ମହିଳାଙ୍କୁ କାଠଫାଳିଆରେ ପିଟି ଅତି ନିର୍ମମ ଭାବେ ହତ୍ୟା
ଗୁଣପୁର: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା କରଡ଼ା ଗାଁରେ ଏକ ବର୍ବରକାଣ୍ଡ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ କାଠଫାଳିଆରେ ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ଜଣକ କରଡା ଗ୍ରାମର ରଞ୍ଜିତା କଣ୍ଡାଗିରି(୨୫) ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡରେ ସଂମ୍ପୃକ୍ତି ଅଭିଯୋଗରେ ରାମନାଗୁଡ଼ା ପୁଲିସ୍ ତିନି ଜଣକୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି। ବିବାହିତ ଯୁବକ ଅକ୍ଷୟ ପାତିକା କରଡା […]
ଗୁଣପୁର: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା କରଡ଼ା ଗାଁରେ ଏକ ବର୍ବରକାଣ୍ଡ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ କାଠଫାଳିଆରେ ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ଜଣକ କରଡା ଗ୍ରାମର ରଞ୍ଜିତା କଣ୍ଡାଗିରି(୨୫) ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡରେ ସଂମ୍ପୃକ୍ତି ଅଭିଯୋଗରେ ରାମନାଗୁଡ଼ା ପୁଲିସ୍ ତିନି ଜଣକୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ସହାୟତାରେ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।
ବିବାହିତ ଯୁବକ ଅକ୍ଷୟ ପାତିକା କରଡା ଗ୍ରାମର ରଞ୍ଜିତାଙ୍କ ସହ ଅନୈତିକ ସଂମ୍ପର୍କ ରଖିଥିବା ସନ୍ଦେହ କରିଥିଲେ ପରିବାର ଲୋକେ। ଅକ୍ଷୟଙ୍କ ବଡଭାଇ ମାଧବ ପାତିକା, ମା’ ଦୁଃଖି ପାତିକା ଓ ଶାଳକ ଡମ୍ବୁରୁ କାଡ୍ରାକା ତିନିଜଣ ମିଶି ରଞ୍ଜିତାଙ୍କୁ କାଠ ଫାଲିଆରେ ପିଟି ହତ୍ୟା କରିଥିବା ନେଇ ମୃତ ମହିଳାର ଭାଇ ଅଭିଯୋଗ କରିଛନ୍ତି ।
16 May 2025 By The Sakala

⊕ https://www.thesakala.in/latest-odisha-news/rayagada/woman-brutally-beaten-to-death-with-wooden-plank/article-40632