ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନାହିଁ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର

The Sakala Picture
Published On

ଭୁବନେଶ୍ବର : ବିଧାନସଭାରୁ କଂଗ୍ରେସର ସମସ୍ତ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗକୁ ନେଇ କଂଗ୍ରେସର ପ୍ରେସମିଟ। ସାମ୍ବାଦିକ ସମ୍ମିଳନୀ କରାଯାଇ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ବିଧାନସଭାରେ ଯାହା ଘଟିଲା ତାହା ଅସାମ୍ବିଧାନିକ। ପୁଲିସ ବେଆଇନ ଭାବେ ବାଧା ଦେଇଥିଲା। ଆଇନ ଅନୁଯାୟୀ ଗୃହ ମଧ୍ୟଭାଗକୁ ନଯାଇ ପାରିଲେ ମଧ୍ୟ ପୂର୍ବତନ ବିଧାୟକ ମାନେ ବିଧାନସଭା ଭିତରକୁ ଯାଇପାରିବେ। ବିଧି ବ୍ୟବସ୍ଥା ଅନୁଯାୟୀ ବାଚସ୍ପତିଙ୍କ ବିନା ଅନୁମତିରେ […]

ଭୁବନେଶ୍ବର : ବିଧାନସଭାରୁ କଂଗ୍ରେସର ସମସ୍ତ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗକୁ ନେଇ କଂଗ୍ରେସର ପ୍ରେସମିଟ। ସାମ୍ବାଦିକ ସମ୍ମିଳନୀ କରାଯାଇ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ବିଧାନସଭାରେ ଯାହା ଘଟିଲା ତାହା ଅସାମ୍ବିଧାନିକ। ପୁଲିସ ବେଆଇନ ଭାବେ ବାଧା ଦେଇଥିଲା। ଆଇନ ଅନୁଯାୟୀ ଗୃହ ମଧ୍ୟଭାଗକୁ ନଯାଇ ପାରିଲେ ମଧ୍ୟ ପୂର୍ବତନ ବିଧାୟକ ମାନେ ବିଧାନସଭା ଭିତରକୁ ଯାଇପାରିବେ। ବିଧି ବ୍ୟବସ୍ଥା ଅନୁଯାୟୀ ବାଚସ୍ପତିଙ୍କ ବିନା ଅନୁମତିରେ ପୁଲିସ କିନ୍ତୁ ବିଧାନସଭା ଭିତରକୁ ଯାଇପାରିବ ନାହିଁ। ପୂର୍ବତନ ବିଧାୟକ ମାନଙ୍କର ବିଧାନସଭାକୁ ଯିବାର ଅଧିକାର ଥିଲା କିନ୍ତୁ ଯିବାକୁ ଦିଆଗଲା ନାହିଁ। କାହିଁକି ଭିତରକୁ ପୁରେଇ ଦେବେନି ତାର କୌଣସି କାରଣ ନାହିଁ। ବିଧାନସଭା ଉପରେ ବାଚସ୍ପତିଙ୍କ କୌଣସି କର୍ତ୍ତୃତ୍ୱ ନାହିଁ।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'କୁ ଦୃଷ୍ଟିରେ ରଖି ରାଜ୍ୟର ୭ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା

ସେ ଆହୁରି ମଧ୍ୟ କହିଛନ୍ତି  ପୁଲିସ ବିଧାନସଭାକୁ କବ୍ଜାକୁ ନେଇଛି। ପୂର୍ବତନ ବିଧାୟକଙ୍କୁ ବିଧାନସଭାକୁ ପୁରାଇ ନଦେବା ପାଇଁ କିଏ କହିଛି, ଜାଣିବାକୁ ଚାହୁଁଥିଲ। କିନ୍ତୁ ବାଚସ୍ପତି ଫୋନ୍‌ ଉଠାଇଲେ ନାହିଁ। ବିଧାୟକ ମାନଙ୍କୁ ଆକ୍ରମଣର ଖବର ଆସିଥିଲା। ଆମ୍ବୁଲାନ୍ସ ଆସିଥିଲା ଚିକିତ୍ସା ପାଇଁ। ମାନବାଧିକାର ଦୃଷ୍ଟିକୋଣରୁ ମଧ୍ୟ ସାକ୍ଷାତ ପାଇଁ ସୁଯୋଗ ଦେଲେନି। ପୁଲିସ ବରିଷ୍ଠ ନେତାମାନଙ୍କୁ ଉଠାଇ ନେଲା। ଯାହା ଦର୍ଶାଉଛି ବିଜେପି ଏକଛତ୍ରବାଦ ଶାସନ ଚଳାଇଛି। ଏହା ଗଣତନ୍ତ୍ରର ହତ୍ୟା। କଂଗ୍ରେସ ଏହାକୁ ନିନ୍ଦା କଲା। ଏକଛତ୍ରବାଦ ବନ୍ଦ କରି ଗଣତନ୍ତ୍ରକୁ ରକ୍ଷା ପାଇଁ ଆହ୍ୱାନ ଦେଲା। ରାଜ୍ୟରେ ନାରୀ ନିର୍ଯ୍ୟାତନା ଶୀର୍ଷରେ। ଗୃହ କମିଟି କରୁନାହାନ୍ତି କି ଆଲୋଚନା କରୁନାହାନ୍ତି। ମହିଳା ମାନେ ପଛେ ଚୁଲିକୁ ଯାଆନ୍ତୁ କିନ୍ତୁ ଆଲୋଚନା ହେଲା ନାହିଁ। ଏଭଳି ଦୃଷ୍ଟାନ୍ତ କେବେ ନ ଥିଲା। ଏମାନେ ଇତିହାସ ସୃଷ୍ଟି କଲେ। କାଲି ଲୋକେ ଜବାବ ଦେବେ। ନିଆଁରେ ଘିଅ ପକାଇବା ଭଳି ପଦକ୍ଷେପ ନେଇଛନ୍ତି ସରକାର। ବିଧାନସଭା ଘେରାଉ ବେଳେ ଲୋକେ ଆହୁରି ଉତ୍ତେଜିତ ହେବେ। ଏହାର ପ୍ରମାଣ ଆସନ୍ତାକାଲି ମିଳିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା OSSTET-୨୦୨୬ ପରୀକ୍ଷାଫଳ, ୭୯.୧୫ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର