରେ ହୋଇଥିବା ବେଳେ ଏହା ପରେ ବାଲେଶ୍ୱର, ବ୍ରହ୍ମପୁର, ବଲାଙ୍ଗୀର, ସମ୍ବଲପୁର ଏବଂ କନ୍ଧମାଳ ରହିଛି। ପୁଲିସ ଲୋକଙ୍କୁ ସଚେତନ କଲେ ମଧ୍ୟ ଲୋକ ସଚେତନ ହେବା ବଦଳରେ ଅଧିକରୁ ଅଧିକ ସାଇବର ଠକାମିର ଶିକାର ହେଉଛନ୍ତି। ଏହିଭଳି ଆଉ ଜଣେ ବ୍ୟକ୍ତି କୋଟିଏ ଟଙ୍କାର ସାଇବର ଠକେଇର ଶିକାର ହୋଇଛନ୍ତି। ଠକାମିର ଶିକାର ହୋଇଥିବା ହିମାଶୁଂ ଶେଖର ପଣ୍ଡା ସାଇବର ଥାନାରେ ଅଭିଯୋଗ କରିଛନ୍ତି। କୋଟିଏ ଟଙ୍କା ହୋଇଥିବାରୁ ତାଙ୍କୁ କ୍ରାଇମ୍‌‌ବ୍ରାଞ୍ଚ ନିକଟରେ ଅଭିାଯାଗ କରିବାକୁ ପରାମର୍ଶ ଦିଆଯାଇଛି। ଅଭିଯୋଗ ଆଧାରରେ ପୁଲିସ ଠକେଇ ଟଙ୍କା ଯାଇଥିବା ଆକାଉଣ୍ଟକୁ ବ୍ଲକ କରାଯାଇଥିଲେ ମଧ୍ୟ ଠକ ଉକ୍ତ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଛନ୍ତି।
 

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ଅଭିଯୋଗ ଅନୁସାରେ, ହିମାଂଶୁ ଶେଖର ନିକଟକୁ ଏକ ଅଜଣା ଫୋନ୍‌‌ ନମ୍ବରରୁ ମେସେଜ୍‌‌ ଆସିଥିଲା। ଯେଉଁଥିରେ ଅନ୍‌‌ଲାଇନ୍‌‌ ଟ୍ରେଡିଂ କରି ଲକ୍ଷପତି ହେବାକୁ କୁହାଯାଇଥିଲା। ଏପରିକି ଟଙ୍କା ଦୁଇଗୁଣା କରି ନ ଦେଲେ ଫେରସ୍ତ କରିବାକୁ ମଧ୍ୟ ଗ୍ୟାରେଣ୍ଟ ଦେଇଥିଲେ। ଏଭଳି ମେସେଜ୍‌‌ ଦେଖି ଲୋଭରେ ପଡ଼ିଯାଇଥିଲେ ହିମାଶୁଂ ଶେଖର। ସେ ଦିଆଯାଇଥିବା ଫୋନ୍‌‌ ନମ୍ବରକୁ କଲ୍‌‌ କରି ବୁଝିଥିଲେ। ଠକ ତାଙ୍କୁ ଏକାଧିକ ଲିଙ୍କ୍‌‌ ପଠାଇ ପ୍ରଥମେ ଜଏନ୍‌‌ କରିବାକୁ କହିଥିଲେ। ହିମାଂଶୁ ନିଜର ବ୍ୟକ୍ତିଗତ ତଥ୍ୟ ଦେଇ ଏଥିରେ ଯୋଡ଼ି ହୋଇଥିଲେ। ଏହାପରେ ଠକ ତାଙ୍କୁ ଟଙ୍କା ଲଗାଇବା ପାଇଁ କହିଥିଲେ। ଏପରିକି କିଭଳି ଟଙ୍କା ଲଗାଇବା ସେଥିଲାଗି ଏକ ଟେଲିଗ୍ରାମ୍‌‌ ଗ୍ରୁପ୍‌‌ରେ ଯୋଡ଼ିଥିଲେ। ସେଥିରେ ରାଜୁ ନାମକ ବ୍ୟକ୍ତି ତାଙ୍କୁ ଟଙ୍କା ଲଗାଇବା ପାଇଁ ଗାଇଡ୍‌‌ କରିଥିଲେ। ସେ ତାଙ୍କ କହିବା ଅନୁସାରେ ଏକ ଆପ୍‌‌ ଡାଉନ୍‌‌ଲୋଡ୍‌‌ କରି ସେଥିରେ ନିଜର ବ୍ୟକ୍ତିଗତ ତଥ୍ୟ ଦେଇ ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ସେଥିରେ ସେ ଇ-ୱାଲେଟ୍‌‌ ମାଧ୍ୟମରେ ଟଙ୍କା ଲଗାଇବାକୁ କହିଥିଲେ। ପ୍ରଥମେ ହିମାଶୁଂ ଶେଖର ୫ ହଜାର ଟଙ୍କା ଲଗାଇଥିଲେ। ଏଥିସହ ଠକ ତାଙ୍କୁ କିଛି ଟ୍ୟାକ୍ସ କରିବା ପାଇଁ ଦେଇଥିଲେ। ଏହାକୁ କରିବା ପରେ ସାଇବର ଠକ ତାଙ୍କ ଆକାଉଣ୍ଟକୁ ୭ ହଜାର ଟଙ୍କା ଦେଇଥିଲେ। ଏହାପରେ ପୁଣି ସେ ୧୦ ହଜାର ଟଙ୍କା ଲଗାଇବା ପରେ ଠକ ତାଙ୍କୁ ୧୪ ହଜାର ଟଙ୍କା ଦେଇଥିଲେ। ଏହାପରେ ଟ୍ରେଡିଂ ଗୁରୁ ସାଜିଥିବା ରୁଜୁ ତାଙ୍କୁ ବଡ଼ ଆମାଉଣ୍ଟ ଲଗାଇବାକୁ କହିଥିଲେ। ରାଜୁ କଥାରେ ପଡ଼ି ସେ ୧ଲକ୍ଷ ଲଗାଇଥିଲେ। ପରେ ତାଙ୍କୁ ସାଇବର ଠକ ଦେଡ ଲକ୍ଷ ଫାଇଦା ଦେଇଥିଲେ। ଏହାପରେ ବିଶ୍ୱାସ ହେବା ପରେ ସେ ୫୦ ଲକ୍ଷ ଏବଂ ପରେ ବାକି ୫୦ ଲକ୍ଷ ଲଗାଇଥିଲେ। ଟଙ୍କା ଲଗାଇବା ପରେ ଦୁଇ ଗୁଣା ହୋଇଥିବା ଇ-ୱାଲେଟ୍‌‌ରେ ଦେଖାଇଥିଲା। ଏହାକୁ ହିମାଶୁଂ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଶେଷରେ ଠକ ହିମାଶୁଂଙ୍କ ଆକାଉଣ୍ଟକୁ ବ୍ଲକ କରି ଦେଇଥିଲେ। ହିମାଶୁଂ ଟ୍ରେଡିଂ ଗୁରୁ ରାଜୁ ଏବଂ ଅନ୍ୟ ଫୋନ୍‌‌ ନମ୍ବରକୁ କଲ୍‌‌ କରିଥିଲେ ମଧ୍ୟ ତାହା ବନ୍ଦ ଥିଲା। ଶେଷରେ ଠକାମିର ଶିକାର ହୋଇଥିବା ଜାଣି ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର