ମନୋରଞ୍ଜନ
ମହାଶିବରାତ୍ରର ମହାତ୍ମ୍ୟ ଓ ମହାଦେବଙ୍କ କେଉଁ ନାମରେ ରହିଛି କଣ ମହତ୍ତ୍ୱ
ମହାଶିବରାତ୍ରୀ ଦେବ ଦେବ ମହାଦେବଙ୍କର ସୁବଠୁ ବଡ଼ ପର୍ବ। ଏହିଦିନ ମହାଦେବଙ୍କ ଆରାଧନା ପାଇଁ ଉପବାସ କରିନ୍ତି ଭକ୍ତଗଣ। ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ନିର୍ଜଳ ଉପବାସ ରହିବା ସହିତ ଉଜାଗର ରହି ଦୀପ ଜାଳିଥାନ୍ତି। ଅନେକ ସମୟରେ ମନକୁ ପ୍ରଶ୍ନ ଆସେ ଯେ ମହାଶିବରାତ୍ରି ମାହାତ୍ମ୍ୟ କ’ଣ ବା କାହିଁକି ଏହି ଦିନକୁ ଶିବଙ୍କର ସବୁଠୁ ବଡ଼ ପର୍ବ ବୋଲି କୁହାଯାଉଛି? ମହାଶିବରାତ୍ରି ବା ଜାଗରକୁ ନେଇ ପୁରାଣ ଏବଂ ଶାସ୍ତ୍ରରେ ଭିନ୍ନ ଭିନ୍ନ କଥା ରହିଛି। […]
ମହାଶିବରାତ୍ରୀ ଦେବ ଦେବ ମହାଦେବଙ୍କର ସୁବଠୁ ବଡ଼ ପର୍ବ। ଏହିଦିନ ମହାଦେବଙ୍କ ଆରାଧନା ପାଇଁ ଉପବାସ କରିନ୍ତି ଭକ୍ତଗଣ। ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ନିର୍ଜଳ ଉପବାସ ରହିବା ସହିତ ଉଜାଗର ରହି ଦୀପ ଜାଳିଥାନ୍ତି। ଅନେକ ସମୟରେ ମନକୁ ପ୍ରଶ୍ନ ଆସେ ଯେ ମହାଶିବରାତ୍ରି ମାହାତ୍ମ୍ୟ କ’ଣ ବା କାହିଁକି ଏହି ଦିନକୁ ଶିବଙ୍କର ସବୁଠୁ ବଡ଼ ପର୍ବ ବୋଲି କୁହାଯାଉଛି?

ମହାଶିବରାତ୍ରି ବା ଜାଗରକୁ ନେଇ ପୁରାଣ ଏବଂ ଶାସ୍ତ୍ରରେ ଭିନ୍ନ ଭିନ୍ନ କଥା ରହିଛି। ଶାସ୍ତ୍ର କହେ ଏହି ଦିନ ଭଗବାନ ଶିବ ହଜାର ସୂର୍ଯ୍ୟର ଜ୍ୟୋତି ଧାରଣ କରି ଏକ ଜ୍ୟୋତି ସ୍ତମ୍ଭ ଭାବେ ଆବିର୍ଭୁତ ହୋଇଥିଲେ। ସେହିପରି ମହାଶିବରାତ୍ରୀକୁ ନେଇ ଆଉ ଏକ କାହାଣୀ ରହିଛି।ପୁରାଣର ଅନ୍ୟ ଏକ କଥା ଅନୁସାରେ ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ। ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ। ତାଙ୍କର ଚେତା ଫେରିବା ପର୍ୟ୍ୟନ୍ତ ଦେବଗଣ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ। ସେହିଦିନକୁ ଭକ୍ତମାନେ ମହାଶିବରାତ୍ରି ପାଳନ କରିଥାନ୍ତି। ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହେଇଥାଏ। ଭକ୍ତ ସେହିଦିନ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହନ୍ତି।

ମହାଶିବରାତ୍ରୀ। ଏହି ଦିନ ପ୍ରଭୁ ଶଙ୍କରଙ୍କର ନୀତିନିୟମ ପୂର୍ବକ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରଭୁ ଶିବଶଙ୍କରଙ୍କର ବହୁ ନାମ ଓ ସ୍ୱରୂପ ରହିଛି। ପ୍ରତ୍ୟେକ ନାମର ନିର୍ଦ୍ଦିଷ୍ଟ ମହିମା ସହ ବିଶେଷ ଶକ୍ତି ମଧ୍ୟ ରହିଛି। ଏହି ଶକ୍ତି ସମସ୍ତ ସମସ୍ୟାକୁ ଦୂର କରି ବ୍ୟକ୍ତି ଜୀବନରେ ସୁଖ ଭରି ଦେଇଥାଏ। ଜାଣନ୍ତୁ ପ୍ରଭୁଙ୍କର ବିଭିନ୍ନ ନାମ ଓ ଏହାର ମହତ୍ତ୍ୱ..
ମହେଶ୍ୱର ନାମର ମହତ୍ତ୍ୱ –
ବ୍ୟବସାୟରେ ଉନ୍ନତି ପାଇଁ ଆପଣ ପ୍ରଭୁଙ୍କର ମହେଶ୍ୱର ନାମର ଜପ କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।

ଆଶୁତୋଷ ନାମର ମହତ୍ତ୍ୱ –
ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ ପ୍ରଭୁଙ୍କର ଆଶୁତୋଷ ନାମର ଜପ କରନ୍ତୁ। ସକାଳ ସମୟରୁ ଆରମ୍ଭ କରି ଶୋଇବା ପର୍ୟ୍ୟନ୍ତ ଯଥାସମ୍ଭବ ଏହି ନାମକୁ ଜପ କରନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବିଶ୍ୱମ୍ଭର ନାମର ମହତ୍ତ୍ୱ –
କର୍ମକ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ବିଶ୍ୱମ୍ଭର ନାମକୁ ଜପ କରନ୍ତୁ। ଏହି ନାମକୁ ପ୍ରତ୍ୟେକ ସମୟରେ ଆପଣ ଜପ କରନ୍ତୁ, ଏପରି କରିବା ଦ୍ୱାରା କର୍ମକ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।

ମହାଦେବ ନାମର ମହତ୍ତ୍ୱ –
ସକାଳ ସମୟରେ ସ୍ନାନ କରିବା ପରେ ମହାଦେବଙ୍କ ମନ୍ଦିରକୁ ଯାଇ ଜଳ ଅର୍ପର୍ଣ କରିବା ପରେ ୧୫ ମିନିଟ ପର୍ୟ୍ୟନ୍ତ ମହାଦେବ ନାମକୁ ଜପ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ସ୍ୱାସ୍ଥ୍ୟବାନ ରହିବେ।