ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେଲା ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍, ସୀମା ପୁନଃନିର୍ଦ୍ଧାରଣ ବିଲକୁ ଜୋରଦାର ବିରୋଧ

Madhusudan Das Picture
Published On

ନୂଆଦିଲ୍ଲୀ: ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହୋଇଛି ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ । ୩ଟି ବିଲ୍‌ ଆଗତ କରିଛନ୍ତି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ । ମହିଳା ସଂରକ୍ଷଣକୁ ନେଇ ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ' ସଂଶୋଧନ ବିଲ୍ ଉପସ୍ଥାପନ ପ୍ରସ୍ତାବ । ଏହା ସହିତ ଲୋକସଭା ଆସନ ସୀମାପୁନଃନିର୍ଦ୍ଧାରଣ ବିଲ ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ନିୟମ (ସଂଶୋଧନ) ବିଲ ୨୦୨୬ ମଧ୍ୟ ଆଗତ ହୋଇଛି । ଏହି ତିନିଟି ଯାକ ବିଲର ଉଦ୍ଦେଶ୍ୟ ହେଲା ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ । ବିଲ୍ ଆଗତ ପରେ ଜୋରସୋର ଚାଲିଛି ଚର୍ଚ୍ଚା ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଇଣ୍ଡିଆ ମେଣ୍ଚ ଲୋକସଭାରେ ସୀମା ପୁନଃନିର୍ଦ୍ଧାରଣ ବିଲକୁ ଜୋରଦାର ବିରୋଧ କରିଛି । ଏହା ଦ୍ଵାରା କେତେକ ରାଜ୍ୟର ରାଜନୈତିକ ପ୍ରତିନିଧିତ୍ଵ ବଢୁଥିବା ବେଳେ କେତେକ ରାଜ୍ୟର ପ୍ରତିନିଧିତ୍ଵ ହ୍ରାସ ପାଉଥିବା ଇଣ୍ଡିଆ ମେଣ୍ଚ ଅଭିଯୋଗ କରୁଛି । ବିଶେଷ କରି ଦକ୍ଷିଣର ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ନେଇଛନ୍ତି, ସେମାନଙ୍କର ପ୍ରତିନିଧିତ୍ଵ କମିବ। ତେଣୁ ସେମାନେ ବିରୋଧ କରୁଛନ୍ତି। ବିଲ ଆଗତ ହେବ କି ନାହିଁ, ତା ଉପରେ ହୋଇଥିଲା ଭୋଟିଂ। ସପକ୍ଷରେ ୨୦୭ ଜଣ ଭୋଟ ଦେଇଥିବା ବେଳେ ବିପକ୍ଷରେ ଭୋଟ ଦେଇଥିଲେ ୧୨୬ ଜଣ। ୮୮ ଜଣ ଅନୁପସ୍ଥିତ କରିଥିଲେ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର