ପୁଲିସ ଏସ୍‌ଆଇ ପରୀକ୍ଷା ବାତିଲ ନେଇ ଆଶ୍ଚର୍ଯ୍ୟ ପ୍ରକଟ କଲେ ବିରୋଧୀ ଦଳ ନେତା

Satyajeet Sahoo Picture
Published On

ଭୁବନେଶ୍ବର : ପୁଲିସ ଏସଆଇ ପରୀକ୍ଷା ସ୍ଥଗିତ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓପିଆରବି ଦ୍ବାରା ପରିଚାଳିତ ସିପିଏସଇ-୨୦୨୪ର ସବ-ଇନସପେକ୍ଟର ପରୀକ୍ଷା ଆସନ୍ତା ୫ ଓ ୬ ତାରିଖରେ ହେବାର ଥିଲା । କିନ୍ତୁ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଯେ, ପରୀକ୍ଷା ପୂର୍ବରୁ ତାହା ରଦ୍ଦ କରିବାକୁ ପଡିଲା ? ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା କେବଳ ଗୋଟିଏ ଘଟଣା ନୁହେଁ । କେଳେଙ୍କାରୀର ଲମ୍ବା ତାଲିକା ଦର୍ଶାଇଛନ୍ତି ନବୀନ ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ସହ ମିଶି ଆଦିବାସୀଙ୍କ ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଉଦାହାରଣ ଦେଇ ନବୀନ ପଟ୍ଟନାୟକ ଏହି ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଗତ ଜୁଲାଇ ମାସ ଠାରୁ ୪ଥର ପରୀକ୍ଷା ବାତିଲ କରାଯାଇଛି। ୨୦୨୫ ଜୁଲାଇରେ ସମାନ ସ୍ଥିତିରେ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା । ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଆରମ୍ଭ ହେବାର ମାତ୍ର କେଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ଯୋଗୁଁ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେଲା ଏବଂ ପରୀକ୍ଷା ରଦ୍ଦ ହେଲା ।

ଆହୁରି ପଢ଼ନ୍ତୁ: ବିଜେପି ସରକାରକୁ ବିଜେଡିର କଟାକ୍ଷ: ଭାଷା ଜନନୀର ବସ୍ତ୍ରହରଣ କରିଛନ୍ତି ବିଜେପି ସରକାର

ସେହିପରି ଜୁଲାଇ ୩୦ ଓ ୩୧ ତାରିଖରେ ଓଡ଼ିଶା ସବ ଅର୍ଡିନେଟ ଷ୍ଟାଫ ସିଲେକସନ କମିଶନ ଦ୍ବାରା ପରିଚାଳିତ RI, ARI, ଅମୀନ, ଅଙ୍ଗନବାଡି କେନ୍ଦ୍ରର ସୁପରଭାଇଜର, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅଧିକାରୀ ନିଯୁକ୍ତି ନେଇ ହେବାକୁ ଥିବା ମିଳିତ ନିଯୁକ୍ତି ପରୀକ୍ଷା ରଦ୍ଦ ହୋଇଥିଲା । ଅଗଷ୍ଟ ୨୨ରେ ଓଟିଇଟି ପରୀକ୍ଷା ଲାଗି ପୁନଃ ତାରିଖ ଘୋଷଣା ହେଲା । ହେଲେ ତାହା ମଧ୍ୟ ସ୍ଥଗିତ ହେଲା । ଏହାପରେ ଆଶାୟୀ ପରୀକ୍ଷାର୍ଥୀ ହତାଶ ହୋଇଥିଲେ । ଏହା ଦର୍ଶାଉଛି ଓଡିଶା ସରକାରଙ୍କର ନିଯୁକ୍ତି ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା, ବିଶ୍ବସନୀୟତାର ଘୋର ଅଭାବ ରହିଛି । ଯାହାକି ଲକ୍ଷାଧିକ ଚାକିରି ଆଶାୟୀଙ୍କୁ ଭୀଷଣ ମାତ୍ରାରେ ପ୍ରଭାବିତ କରୁଛି । ବିଜେପି ସରକାରଙ୍କ ବ୍ୟବସ୍ଥାଗତ ବିଫଳତା ବୋଲି ଏହା ସୂଚାଇ ଦେଉଛି । ଯଦି ଲୋକଙ୍କ ବିଶ୍ବାସ ଜିତିବାକୁ ଚାହୁଁଛନ୍ତି ଯେଉଁମାନେ ଏଥିଲାଗି ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ନବୀନ ସୋସିଆଲ ମିଡିଆ ଏକ୍ସରେ ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଚାକିରୀ ଦେବାକୁ କହି ୨୫ ଲକ୍ଷ ଟଙ୍କା ଠକେଇ, 420 ମହିଳାଙ୍କୁ ଗିରଫ କଲା ପୋଲିସ

30 Sep 2025 By Satyajeet Sahoo

ପୁଲିସ ଏସ୍‌ଆଇ ପରୀକ୍ଷା ବାତିଲ ନେଇ ଆଶ୍ଚର୍ଯ୍ୟ ପ୍ରକଟ କଲେ ବିରୋଧୀ ଦଳ ନେତା

ଭୁବନେଶ୍ବର : ପୁଲିସ ଏସଆଇ ପରୀକ୍ଷା ସ୍ଥଗିତ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓପିଆରବି ଦ୍ବାରା ପରିଚାଳିତ ସିପିଏସଇ-୨୦୨୪ର ସବ-ଇନସପେକ୍ଟର ପରୀକ୍ଷା ଆସନ୍ତା ୫ ଓ ୬ ତାରିଖରେ ହେବାର ଥିଲା । କିନ୍ତୁ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଯେ, ପରୀକ୍ଷା ପୂର୍ବରୁ ତାହା ରଦ୍ଦ କରିବାକୁ ପଡିଲା ? ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା କେବଳ ଗୋଟିଏ ଘଟଣା ନୁହେଁ । କେଳେଙ୍କାରୀର ଲମ୍ବା ତାଲିକା ଦର୍ଶାଇଛନ୍ତି ନବୀନ ।

ଉଦାହାରଣ ଦେଇ ନବୀନ ପଟ୍ଟନାୟକ ଏହି ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଗତ ଜୁଲାଇ ମାସ ଠାରୁ ୪ଥର ପରୀକ୍ଷା ବାତିଲ କରାଯାଇଛି। ୨୦୨୫ ଜୁଲାଇରେ ସମାନ ସ୍ଥିତିରେ ଓଟିଇଟି ପରୀକ୍ଷା ବାତିଲ କରାଯାଇଥିଲା । ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଆରମ୍ଭ ହେବାର ମାତ୍ର କେଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ଯୋଗୁଁ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେଲା ଏବଂ ପରୀକ୍ଷା ରଦ୍ଦ ହେଲା ।

ସେହିପରି ଜୁଲାଇ ୩୦ ଓ ୩୧ ତାରିଖରେ ଓଡ଼ିଶା ସବ ଅର୍ଡିନେଟ ଷ୍ଟାଫ ସିଲେକସନ କମିଶନ ଦ୍ବାରା ପରିଚାଳିତ RI, ARI, ଅମୀନ, ଅଙ୍ଗନବାଡି କେନ୍ଦ୍ରର ସୁପରଭାଇଜର, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅଧିକାରୀ ନିଯୁକ୍ତି ନେଇ ହେବାକୁ ଥିବା ମିଳିତ ନିଯୁକ୍ତି ପରୀକ୍ଷା ରଦ୍ଦ ହୋଇଥିଲା । ଅଗଷ୍ଟ ୨୨ରେ ଓଟିଇଟି ପରୀକ୍ଷା ଲାଗି ପୁନଃ ତାରିଖ ଘୋଷଣା ହେଲା । ହେଲେ ତାହା ମଧ୍ୟ ସ୍ଥଗିତ ହେଲା । ଏହାପରେ ଆଶାୟୀ ପରୀକ୍ଷାର୍ଥୀ ହତାଶ ହୋଇଥିଲେ । ଏହା ଦର୍ଶାଉଛି ଓଡିଶା ସରକାରଙ୍କର ନିଯୁକ୍ତି ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା, ବିଶ୍ବସନୀୟତାର ଘୋର ଅଭାବ ରହିଛି । ଯାହାକି ଲକ୍ଷାଧିକ ଚାକିରି ଆଶାୟୀଙ୍କୁ ଭୀଷଣ ମାତ୍ରାରେ ପ୍ରଭାବିତ କରୁଛି । ବିଜେପି ସରକାରଙ୍କ ବ୍ୟବସ୍ଥାଗତ ବିଫଳତା ବୋଲି ଏହା ସୂଚାଇ ଦେଉଛି । ଯଦି ଲୋକଙ୍କ ବିଶ୍ବାସ ଜିତିବାକୁ ଚାହୁଁଛନ୍ତି ଯେଉଁମାନେ ଏଥିଲାଗି ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ନବୀନ ସୋସିଆଲ ମିଡିଆ ଏକ୍ସରେ ପରାମର୍ଶ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର