‘ମିଶନ ଶକ୍ତି’ କାନ୍ଧରେ ସ୍କୁଲ୍‌ର ସୁରକ୍ଷା, ଭିତ୍ତିଭୂମିର ଦେଖାରଖା କରିବେ ଏସ୍‌ଏଚ୍‌ଜି

The Sakala Picture
Published On

ଭୁବନେଶ୍ୱର : ‘ମୋ ସ୍କୁଲ’ ଯୋଜନାରେ ସାମିଲ ହୋଇଥିବା ସ୍କୁଲ ଗୁଡ଼ିକର କାୟାକଳ୍ପ ବଦଳିଗଲାଣି। ଆଗକୁ ଆହୁରି ସ୍କୁଲ ଏଥିରେ ସାମିଲ ହେବେ। ଭିତ୍ତିଭୂମି ବଦଳିଛି, ନୂଆ ଆସବାବପତ୍ର, ଉପକରଣ, ଶୈକ୍ଷିକ ସାମଗ୍ରୀ ମିଳିଛି ସ୍କୁଲକୁ। ତେବେ ଏସବୁର ସୁରକ୍ଷା ଓ ଦେଖାରଖା ନିହାତି ଜରୁରୀ। ଏସବୁ ସ୍କୁଲରେ ଭିତ୍ତିଭୂମିର ରକ୍ଷଣାବେକ୍ଷଣା ଦାୟିତ୍ବ ମିଶନ ଶକ୍ତି ଅଧୀନରେ କାମ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ବୋଲି ‘ମୋ ସ୍କୁଲ’ ଅଭିଯାନର ୨୭ତମ ପରିଷଦ ବୈଠକରେ […]

ଭୁବନେଶ୍ୱର : ‘ମୋ ସ୍କୁଲ’ ଯୋଜନାରେ ସାମିଲ ହୋଇଥିବା ସ୍କୁଲ ଗୁଡ଼ିକର କାୟାକଳ୍ପ ବଦଳିଗଲାଣି। ଆଗକୁ ଆହୁରି ସ୍କୁଲ ଏଥିରେ ସାମିଲ ହେବେ। ଭିତ୍ତିଭୂମି ବଦଳିଛି, ନୂଆ ଆସବାବପତ୍ର, ଉପକରଣ, ଶୈକ୍ଷିକ ସାମଗ୍ରୀ ମିଳିଛି ସ୍କୁଲକୁ। ତେବେ ଏସବୁର ସୁରକ୍ଷା ଓ ଦେଖାରଖା ନିହାତି ଜରୁରୀ। ଏସବୁ ସ୍କୁଲରେ ଭିତ୍ତିଭୂମିର ରକ୍ଷଣାବେକ୍ଷଣା ଦାୟିତ୍ବ ମିଶନ ଶକ୍ତି ଅଧୀନରେ କାମ କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ ବୋଲି ‘ମୋ ସ୍କୁଲ’ ଅଭିଯାନର ୨୭ତମ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନ ଲାଗି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦକ୍ଷ କରିବାକୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ। ଆଗାମୀଦିନରେ ସମଗ୍ର ରାଜ୍ୟରେ ଶିକ୍ଷକମାନେ ଇ-କଣ୍ଟେଣ୍ଟ୍‍ ବ୍ୟବହାର କରି ଅତ୍ୟାଧୁନିକ ଇଣ୍ଟରାକ୍ଟିଭ୍‍ ବୋର୍ଡରେ ଶିକ୍ଷାଦାନ କରିବେ।

ଏହାବ୍ୟତୀତ ଶିକ୍ଷକମାନଙ୍କୁ ଏକବିଂଶ ଶତାବ୍ଦୀ ଟେକ୍ନୋଲୋଜୀ ଓ ପଠନଶୈଳୀ ସମ୍ୱନ୍ଧରେ ପ୍ରଶିକ୍ଷଣ ପ୍ରଦାନ ପାଇଁ ‘କ୍ବେଷ୍ଟ ଆଲିଆନ୍ସ’ ସହ ଏମ୍‍ଓୟୁ କରିବାକୁ ଯୋଜନା ଥିବାବେଳେ ଏହା ମାଧ୍ୟମରେ ଆସନ୍ତା ୩ ବର୍ଷ ମଧ୍ୟରେ ୪ ହଜାର ହାଇସ୍କୁଲର ୨୦ ହଜାର ଶିକ୍ଷକ ଏବଂ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ କ୍ଷେତ୍ରରେ ଦକ୍ଷ କରାଯିବ। ତେବେ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ‘ମୋ ସ୍କୁଲ୍‍’ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍କୁଲଗୁଡ଼ିକୁ ମଧ୍ୟ ପ୍ରକଳ୍ପର ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

‘ମୋ ସ୍କୁଲ୍‍ ଅଭିଯାନ’ର ୨୭ତମ ପରିଷଦ ବୈଠକ ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ୍‍ ମୋଡ୍‍ରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ୨୯ଟି ଜିଲ୍ଲାର ମୋଟ ୨୧ କୋଟି ୯୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ୧ ମାସ ମଧ୍ୟରେ ୩୦ ହଜାର ୭୬୮ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‍ ଅଭିଯାନ’ ସହ ଯୋଡ଼ି ହୋଇଥିବା ବେଳେ ବିଦ୍ୟାଳୟର ବିକାଶ ପାଇଁ ସେମାନେ ୭ କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତେବେ ବାଲେଶ୍ୱରୁ ସର୍ବାଧିକ ୩ କୋଟି ୨ ହଜାରଟଙ୍କାର ଅନୁଦାନ ମିଳିଥିବାବେଳେ ଖୋର୍ଦ୍ଧା-୩୮ ଲକ୍ଷ ୪୪ ହଜାର, କଟକ- ୩୫ ଲକ୍ଷ ୬୭ ହଜାର, ସମ୍ୱଲପୁର- ୩୪ଲକ୍ଷ ୮୪ ହଜାର, ଭଦ୍ରକ- ୩୧ ଲକ୍ଷ ୪୩ ହଜାର ଏବଂ ବୌଦ୍ଧରୁ ୨୯ ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି। କ୍ରମାଗତ ଭାବରେ ୮ ଥର ପାଇଁ ବାଲେଶ୍ୱର ସର୍ବାଧିକ ପାଣ୍ଠି ପ୍ରଦାନ କରିଥିବାରୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ଶିକ୍ଷାଧିକାରୀ ରଞ୍ଜନ କୁମାର ଗିରିଙ୍କୁ ବୈଠକରେ ପ୍ରଶଂସା କରାଯାଇଛି।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ସେହିପରି ‘ମୋ ସ୍କୁଲ୍‍ ଅଭିଯାନ’ରେ ସାମିଲ ହୋଇଥିବା ପୁରାତନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପାଖାପାଖି ୬ଲକ୍ଷ ହୋଇଛି। ‘ମୋ ସ୍କୁଲ୍‍ ଅଭିଯାନ’ ଅନ୍ତର୍ଗତ ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଆସନ୍ତା ସେପ୍ଟେମ୍ୱର ପ୍ରଥମ ସପ୍ତାହରୁ ମେଣ୍ଟର, ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍‍ ବୈଠକର ଆୟୋଜନ କରିବାକୁ ସ୍ଥିରହୋଇଛି। ସେହିଭଳି ଗୋଷ୍ଠୀ ସହଭାଗିତାରେ ‘ପ୍ରଥମ’ ଏବଂ ‘ଭାରତ ଜ୍ଞାନ ବିଜ୍ଞାନ ସମିତି’ ସହଯୋଗରେ ଆସନ୍ତା ସେପ୍ଟେମ୍ୱର ୧୫ ତାରିଖରୁ ରାଜ୍ୟର ୫ ହଜାର ଗ୍ରାମ ଓ ସହରାଞ୍ଚଳରେ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ପାଇଁ ଲର୍ଣ୍ଣିଂ କ୍ୟାମ୍ପ୍‍ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କ ପଢ଼ିବା ଅଭ୍ୟାସ ବଜାୟ ରଖିବା ପାଇଁ ଏହି କାର୍ଯ୍ୟକ୍ରମ କରାଯିବାକୁ ପୂର୍ବରୁ ସ୍ଥିର ହୋଇଥିବାବେଳେ କରୋନା ପାଇଁ ଏହା ସ୍ଥଗିତ ଥିଲା। ପୁରାତନ ଛାତ୍ରଛାତ୍ରୀ ଗାଁ ଗାଁ ବୁଲି ପ୍ରାଥମିକ ସ୍କୁଲ ପିଲାଙ୍କ ପାଠପଢ଼଼ା ଦାୟିତ୍ୱ ନେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର