ପୁଣି ଜଣେ ଓଡିଆ ପୁଅଙ୍କୁ ବଡ ଦାୟିତ୍ବ : ଏନସିବି ଡିଜି ହେଲେ ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ

The Sakala Picture
Published On

ନୂଆଦିଲ୍ଲୀ : ପୁଣି ବଡ଼ ପଦବୀରେ ଓଡ଼ିଆ। ବରିଷ୍ଠ ଆଇପିଏସ ଅଫିସର ତଥା ଓଡ଼ିଆ ପୁଅ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏନସିିବି ଡିଜି ଭାବେ ନିଯୁକ୍ତି ମିଳିଛି । ପୂର୍ବରୁ ଏନସିବିର ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ସତ୍ୟବ୍ରତଙ୍କୁ ପୂର୍ଣ୍ଣକାଳୀନ ଡିଜି ଦାୟିତ୍ୱ ଦିଆଯାଇଛି । ନିଯୁକ୍ତି ସଂପର୍କିତ କ୍ୟାବିନେଟ୍ କମିଟି ଏସ୍ ଏନ୍ ପ୍ରଧାନଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଆଗାମୀ ୨୦୨୪ ଅଗଷ୍ଟ ୩୧ ତାରିଖ ପର୍ୟ୍ୟନ୍ତ ସେ ଏନସିିବି ଡିଜି ଦାୟିତ୍ୱରେ ରହିବେ […]

ନୂଆଦିଲ୍ଲୀ : ପୁଣି ବଡ଼ ପଦବୀରେ ଓଡ଼ିଆ। ବରିଷ୍ଠ ଆଇପିଏସ ଅଫିସର ତଥା ଓଡ଼ିଆ ପୁଅ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏନସିିବି ଡିଜି ଭାବେ ନିଯୁକ୍ତି ମିଳିଛି । ପୂର୍ବରୁ ଏନସିବିର ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ସତ୍ୟବ୍ରତଙ୍କୁ ପୂର୍ଣ୍ଣକାଳୀନ ଡିଜି ଦାୟିତ୍ୱ ଦିଆଯାଇଛି । ନିଯୁକ୍ତି ସଂପର୍କିତ କ୍ୟାବିନେଟ୍ କମିଟି ଏସ୍ ଏନ୍ ପ୍ରଧାନଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଆଗାମୀ ୨୦୨୪ ଅଗଷ୍ଟ ୩୧ ତାରିଖ ପର୍ୟ୍ୟନ୍ତ ସେ ଏନସିିବି ଡିଜି ଦାୟିତ୍ୱରେ ରହିବେ ।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ସତ୍ୟନାରାୟଣ ପ୍ରଧାନ। ପୂର୍ବରୁ ଏନଡିଆରପିଏଫ୍ ଦାୟିତ୍ୱରେ ଥିବାବେଳେ ତାଙ୍କୁ ଏନସିବିର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୨୦୧୯ରେ ସେ ଏନଡିଆରଏଫ୍ ଡିଜି ଭାବେ ଦାୟିତ୍ୱ ନେଇଥିଲେ। ସଫଳତାର ସହିତ ଏନଡିଆରପିଏଫର ଦାୟିତ୍ୱ ତୁଲାଇ ଅନେକ ପ୍ରଶଂସା ସାଉଁଟିଛନ୍ତି ସତ୍ୟନାରାୟଣ। ତେବେ ଗତକାଲି ସର୍ଦ୍ଦାର ବଲ୍ଲବଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ଅତୁଲ କରୱାଲଙ୍କୁ ଏନଡିଆରଏଫ୍ ଡିଜି ନିଯୁକ୍ତ କରାଯାଇଛି । ତେଣୁ ତୁରନ୍ତ ଏସ୍ ଏନ୍ ପ୍ରଧାନଙ୍କୁ ଏନଡିଆରଏଫ୍ ଡିଜି ପଦରୁ ଅବ୍ୟାହତି ଦେଇ ଏନସିବିର ଡିଜି ଭାବେ ଦାୟିତ୍ୱ ଦିଆଯାଇଛି ।କାର୍ଯ୍ୟଦକ୍ଷତା ଦୃଷ୍ଟିରେ ରଖି ତାଙ୍କୁ ଏନସିବି ଡିଜି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦୀର୍ଘ ୧୩ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ପ୍ରପୀଡ଼ିତଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚିବାରେ ବିଫଳ ହୋଇଛି: ବିଜେଡି

ପୂର୍ବରୁ ଏନଡିଆରଏଫ ଡିଜି ଥିବା ବେଳେ ସତ୍ୟନାରାୟଣଙ୍କ ନେତୃତ୍ୱରେ ଅନେକ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇଛି। ଖାସକରି ଏହି ଓଡ଼ିଶାରେ ଅନେକ ବାତ୍ୟା ମାଡ ହୋଇଥିବା ବେଳେ ସତ୍ୟନାରାୟଣ ଏନଡିଆରଏଫ ଡିଜି ଭାବେ ବେଶ ତତ୍ପରତା ଦେଖାଇଥିଲେ। ବାତ୍ୟା ପରବର୍ତ୍ତୀ ସମୟରେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ଯେଉଁଭଳି କାର୍ଯ୍ୟ କରୁଥିଲା ସେଥିପାଇଁ ସତ୍ୟନାରାୟଣଙ୍କ ନିକଟକୁ ଓଡ଼ିଶାରୁ ପ୍ରଂଶସାର ସୁଅ ଛୁଟିଥିଲା। ଏହାସହ ଦେଶର ବଡ ବଡ ବିପର୍ଯ୍ୟୟ ମୁକାବିଲା ପାଇଁ ସତ୍ୟନାରାୟଣଙ୍କ ଆଗୁଆ ପ୍ରସ୍ତୁତି ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଲଗାଣ ବର୍ଷା: ଫୁଲୁଛି ବୈତରଣୀ ଓ ବ୍ରାହ୍ମଣୀ ନଦୀ, ବନ୍ୟା ପରିସ୍ଥିତି ଉପରେ ସରକାରଙ୍କ ନଜର

11 Nov 2021 By The Sakala

ପୁଣି ଜଣେ ଓଡିଆ ପୁଅଙ୍କୁ ବଡ ଦାୟିତ୍ବ : ଏନସିବି ଡିଜି ହେଲେ ବରିଷ୍ଠ ଆଇପିଏସ୍‌ ସତ୍ୟନାରାୟଣ ପ୍ରଧାନ

ନୂଆଦିଲ୍ଲୀ : ପୁଣି ବଡ଼ ପଦବୀରେ ଓଡ଼ିଆ। ବରିଷ୍ଠ ଆଇପିଏସ ଅଫିସର ତଥା ଓଡ଼ିଆ ପୁଅ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏନସିିବି ଡିଜି ଭାବେ ନିଯୁକ୍ତି ମିଳିଛି । ପୂର୍ବରୁ ଏନସିବିର ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ସତ୍ୟବ୍ରତଙ୍କୁ ପୂର୍ଣ୍ଣକାଳୀନ ଡିଜି ଦାୟିତ୍ୱ ଦିଆଯାଇଛି । ନିଯୁକ୍ତି ସଂପର୍କିତ କ୍ୟାବିନେଟ୍ କମିଟି ଏସ୍ ଏନ୍ ପ୍ରଧାନଙ୍କୁ ନିଯୁକ୍ତି ପ୍ରଦାନ କରିଛି । ଆଗାମୀ ୨୦୨୪ ଅଗଷ୍ଟ ୩୧ ତାରିଖ ପର୍ୟ୍ୟନ୍ତ ସେ ଏନସିିବି ଡିଜି ଦାୟିତ୍ୱରେ ରହିବେ ।

୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ସତ୍ୟନାରାୟଣ ପ୍ରଧାନ। ପୂର୍ବରୁ ଏନଡିଆରପିଏଫ୍ ଦାୟିତ୍ୱରେ ଥିବାବେଳେ ତାଙ୍କୁ ଏନସିବିର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୨୦୧୯ରେ ସେ ଏନଡିଆରଏଫ୍ ଡିଜି ଭାବେ ଦାୟିତ୍ୱ ନେଇଥିଲେ। ସଫଳତାର ସହିତ ଏନଡିଆରପିଏଫର ଦାୟିତ୍ୱ ତୁଲାଇ ଅନେକ ପ୍ରଶଂସା ସାଉଁଟିଛନ୍ତି ସତ୍ୟନାରାୟଣ। ତେବେ ଗତକାଲି ସର୍ଦ୍ଦାର ବଲ୍ଲବଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ଅତୁଲ କରୱାଲଙ୍କୁ ଏନଡିଆରଏଫ୍ ଡିଜି ନିଯୁକ୍ତ କରାଯାଇଛି । ତେଣୁ ତୁରନ୍ତ ଏସ୍ ଏନ୍ ପ୍ରଧାନଙ୍କୁ ଏନଡିଆରଏଫ୍ ଡିଜି ପଦରୁ ଅବ୍ୟାହତି ଦେଇ ଏନସିବିର ଡିଜି ଭାବେ ଦାୟିତ୍ୱ ଦିଆଯାଇଛି ।କାର୍ଯ୍ୟଦକ୍ଷତା ଦୃଷ୍ଟିରେ ରଖି ତାଙ୍କୁ ଏନସିବି ଡିଜି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।

ପୂର୍ବରୁ ଏନଡିଆରଏଫ ଡିଜି ଥିବା ବେଳେ ସତ୍ୟନାରାୟଣଙ୍କ ନେତୃତ୍ୱରେ ଅନେକ ବିପର୍ଯ୍ୟୟର ସଫଳ ମୁକାବିଲା କରାଯାଇଛି। ଖାସକରି ଏହି ଓଡ଼ିଶାରେ ଅନେକ ବାତ୍ୟା ମାଡ ହୋଇଥିବା ବେଳେ ସତ୍ୟନାରାୟଣ ଏନଡିଆରଏଫ ଡିଜି ଭାବେ ବେଶ ତତ୍ପରତା ଦେଖାଇଥିଲେ। ବାତ୍ୟା ପରବର୍ତ୍ତୀ ସମୟରେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ଯେଉଁଭଳି କାର୍ଯ୍ୟ କରୁଥିଲା ସେଥିପାଇଁ ସତ୍ୟନାରାୟଣଙ୍କ ନିକଟକୁ ଓଡ଼ିଶାରୁ ପ୍ରଂଶସାର ସୁଅ ଛୁଟିଥିଲା। ଏହାସହ ଦେଶର ବଡ ବଡ ବିପର୍ଯ୍ୟୟ ମୁକାବିଲା ପାଇଁ ସତ୍ୟନାରାୟଣଙ୍କ ଆଗୁଆ ପ୍ରସ୍ତୁତି ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର