ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ପ୍ରେମିକ ଗିରଫ

Madhusudan Das Picture
Published On

ସମ୍ବଲପୁର: ଜଣେ ମହିଳାଙ୍କ ଅଶ୍ଲୀଳ/ବ୍ୟକ୍ତିଗତ ଫଟୋ ଭାଇରାଲ କରିବା ଅଭିଯୋଗରେ ସାଇବର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା, ସମ୍ୱଲପୁର କେସ୍‌‌ ନଂ. ୯/୧୮-୩-୨୦୨୬ ଦଫା ୭୮/୭୯/୩୧୯(୨) ବିଏନ୍‌‌ଏସ୍‌‌/ ଧାରା ୬୭/୬୭(ଏ) ଆଇଟି ଆଇନ୍‌‌ ଅନୁଯାୟୀ ୭୮/୭୯/୩୧୯(୨) ବିଏନ୍‌‌ଏସ୍‌‌/ ଧାରା ୬୬(ସି)/୬୭/୬୭(ଏ) ଆଇଟି ଆଇନ୍‌‌ରେ ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ଅତିରିକ୍ତ ଏସପିଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଦେବଗଡ଼ ଜିଲାର ଲିଟେନ କିଷାନ(୨୮)ଙ୍କ ସହ ପୀଡ଼ିତା ଯୁବତୀଙ୍କ ବିବାହ ସ୍ଥିର ହୋଇଥିଲା। ସମ୍ପର୍କ ମଧ୍ୟରେ ଅଭିଯୁକ୍ତ ଜଣକ ଗୋପନରେ ଯୁବତୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଓ ଭିଡିଓ ଉଠାଇଥିଲା। ପରେ ଯୁବତୀଙ୍କୁ ବିବାହ କରିବାକୁ ମନା କରିବାସହ ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ କଲେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିବାକୁ ସେ ଧମକ ଦେଇଥିବା ପିଡ଼ିତା ଅଭିଯୋଗ କରିଛନ୍ତି। ପୁଲିସର ତଦନ୍ତ ସମୟରେ ଜଣାଗଲା ଯେ, ଅଭିଯୁକ୍ତ ଇନଷ୍ଟାଗ୍ରାମରେ ଏକ ନକଲି ଆକାଉଣ୍ଟ ଖୋଲି ସେଥିରେ ଯୁବତୀଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ଅପଲୋଡ କରିଥିଲେ। ଏନେଇ ଯୁବତୀଙ୍କ ଅଭିଯୋଗ ପରେ ବିଭିନ୍ନ ବୈଷୟିକ ପଦ୍ଧତିରେ ତଦନ୍ତ କରି ପୋଲିସ ସେହି ନକଲି ଆକାଉଣ୍ଟଟି ଲିଟେନଙ୍କ ମୋବାଇଲ ନମ୍ୱର ସହ ସଂଯୁକ୍ତ ଥିବା ଓ ସେ ବେଙ୍ଗାଲୁରୁରେ ରହୁଥିବା ଜାଣିବାକୁ ପାଇଥିଲା। ଏହାବାଦ ସାଇବର ପୁଲିସର ଏକ ଦଳ ବେଙ୍ଗାଲୁରୁରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଏଏସ୍‌‌ପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ନିକଟରୁ ଗୋଟିଏ ସ୍ମାର୍ଟଫୋନ୍‌‌, ସିମ୍‌‌ କାର୍ଡ, ମେମୋରି କାର୍ଡ ଓ ଆଧାର କାର୍ଡ ସହ ଅଶ୍ଲୀଳ ଫଟୋ ଓ ଡିଜିଟାଲ କଣ୍ଟେଣ୍ଟ ଜବତ କରାଯାଇଛି। ପୁଲିସ ଅଭିଯୁକ୍ତ ଲିଟେନକୁ ଆଜି କୋର୍ଟଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ଗୁରୁ ନାଁରେ କଳଙ୍କ: ନାବାଳକ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ କ୍ରିୟା, କଲେଜ ଅଧ୍ୟକ୍ଷ ଗିରଫ

ପୁଲିସ୍‌‌ ପକ୍ଷରୁ ଜନସାଧାରଣଙ୍କୁ ସାମାଜିକ ଗଣମାଧ୍ୟମ କିମ୍ୱା ଅଜଣା ଡିଜିଟାଲ୍‌‌ ପ୍ଲାଟଫର୍ମ ମାଧ୍ୟମରେ ବ୍ୟକ୍ତିଗତ ଫଟୋଗ୍ରାଫ୍‌‌, ଭିଡିଓ, ଓଟିପି କିମ୍ୱା ବ୍ୟକ୍ତିଗତ ସୂଚନା ସେୟାର ନ କରିବାକୁ ପରାମର୍ଶ ଦିଆଯାଇଛି। ସାଇବର ଉତ୍ପୀଡ଼ନ, ନକଲି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ କିମ୍ୱା ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ସହିତ ଜଡ଼ିତ ଯେକୌଣସି ଘଟଣା ତୁରନ୍ତ ଜାତୀୟ ସାଇବର ହେଲ୍ପଲାଇନ୍‌‌ ନମ୍ୱର ୧୯୩୦ କିମ୍ୱା ନେସନାଲ ସାଇବର କ୍ରାଇମ୍‌‌ ରିପୋର୍ଟିଂ ପୋର୍ଟାଲ ମାଧ୍ୟମରେ ରିପୋର୍ଟ କରାଯାଇପାରିବ ବୋଲି କୁହାଯାଇଇଛି।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର