ଟାଇମ୍ ୧୦୦ ତାଲିକାରେ ସ୍ଥାନ ପାଇଲେ ସେଫ୍ ବିକାଶ ଖାନ୍ନା, କହିଲେ- 'ମୁଁ ଗର୍ବର ସହ ନିଜକୁ କରି ବୟ କହେ'

Suryakanta Picture
Published On

ଟାଇମ୍ ମାଗାଜିନ୍ (TIME Magazine) ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦୦ ଜଣ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା (TIME 100 List 2026)ରେ ସ୍ଥାନ ପାଇଛନ୍ତି ପ୍ରସିଦ୍ଧ ଭାରତୀୟ ସେଫ୍ ତଥା ଲେଖକ ବିକାଶ ଖାନ୍ନା (Vikas Khanna)। ଏହି ସମ୍ମାନ ପାଇବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି ଏବଂ ପାଶ୍ଚାତ୍ୟ ଦେଶରେ ଦକ୍ଷିଣ ଏସୀୟମାନଙ୍କୁ ତାଚ୍ଛଲ୍ୟ କରିବା ପାଇଁ ବ୍ୟବହୃତ ହେଉଥିବା 'କରି ବୟ' (Curry Boy) ଶବ୍ଦକୁ ଏକ ସମ୍ମାନର ପ୍ରତୀକ ଭାବେ ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାତିଲ ହେଲା NEET UG ୨୦୨୬ ପରୀକ୍ଷା: ସାନି ପରୀକ୍ଷା ନେଇ ଖୁବଶୀଘ୍ର ସୂଚନା ଜାରି କରିବ NTA

ଭାରତ ପାଇଁ ଏହା ଏକ ବଡ଼ ମୁହୂର୍ତ୍ତ

ନ୍ୟୁୟର୍କରୁ ପିଟିଆଇ (PTI) ସହ ଆଲୋଚନା ବେଳେ ୫୪ ବର୍ଷୀୟ ସେଫ୍ ବିକାଶ ଖାନ୍ନା କହିଛନ୍ତି ଯେ ଏହା ଭାରତ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଯେଉଁ 'କରି ବୟ' ଶବ୍ଦକୁ ପାଶ୍ଚାତ୍ୟ ଲୋକେ ଉପହାସ କରିବା ପାଇଁ ବ୍ୟବହାର କରୁଥିଲେ, ଆଜି ସେହି 'କରି ବୟ' ବିଶ୍ୱର ସର୍ବୋଚ୍ଚ ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛି, ଯାହାକି ଏକ ବଡ଼ କଥା। ସେ କହିଛନ୍ତି ଯେ ମାର୍ଚ୍ଚ ୨୩ ତାରିଖରେ ନିଜ ସ୍ୱର୍ଗତ ଭଉଣୀ ରାଧିକା ଖାନ୍ନାଙ୍କ ଜନ୍ମଦିନ ଅବସରରେ ସେ ଏହି ଖୁସି ଖବର ପାଇଥିଲେ ଏବଂ ଅନୁଭବ କରିଥିଲେ ଯେ ତାଙ୍କ ଭଉଣୀ ଆଜି ବି ଉପରୁ ଥାଇ ତାଙ୍କ ପାଇଁ ଲଢ଼ୁଛନ୍ତି।

ଆହୁରି ପଢ଼ନ୍ତୁ: ୭୯ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟକୁ ନେଇ ବଢୁଛି ଚିନ୍ତା: ନିଷ୍ପତ୍ତି ନେବା କ୍ଷମତା ଉପରେ ଉଠିଲା ପ୍ରଶ୍ନ

'ମୁଁ ଗର୍ବର ସହ ନିଜକୁ କରି ବୟ କହେ'

ସେଫ୍ ବିକାଶ ଖାନ୍ନା କହିଛନ୍ତି ଯେ "ସେମାନେ (ବିଦେଶୀମାନେ) ଅପମାନଜନକ ଭାବେ 'କରି' (Curry) ଶବ୍ଦ ବ୍ୟବହାର କରନ୍ତି, କିନ୍ତୁ ମୁଁ ଏହାକୁ ଗର୍ବର ସହ ଗ୍ରହଣ କରେ। ଏହା ଏମିତି ଏକ ଜିନିଷ ଯାହା ଆମ ଜେଜେମା ଓ ଆଈମାନେ ଆମକୁ ଖୁଆଉଥିଲେ ଏବଂ ଆମ ଶରୀର ଓ ମସ୍ତିଷ୍କ ସେହି ଆଧାରରେ କାମ କରୁଛି।" ଆଜି ଭାରତୀୟମାନେ ସାରା ବିଶ୍ୱ ଚଳାଉଛନ୍ତି ବୋଲି ସେ ଗର୍ବର ସହ ପ୍ରକାଶ କରିଛନ୍ତି। ପିଲାଦିନେ ବିଦେଶରେ ଭାରତୀୟମାନଙ୍କୁ ଦେଖି ଅନ୍ୟମାନେ 'କରି' ଗନ୍ଧ ଆସୁଛି ବୋଲି ଥଟ୍ଟା କରୁଥିଲେ, କିନ୍ତୁ ଆଜି ସେହି 'କରି ବୟ' ଏପରି ଏକ ମଞ୍ଚରେ ପହଞ୍ଚିଛି ଯେଉଁଠାରେ ପୃଥିବୀର ଅଳ୍ପ କିଛି ମନୋନୀତ ଲୋକ ପହଞ୍ଚିପାରିଛନ୍ତି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବେଜିଂରେ ଟ୍ରମ୍ପ-ଜିନପିଙ୍ଗ୍ ମହାବୈଠକ: ବାଣିଜ୍ୟ, ଏଆଇ ଓ ଇରାନ ଯୁଦ୍ଧ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନ୍ୟୁୟର୍କରେ ଖୋଲିଛନ୍ତି 'ବଙ୍ଗଲୋ' ରେଷ୍ଟୁରାଣ୍ଟ

ନ୍ୟୁୟର୍କରେ ନିଜର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବଙ୍ଗଲୋ (Bungalow) ପରିଚାଳନା କରୁଛନ୍ତି ବିକାଶ ଖାନ୍ନା, ଯାହା ଭାରତୀୟ ଖାଦ୍ୟପେୟର ସମୃଦ୍ଧ ପରମ୍ପରାକୁ ପରିପ୍ରକାଶ କରୁଛି। ଟାଇମ୍ ମାଗାଜିନ୍ ପ୍ରୋଫାଇଲ୍ ପାଇଁ ଆମେରିକୀୟ ସେଫ୍ ଏରିକ୍ ରିପର୍ଟ (Eric Ripert) ଏହି ରେଷ୍ଟୁରାଣ୍ଟକୁ 'କାହାଣୀ କହିବାର ଏକ ଜୀବନ୍ତ ଉଦାହରଣ' ବୋଲି ବର୍ଣ୍ଣନା କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷର ଟାଇମ୍ ୧୦୦ (TIME 100) ତାଲିକାରେ ଗୁଗଲ୍ ସିଇଓ ସୁନ୍ଦର ପିଚାଇ (Sundar Pichai), ବଲିଉଡ୍ ଅଭିନେତା ରଣବୀର କପୁର (Ranbir Kapoor), ୟୁଟ୍ୟୁବ୍ ମୁଖ୍ୟ ନୀଲ୍ ମୋହନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ପରି ବିଶ୍ୱର ବହୁ ପ୍ରଭାବଶାଳୀ ବ୍ୟକ୍ତି ସ୍ଥାନ ପାଇଛନ୍ତି।

16 Apr 2026 By Suryakanta

ଟାଇମ୍ ୧୦୦ ତାଲିକାରେ ସ୍ଥାନ ପାଇଲେ ସେଫ୍ ବିକାଶ ଖାନ୍ନା, କହିଲେ- 'ମୁଁ ଗର୍ବର ସହ ନିଜକୁ କରି ବୟ କହେ'

ଟାଇମ୍ ମାଗାଜିନ୍ (TIME Magazine) ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦୦ ଜଣ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା (TIME 100 List 2026)ରେ ସ୍ଥାନ ପାଇଛନ୍ତି ପ୍ରସିଦ୍ଧ ଭାରତୀୟ ସେଫ୍ ତଥା ଲେଖକ ବିକାଶ ଖାନ୍ନା (Vikas Khanna)। ଏହି ସମ୍ମାନ ପାଇବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି ଏବଂ ପାଶ୍ଚାତ୍ୟ ଦେଶରେ ଦକ୍ଷିଣ ଏସୀୟମାନଙ୍କୁ ତାଚ୍ଛଲ୍ୟ କରିବା ପାଇଁ ବ୍ୟବହୃତ ହେଉଥିବା 'କରି ବୟ' (Curry Boy) ଶବ୍ଦକୁ ଏକ ସମ୍ମାନର ପ୍ରତୀକ ଭାବେ ଗ୍ରହଣ କରିଛନ୍ତି।

ଭାରତ ପାଇଁ ଏହା ଏକ ବଡ଼ ମୁହୂର୍ତ୍ତ

ନ୍ୟୁୟର୍କରୁ ପିଟିଆଇ (PTI) ସହ ଆଲୋଚନା ବେଳେ ୫୪ ବର୍ଷୀୟ ସେଫ୍ ବିକାଶ ଖାନ୍ନା କହିଛନ୍ତି ଯେ ଏହା ଭାରତ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଯେଉଁ 'କରି ବୟ' ଶବ୍ଦକୁ ପାଶ୍ଚାତ୍ୟ ଲୋକେ ଉପହାସ କରିବା ପାଇଁ ବ୍ୟବହାର କରୁଥିଲେ, ଆଜି ସେହି 'କରି ବୟ' ବିଶ୍ୱର ସର୍ବୋଚ୍ଚ ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛି, ଯାହାକି ଏକ ବଡ଼ କଥା। ସେ କହିଛନ୍ତି ଯେ ମାର୍ଚ୍ଚ ୨୩ ତାରିଖରେ ନିଜ ସ୍ୱର୍ଗତ ଭଉଣୀ ରାଧିକା ଖାନ୍ନାଙ୍କ ଜନ୍ମଦିନ ଅବସରରେ ସେ ଏହି ଖୁସି ଖବର ପାଇଥିଲେ ଏବଂ ଅନୁଭବ କରିଥିଲେ ଯେ ତାଙ୍କ ଭଉଣୀ ଆଜି ବି ଉପରୁ ଥାଇ ତାଙ୍କ ପାଇଁ ଲଢ଼ୁଛନ୍ତି।

'ମୁଁ ଗର୍ବର ସହ ନିଜକୁ କରି ବୟ କହେ'

ସେଫ୍ ବିକାଶ ଖାନ୍ନା କହିଛନ୍ତି ଯେ "ସେମାନେ (ବିଦେଶୀମାନେ) ଅପମାନଜନକ ଭାବେ 'କରି' (Curry) ଶବ୍ଦ ବ୍ୟବହାର କରନ୍ତି, କିନ୍ତୁ ମୁଁ ଏହାକୁ ଗର୍ବର ସହ ଗ୍ରହଣ କରେ। ଏହା ଏମିତି ଏକ ଜିନିଷ ଯାହା ଆମ ଜେଜେମା ଓ ଆଈମାନେ ଆମକୁ ଖୁଆଉଥିଲେ ଏବଂ ଆମ ଶରୀର ଓ ମସ୍ତିଷ୍କ ସେହି ଆଧାରରେ କାମ କରୁଛି।" ଆଜି ଭାରତୀୟମାନେ ସାରା ବିଶ୍ୱ ଚଳାଉଛନ୍ତି ବୋଲି ସେ ଗର୍ବର ସହ ପ୍ରକାଶ କରିଛନ୍ତି। ପିଲାଦିନେ ବିଦେଶରେ ଭାରତୀୟମାନଙ୍କୁ ଦେଖି ଅନ୍ୟମାନେ 'କରି' ଗନ୍ଧ ଆସୁଛି ବୋଲି ଥଟ୍ଟା କରୁଥିଲେ, କିନ୍ତୁ ଆଜି ସେହି 'କରି ବୟ' ଏପରି ଏକ ମଞ୍ଚରେ ପହଞ୍ଚିଛି ଯେଉଁଠାରେ ପୃଥିବୀର ଅଳ୍ପ କିଛି ମନୋନୀତ ଲୋକ ପହଞ୍ଚିପାରିଛନ୍ତି ବୋଲି ସେ କହିଛନ୍ତି।

ନ୍ୟୁୟର୍କରେ ଖୋଲିଛନ୍ତି 'ବଙ୍ଗଲୋ' ରେଷ୍ଟୁରାଣ୍ଟ

ନ୍ୟୁୟର୍କରେ ନିଜର ପ୍ରସିଦ୍ଧ ରେଷ୍ଟୁରାଣ୍ଟ ବଙ୍ଗଲୋ (Bungalow) ପରିଚାଳନା କରୁଛନ୍ତି ବିକାଶ ଖାନ୍ନା, ଯାହା ଭାରତୀୟ ଖାଦ୍ୟପେୟର ସମୃଦ୍ଧ ପରମ୍ପରାକୁ ପରିପ୍ରକାଶ କରୁଛି। ଟାଇମ୍ ମାଗାଜିନ୍ ପ୍ରୋଫାଇଲ୍ ପାଇଁ ଆମେରିକୀୟ ସେଫ୍ ଏରିକ୍ ରିପର୍ଟ (Eric Ripert) ଏହି ରେଷ୍ଟୁରାଣ୍ଟକୁ 'କାହାଣୀ କହିବାର ଏକ ଜୀବନ୍ତ ଉଦାହରଣ' ବୋଲି ବର୍ଣ୍ଣନା କରିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷର ଟାଇମ୍ ୧୦୦ (TIME 100) ତାଲିକାରେ ଗୁଗଲ୍ ସିଇଓ ସୁନ୍ଦର ପିଚାଇ (Sundar Pichai), ବଲିଉଡ୍ ଅଭିନେତା ରଣବୀର କପୁର (Ranbir Kapoor), ୟୁଟ୍ୟୁବ୍ ମୁଖ୍ୟ ନୀଲ୍ ମୋହନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସ୍ଲା ସିଇଓ ଏଲନ୍ ମସ୍କଙ୍କ ପରି ବିଶ୍ୱର ବହୁ ପ୍ରଭାବଶାଳୀ ବ୍ୟକ୍ତି ସ୍ଥାନ ପାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର