ମନୋରଞ୍ଜନ
ଓଡ଼ିଶା
ବର୍ଷା ଦିନରେ ଅମାନିଆ ଗାଡ଼ି ଚାଳକଙ୍କୁ ଏସ୍ଟିଏର ପରାମର୍ଶ: ଧନ ଲୋ’ ଟିକେ ଧୀରେ…..
ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ସମୟରେ ଦ୍ରୁତ ବେଗରେ ଗାଡ଼ି ଚଳାଉଥିବା କେତେକ ଅମାନିଆଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଏକ ନିଆରା ଅନ୍ଦାଜରେ ଟ୍ବିଟ କରି ଅମାନିଆଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ବର୍ଷା ସମୟରେ ଧୀରେ ଗାଡ଼ି ଚଲାଇବା ପାଇଁ ପରାମର୍ଶ ଦେଇଛି । ଧନ ଲୋ ଟିକେ ଧୀରେ ! ବର୍ଷା ଦିନ ରେ ସତର୍କତାର ସହିତ […]
ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ସମୟରେ ଦ୍ରୁତ ବେଗରେ ଗାଡ଼ି ଚଳାଉଥିବା କେତେକ ଅମାନିଆଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଏକ ନିଆରା ଅନ୍ଦାଜରେ ଟ୍ବିଟ କରି ଅମାନିଆଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ବର୍ଷା ସମୟରେ ଧୀରେ ଗାଡ଼ି ଚଲାଇବା ପାଇଁ ପରାମର୍ଶ ଦେଇଛି ।
ଧନ ଲୋ ଟିକେ ଧୀରେ !
ଆହୁରି ପଢ଼ନ୍ତୁ: ଭୟଙ୍କର ରୂପ ନେଉଛି ବାତ୍ୟା 'ଅର୍ଣ୍ଣବ': ଓଡ଼ିଶାରେ ହାଇ ଆଲର୍ଟ ଜାରି, ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତିବର୍ଷା ଦିନ ରେ ସତର୍କତାର ସହିତ ଗାଡି ଚଳେଇଲେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଂଚି ପାରିବେ I
Hope all of you are enjoying this mesmerizing #rainyweather but don’t let this distract you on the road.
Drive carefully, to live joyfully!#RainDayDrivingTips#RoadSafety pic.twitter.com/C9ktJzO0Op
— State Transport Authority, Odisha (@STAOdisha) August 2, 2023
ଏଥିସହ ଟ୍ବିଟ କରି ଏସ୍ଟିଏ ପକ୍ଷରୁ କୁହାଯାଇଛି ଯେ, ଧନ ଲୋ ଟିକେ ଧୀରେ ! ବର୍ଷା ଦିନରେ ସତର୍କତାର ସହିତ ଗାଡି ଚଲାଇଲେ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ଆପଣ ସମସ୍ତେ ବର୍ଷାକୁ ଉପଭୋଗ କରୁଛନ୍ତି। ହେଲେ ଚଳାଇବା ବେଳେ ବିଭ୍ରାନ୍ତ ହୁଅନ୍ତୁ ନାହିଁ। ବର୍ଷା ଦିନରେ ଅନିଶୟ ବେଗରେ ଗାଡ଼ି ଚଲାଇଲେ ଦୁର୍ଘଟଣା ସମ୍ଭାବନା ଅଧିକ। ସତର୍କତାର ସହିତ ଗାଡି ଚାଳନା କରନ୍ତୁ ଓ ଆନନ୍ଦରେ ବଞ୍ଚନ୍ତୁ ବୋଲି ଏସ୍ଟିଏ ପକ୍ଷରୁ ଟ୍ବିଟ କରି କୁହାଯାଇଛି।






