ଦୀର୍ଘଦିନ ଧରି ଚାଲିଥିବା ମାମଲାରେ ପଡ଼ିଛି ପୂର୍ଣ୍ଣଛେଦ, ଗ୍ରୀଡ଼କୋକୁ ରିଲାଏନ୍ସ କମ୍ପାନୀ ଦେବ ୪ହଜାର ୨୩୪ କୋଟି ଟଙ୍କାର କ୍ଷତିପୂରଣ

The Sakala Picture
Published On

କଟକ: ଗ୍ରୀଡ଼କୋକୁ ରିଲାଏନ୍ସ କମ୍ପାନୀ ଦେବ ୪ହଜାର ୨୩୪ କୋଟି ଟଙ୍କାର କ୍ଷତିପୂରଣ । ଦୀର୍ଘ ଦିନ ଧରି ଚାଲିଥିବା ଅଦାଲତ ମାମଲାରେ ପଡ଼ିଛି ପୂର୍ଣ୍ଣଛେଦ । ରାଜ୍ୟରେ ବିଦ୍ୟୁତ ବିତରଣ ଘରୋଇକରଣ ହେବା ପରେ ଏପ୍ରିଲ ୧୯୯୯ରୁ ଏହି ଦାୟିତ୍ବ ନେଇଥିଲା ରିଲାଏନ୍ସ-ଇନଫ୍ରା । ଉଦ୍ଦେଶ୍ୟ ଥିଲା, ସୁଦୃଢ ଭିତ୍ତିଭୂମି ପ୍ରସ୍ତୁତ କରିବା ଏବଂ ଗ୍ରାହକଙ୍କୁ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇବା । ହେଲେ ରାଜ୍ୟବାସୀଙ୍କୁ ଏସବୁ ଯୋଗାଇବାରେ ବିଫଳ ହୋଇଥିଲା ରିଲାଏନ୍ସ କମ୍ପାନୀ […]

କଟକ: ଗ୍ରୀଡ଼କୋକୁ ରିଲାଏନ୍ସ କମ୍ପାନୀ ଦେବ ୪ହଜାର ୨୩୪ କୋଟି ଟଙ୍କାର କ୍ଷତିପୂରଣ । ଦୀର୍ଘ ଦିନ ଧରି ଚାଲିଥିବା ଅଦାଲତ ମାମଲାରେ ପଡ଼ିଛି ପୂର୍ଣ୍ଣଛେଦ । ରାଜ୍ୟରେ ବିଦ୍ୟୁତ ବିତରଣ ଘରୋଇକରଣ ହେବା ପରେ ଏପ୍ରିଲ ୧୯୯୯ରୁ ଏହି ଦାୟିତ୍ବ ନେଇଥିଲା ରିଲାଏନ୍ସ-ଇନଫ୍ରା । ଉଦ୍ଦେଶ୍ୟ ଥିଲା, ସୁଦୃଢ ଭିତ୍ତିଭୂମି ପ୍ରସ୍ତୁତ କରିବା ଏବଂ ଗ୍ରାହକଙ୍କୁ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇବା । ହେଲେ ରାଜ୍ୟବାସୀଙ୍କୁ ଏସବୁ ଯୋଗାଇବାରେ ବିଫଳ ହୋଇଥିଲା ରିଲାଏନ୍ସ କମ୍ପାନୀ । ଗ୍ରୀଡ଼କୋ ଅଧିନରେ ସାଉଥକୋ, ଓ୍ବେସ୍କୋ ଓ ନେସ୍କୋ ତିନୋଟି ବିତରଣ କମ୍ପାନୀ ରିଲାଏନ୍ସ କମ୍ପାନୀ ଚଲାଉଥିଲା ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ବୁଝାମଣା ଅନୁସାରେ ରିଲାଏନ୍ସ ହାତରେ ୫୧ ପ୍ରତିଶତ ଅଂଶଧନ ଥିବା ବେଳେ ଗ୍ରୀଡ଼କୋ ପାଖରେ ୪୯ ପ୍ରତିଶତ ସେୟାର ଥିଲା । ହେଲେ ଯେଉଁ ଉଦ୍ଦେଶ୍ୟରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଗ୍ରୀଡ଼କୋ ରିଲାଏନ୍ସ କମ୍ପାନୀକୁ ଏହି ଦାୟିତ୍ବ ଦେଇଥିଲା, ତାହାର ସୁଫଳ ମିଳିନଥିଲା । ଏପରିକି ଚୁକ୍ତିନାମାକୁ ଉଲ୍ଲଙ୍ଘନ ବି କରିଥିଲା ରିଲାଏନ୍ସ । ଯେଉଁଥିପାଇଁ ରିଲାଏନ୍ସ-ଇନଫ୍ରା ର ତିନୋଟି ଲାଇସେନ୍ସକୁ ୨୦୧୫ରେ ରଦ୍ଦ କରିଥିଲେ ଓଇଆରସି । ହେଲେ ୧୫ ବର୍ଷ ଧରି ବିଦ୍ୟୁତ ବିତରଣ ଦାୟିତ୍ବରେ ଥିବା ରିଲାଏନ୍ସ କମ୍ପାନୀର ମନମାନୀ ଯୋଗୁଁ ଗ୍ରୀଡ଼କୋ ଅନେକ କ୍ଷତି ସହିଥିଲା ।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

ପୂର୍ବରୁ ନା କୌଣସି ଭିତ୍ତିଭୂମି ପ୍ରସ୍ତୁତ କରିଥିଲା ନା ଗ୍ରାହକଙ୍କୁ ଉନ୍ନତ ମାନର ସେବା ଯୋଗାଇଥିଲା । ଚୁକ୍ତିନାମାର ଖିଲାପ କରିଥିବାରୁ କ୍ଷତିପୂରଣ ରାଶି ବାବଦକୁ ରିଲାଏନ୍ସ ଠାରୁ ୪ ହଜାର ୨୩୪ କୋଟି ଟଙ୍କା କ୍ଲେମ କରିଥିଲା ଗ୍ରୀଡ଼କୋ । ଓଇଆରସି ମଧ୍ୟ ଏହା ସପକ୍ଷରେ ରାୟ ଦେଇଥିଲେ । ହେଲେ ରିଲାଏନ୍ସ ଏହା ବିରୋଧରେ ଜାତୀୟ ବିଦ୍ୟୁତ ନିୟାମକ ଆୟୋଗ ଏବଂ ସୁପ୍ରିମ କୋର୍ଟକୁ ବି ଯାଇଥିଲା । ହେଲେ ଉଭୟ ଜାଗାରେ ରିଲାଏନ୍ସର ଯୁକ୍ତି କାଟ ଖାଇବା ସହ ଓଇଆରସିର ରାୟ କାଏମ ରହିଥିଲା । ଏବେ ଏହି ମାମଲାର ଚୁଡ଼ାନ୍ତ ଶୁଣାଣୀ କରି ଗ୍ରୀଡ଼କୋକୁ ରିଲାଏନ୍ସ ୪୨୩୪କୋଟି ୮ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗ୍ରୀଡ଼କୋର ଓକିଲ ପ୍ରଦୀପ୍ତ ମହାନ୍ତି ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

28 Oct 2021 By The Sakala

ଦୀର୍ଘଦିନ ଧରି ଚାଲିଥିବା ମାମଲାରେ ପଡ଼ିଛି ପୂର୍ଣ୍ଣଛେଦ, ଗ୍ରୀଡ଼କୋକୁ ରିଲାଏନ୍ସ କମ୍ପାନୀ ଦେବ ୪ହଜାର ୨୩୪ କୋଟି ଟଙ୍କାର କ୍ଷତିପୂରଣ

କଟକ: ଗ୍ରୀଡ଼କୋକୁ ରିଲାଏନ୍ସ କମ୍ପାନୀ ଦେବ ୪ହଜାର ୨୩୪ କୋଟି ଟଙ୍କାର କ୍ଷତିପୂରଣ । ଦୀର୍ଘ ଦିନ ଧରି ଚାଲିଥିବା ଅଦାଲତ ମାମଲାରେ ପଡ଼ିଛି ପୂର୍ଣ୍ଣଛେଦ । ରାଜ୍ୟରେ ବିଦ୍ୟୁତ ବିତରଣ ଘରୋଇକରଣ ହେବା ପରେ ଏପ୍ରିଲ ୧୯୯୯ରୁ ଏହି ଦାୟିତ୍ବ ନେଇଥିଲା ରିଲାଏନ୍ସ-ଇନଫ୍ରା । ଉଦ୍ଦେଶ୍ୟ ଥିଲା, ସୁଦୃଢ ଭିତ୍ତିଭୂମି ପ୍ରସ୍ତୁତ କରିବା ଏବଂ ଗ୍ରାହକଙ୍କୁ ଉନ୍ନତ ମାନର ବିଦ୍ୟୁତ ସେବା ଯୋଗାଇବା । ହେଲେ ରାଜ୍ୟବାସୀଙ୍କୁ ଏସବୁ ଯୋଗାଇବାରେ ବିଫଳ ହୋଇଥିଲା ରିଲାଏନ୍ସ କମ୍ପାନୀ । ଗ୍ରୀଡ଼କୋ ଅଧିନରେ ସାଉଥକୋ, ଓ୍ବେସ୍କୋ ଓ ନେସ୍କୋ ତିନୋଟି ବିତରଣ କମ୍ପାନୀ ରିଲାଏନ୍ସ କମ୍ପାନୀ ଚଲାଉଥିଲା ।

ବୁଝାମଣା ଅନୁସାରେ ରିଲାଏନ୍ସ ହାତରେ ୫୧ ପ୍ରତିଶତ ଅଂଶଧନ ଥିବା ବେଳେ ଗ୍ରୀଡ଼କୋ ପାଖରେ ୪୯ ପ୍ରତିଶତ ସେୟାର ଥିଲା । ହେଲେ ଯେଉଁ ଉଦ୍ଦେଶ୍ୟରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଗ୍ରୀଡ଼କୋ ରିଲାଏନ୍ସ କମ୍ପାନୀକୁ ଏହି ଦାୟିତ୍ବ ଦେଇଥିଲା, ତାହାର ସୁଫଳ ମିଳିନଥିଲା । ଏପରିକି ଚୁକ୍ତିନାମାକୁ ଉଲ୍ଲଙ୍ଘନ ବି କରିଥିଲା ରିଲାଏନ୍ସ । ଯେଉଁଥିପାଇଁ ରିଲାଏନ୍ସ-ଇନଫ୍ରା ର ତିନୋଟି ଲାଇସେନ୍ସକୁ ୨୦୧୫ରେ ରଦ୍ଦ କରିଥିଲେ ଓଇଆରସି । ହେଲେ ୧୫ ବର୍ଷ ଧରି ବିଦ୍ୟୁତ ବିତରଣ ଦାୟିତ୍ବରେ ଥିବା ରିଲାଏନ୍ସ କମ୍ପାନୀର ମନମାନୀ ଯୋଗୁଁ ଗ୍ରୀଡ଼କୋ ଅନେକ କ୍ଷତି ସହିଥିଲା ।

ପୂର୍ବରୁ ନା କୌଣସି ଭିତ୍ତିଭୂମି ପ୍ରସ୍ତୁତ କରିଥିଲା ନା ଗ୍ରାହକଙ୍କୁ ଉନ୍ନତ ମାନର ସେବା ଯୋଗାଇଥିଲା । ଚୁକ୍ତିନାମାର ଖିଲାପ କରିଥିବାରୁ କ୍ଷତିପୂରଣ ରାଶି ବାବଦକୁ ରିଲାଏନ୍ସ ଠାରୁ ୪ ହଜାର ୨୩୪ କୋଟି ଟଙ୍କା କ୍ଲେମ କରିଥିଲା ଗ୍ରୀଡ଼କୋ । ଓଇଆରସି ମଧ୍ୟ ଏହା ସପକ୍ଷରେ ରାୟ ଦେଇଥିଲେ । ହେଲେ ରିଲାଏନ୍ସ ଏହା ବିରୋଧରେ ଜାତୀୟ ବିଦ୍ୟୁତ ନିୟାମକ ଆୟୋଗ ଏବଂ ସୁପ୍ରିମ କୋର୍ଟକୁ ବି ଯାଇଥିଲା । ହେଲେ ଉଭୟ ଜାଗାରେ ରିଲାଏନ୍ସର ଯୁକ୍ତି କାଟ ଖାଇବା ସହ ଓଇଆରସିର ରାୟ କାଏମ ରହିଥିଲା । ଏବେ ଏହି ମାମଲାର ଚୁଡ଼ାନ୍ତ ଶୁଣାଣୀ କରି ଗ୍ରୀଡ଼କୋକୁ ରିଲାଏନ୍ସ ୪୨୩୪କୋଟି ୮ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗ୍ରୀଡ଼କୋର ଓକିଲ ପ୍ରଦୀପ୍ତ ମହାନ୍ତି ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର