ଆଜି ଋକ୍ମିଣୀ ହରଣ ଏକାଦଶୀ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସବ

The Sakala Picture
Published On

ପୁରୀ : ଆଜି ମଧ୍ୟ ଋକ୍ମିଣୀ ହରଣ ଏକାଦଶୀ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ଋକ୍ମିଣୀ ବିବାହୋତ୍ସବ ନୀତି ପାଳିତ ହୋଇଥାଏ। ଆଜି ଶ୍ରୀମନ୍ଦିରରେ ବିଦର୍ଭ ରାଜା ଭିଷ୍ମକଙ୍କ କନ୍ୟା ଋକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ।ଏଥିପାଇଁ ଶ୍ରୀମନ୍ଦିରକୁ ଫୁଲରେ ସୁନ୍ଦର ଭାବରେ ସଜ୍ଜା ହୋଇଛି। ଜଗାର ବିବାହ ପାଇଁ ଶଙ୍ଖ, ମହୁରୀ ଓ ତେଲିଙ୍ଗି ବାଦ୍ୟରେ ପ୍ରକମ୍ପିତ ହେଉଛି ସିଂହଦ୍ୱାର। ଆଜି ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରେ […]

ପୁରୀ : ଆଜି ମଧ୍ୟ ଋକ୍ମିଣୀ ହରଣ ଏକାଦଶୀ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ଋକ୍ମିଣୀ ବିବାହୋତ୍ସବ ନୀତି ପାଳିତ ହୋଇଥାଏ। ଆଜି ଶ୍ରୀମନ୍ଦିରରେ ବିଦର୍ଭ ରାଜା ଭିଷ୍ମକଙ୍କ କନ୍ୟା ଋକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ।ଏଥିପାଇଁ ଶ୍ରୀମନ୍ଦିରକୁ ଫୁଲରେ ସୁନ୍ଦର ଭାବରେ ସଜ୍ଜା ହୋଇଛି। ଜଗାର ବିବାହ ପାଇଁ ଶଙ୍ଖ, ମହୁରୀ ଓ ତେଲିଙ୍ଗି ବାଦ୍ୟରେ ପ୍ରକମ୍ପିତ ହେଉଛି ସିଂହଦ୍ୱାର।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଆଜି ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରେ ମଦନ ମୋହନଙ୍କର ବେଶ କରାଯାଇଥାଏ। ସକାଳ ଧୂପ ସରିବା ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକମାନେ ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ସାତ ପାହାଚ ଠାରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାଇଥାନ୍ତି। ଏହାପରେ ବିମାନ ବଡୁସେବକ ମାନେ ପାଲିଙ୍କିରେ ନେଇ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ଯାଇଥାନ୍ତି। ସେଠାରେ ଲକ୍ଷ୍ମୀଙ୍କ ଜଗମୋହନରେ ପଡ଼ିଥିବା ଖଟ ଉପରେ ପ୍ରତିମାଙ୍କୁ ବିଜେ କରାଇବା ସହିତ ପଞ୍ଚାମୃତରେ ମହାସ୍ନାନ, ମାଜଣା ଓ ବନକଲାଗି, ଅଳଙ୍କାର ଲାଗି କରାଯାଇଥାଏ।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ସକାଳଧୂପ ପୂଜା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ହୋଇଥାଏ।  ପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ ହେବେ। ଭୋଗ ମଣ୍ଡପ ଶେଷ ପରେ ମଦନ ମୋହନ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଜୟବିଜୟ ଦ୍ୱାରକୁ ବିଜେ କରିବେ। ସନ୍ଧ୍ୟା ଧୂପ ନୀତି ବଢି ସାରିବା ପରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଋକ୍ମିଣୀ ହରଣ ଏକାଦଶୀ ପାଇଁ ଶୁକ୍ରବାର ସନ୍ଧ୍ୟା ଧୂପ ବଢ଼ିବା ପରେ ଶ୍ରୀମନ୍ଦିରରେ ଘଣ୍ଟ, କାହାଳୀ, ମହୁରି ବାଜି ମହାପ୍ରଭୁଙ୍କ ଅଭିଷେକ ନୀତି ସମ୍ପନ୍ନ ହୋଇଛି। ଏହି ନୀତିକୁ ରାଜେନ୍ଦ୍ରାଭିଷେକ କୁହାଯାଏ। ଗୁରୁବାର ଜ୍ୟେଷ୍ଠ ଶୁକ୍ଳ ଦଶମୀ। ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ମଦନମୋହନ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଭୋଗବାଟ ଗଣେଶଙ୍କଠାରେ ପଡ଼ିଥିବା ଖଟ ଉପରେ ବିଜେ କରିଥିଲେ।

ଏହାପରେ ଭିତର ଶୋଧ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ରହି ଆଲଟ ଲାଗି ହୋଇଥିଲା। ଜଣେ ସେବକ ଡଗର ଭାବେ ଆସି ମଦନମୋହନଙ୍କୁ ଋକ୍ମିଣୀ ବିବାହ ପ୍ରସ୍ତାବ ଜଣାଇଥିଲେ। ଏହାପରେ ମହାଜନେ ଠାକୁରଙ୍କୁ ହାତରେ ବିଜେ କରାଇ ଆଣି ବଟମୂଳେ ଥିବା ରଥରେ ବିଜେ କରାଇଥିଲେ। ବିମାନବଡ଼ୁମାନେ ଘଣ୍ଟ, ଛତା, କାହାଳୀ ସହିତ ରଥାରୁଢ ମହାପ୍ରଭୁଙ୍କୁ ଭିତର ବେଢ଼ାରେ ଗୋଟିଏ ଘେରା ପରିକ୍ରମା କରାଇଥିଲେ। କୁତ କଉତୁକ ଋଷି (ଜଣେ ସେବକ) ଦଣ୍ଡ ପ୍ରଣାମ କରି ମହାପ୍ରଭୁଙ୍କୁ ଦକ୍ଷିଣୀ ଘରକୁ ନେଇଥିଲେ। ସେଠାରେ ଠାକୁର ଖଟ ଉପରେ ବିଜେ ହେବା ପରେ ପଞ୍ଚାମୃତ ମହାସ୍ନାନ ହୋଇଥିଲା। ଫୁଲ ଚନ୍ଦନ ଲାଗି ହୋଇ ବେଶ ହୋଇଥିଲା। ଶୀତଳ ଭୋଗ ମଣୋହୀ ହୋଇ ଖିରୀ, ଅମାଲୁ ଭୋଗ ବନ୍ଦାପନା ବଢ଼ିଥିଲା।ଏହାପରେ ଠାକୁର ଦକ୍ଷିଣଘର ସ୍ୱଆସ୍ଥାନକୁ ବିଜେ ହୋଇଥିଲେ। ଶ୍ରୀଜଗନ୍ନାଥଙ୍କ ନିକଟରେ ଛତି ଟେକା ହୋଇ ଅଭିଷେକ ନୀତି ସମ୍ପନ୍ନ ହୋଇଥିଲା। ପରେ ଭିତରେ ପଣା ଭୋଗ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା।

11 Jun 2022 By The Sakala

ଆଜି ଋକ୍ମିଣୀ ହରଣ ଏକାଦଶୀ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସବ

ପୁରୀ : ଆଜି ମଧ୍ୟ ଋକ୍ମିଣୀ ହରଣ ଏକାଦଶୀ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ଋକ୍ମିଣୀ ବିବାହୋତ୍ସବ ନୀତି ପାଳିତ ହୋଇଥାଏ। ଆଜି ଶ୍ରୀମନ୍ଦିରରେ ବିଦର୍ଭ ରାଜା ଭିଷ୍ମକଙ୍କ କନ୍ୟା ଋକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ।ଏଥିପାଇଁ ଶ୍ରୀମନ୍ଦିରକୁ ଫୁଲରେ ସୁନ୍ଦର ଭାବରେ ସଜ୍ଜା ହୋଇଛି। ଜଗାର ବିବାହ ପାଇଁ ଶଙ୍ଖ, ମହୁରୀ ଓ ତେଲିଙ୍ଗି ବାଦ୍ୟରେ ପ୍ରକମ୍ପିତ ହେଉଛି ସିଂହଦ୍ୱାର।

ଆଜି ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରେ ମଦନ ମୋହନଙ୍କର ବେଶ କରାଯାଇଥାଏ। ସକାଳ ଧୂପ ସରିବା ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକମାନେ ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ସାତ ପାହାଚ ଠାରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାଇଥାନ୍ତି। ଏହାପରେ ବିମାନ ବଡୁସେବକ ମାନେ ପାଲିଙ୍କିରେ ନେଇ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ଯାଇଥାନ୍ତି। ସେଠାରେ ଲକ୍ଷ୍ମୀଙ୍କ ଜଗମୋହନରେ ପଡ଼ିଥିବା ଖଟ ଉପରେ ପ୍ରତିମାଙ୍କୁ ବିଜେ କରାଇବା ସହିତ ପଞ୍ଚାମୃତରେ ମହାସ୍ନାନ, ମାଜଣା ଓ ବନକଲାଗି, ଅଳଙ୍କାର ଲାଗି କରାଯାଇଥାଏ।

ସକାଳଧୂପ ପୂଜା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ହୋଇଥାଏ।  ପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ ହେବେ। ଭୋଗ ମଣ୍ଡପ ଶେଷ ପରେ ମଦନ ମୋହନ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଜୟବିଜୟ ଦ୍ୱାରକୁ ବିଜେ କରିବେ। ସନ୍ଧ୍ୟା ଧୂପ ନୀତି ବଢି ସାରିବା ପରେ ମହାପ୍ରଭୁଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ।

ଋକ୍ମିଣୀ ହରଣ ଏକାଦଶୀ ପାଇଁ ଶୁକ୍ରବାର ସନ୍ଧ୍ୟା ଧୂପ ବଢ଼ିବା ପରେ ଶ୍ରୀମନ୍ଦିରରେ ଘଣ୍ଟ, କାହାଳୀ, ମହୁରି ବାଜି ମହାପ୍ରଭୁଙ୍କ ଅଭିଷେକ ନୀତି ସମ୍ପନ୍ନ ହୋଇଛି। ଏହି ନୀତିକୁ ରାଜେନ୍ଦ୍ରାଭିଷେକ କୁହାଯାଏ। ଗୁରୁବାର ଜ୍ୟେଷ୍ଠ ଶୁକ୍ଳ ଦଶମୀ। ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ମଦନମୋହନ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଭୋଗବାଟ ଗଣେଶଙ୍କଠାରେ ପଡ଼ିଥିବା ଖଟ ଉପରେ ବିଜେ କରିଥିଲେ।

ଏହାପରେ ଭିତର ଶୋଧ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ରହି ଆଲଟ ଲାଗି ହୋଇଥିଲା। ଜଣେ ସେବକ ଡଗର ଭାବେ ଆସି ମଦନମୋହନଙ୍କୁ ଋକ୍ମିଣୀ ବିବାହ ପ୍ରସ୍ତାବ ଜଣାଇଥିଲେ। ଏହାପରେ ମହାଜନେ ଠାକୁରଙ୍କୁ ହାତରେ ବିଜେ କରାଇ ଆଣି ବଟମୂଳେ ଥିବା ରଥରେ ବିଜେ କରାଇଥିଲେ। ବିମାନବଡ଼ୁମାନେ ଘଣ୍ଟ, ଛତା, କାହାଳୀ ସହିତ ରଥାରୁଢ ମହାପ୍ରଭୁଙ୍କୁ ଭିତର ବେଢ଼ାରେ ଗୋଟିଏ ଘେରା ପରିକ୍ରମା କରାଇଥିଲେ। କୁତ କଉତୁକ ଋଷି (ଜଣେ ସେବକ) ଦଣ୍ଡ ପ୍ରଣାମ କରି ମହାପ୍ରଭୁଙ୍କୁ ଦକ୍ଷିଣୀ ଘରକୁ ନେଇଥିଲେ। ସେଠାରେ ଠାକୁର ଖଟ ଉପରେ ବିଜେ ହେବା ପରେ ପଞ୍ଚାମୃତ ମହାସ୍ନାନ ହୋଇଥିଲା। ଫୁଲ ଚନ୍ଦନ ଲାଗି ହୋଇ ବେଶ ହୋଇଥିଲା। ଶୀତଳ ଭୋଗ ମଣୋହୀ ହୋଇ ଖିରୀ, ଅମାଲୁ ଭୋଗ ବନ୍ଦାପନା ବଢ଼ିଥିଲା।ଏହାପରେ ଠାକୁର ଦକ୍ଷିଣଘର ସ୍ୱଆସ୍ଥାନକୁ ବିଜେ ହୋଇଥିଲେ। ଶ୍ରୀଜଗନ୍ନାଥଙ୍କ ନିକଟରେ ଛତି ଟେକା ହୋଇ ଅଭିଷେକ ନୀତି ସମ୍ପନ୍ନ ହୋଇଥିଲା। ପରେ ଭିତରେ ପଣା ଭୋଗ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର