ରାୟଗଡ଼ାରେ ନକଲି ଡାକ୍ତରଙ୍କ ଭୁଲ୍ ଇଞ୍ଜେକସନ୍ରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ତଦନ୍ତ ଆରମ୍ଭ

The Sakala Picture
Published On

ରାୟଗଡା: ଭୁଲ୍ ଇଞ୍ଜେକସନ୍ରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଜଣେ ନକଲି ଡାକ୍ତର ଭୁଲ୍ ଇଞ୍ଜେକସନ୍ ଦେବା ପରେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନଚାନ୍ଦିଲି ଗ୍ରାମରେ ଏଭଳି ଘଟଣା ଘଟିଛି। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ମୃତକ ହେଲେ ପ୍ରଶାନ୍ତ କୌଶଲ୍ୟା । ସୂଚନା ଅନୁସାରେ, ପ୍ରଶାନ୍ତ କୌଶଲ୍ୟାଙ୍କ ଦେହ ଅସୁସ୍ଥ […]

ରାୟଗଡା: ଭୁଲ୍ ଇଞ୍ଜେକସନ୍ରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଜଣେ ନକଲି ଡାକ୍ତର ଭୁଲ୍ ଇଞ୍ଜେକସନ୍ ଦେବା ପରେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନଚାନ୍ଦିଲି ଗ୍ରାମରେ ଏଭଳି ଘଟଣା ଘଟିଛି। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ମୃତକ ହେଲେ ପ୍ରଶାନ୍ତ କୌଶଲ୍ୟା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନ୍‌ରୁ ଶରଣକୁଳ କଲେଜ ପ୍ରିନ୍ସପାଲଙ୍କ ମୃତଦେହ ଠାବ

ସୂଚନା ଅନୁସାରେ, ପ୍ରଶାନ୍ତ କୌଶଲ୍ୟାଙ୍କ ଦେହ ଅସୁସ୍ଥ ହେବାରୁ ଶନିବାର ଜେକେପୁର ସ୍ଥିତ ବି.ସି ରୋଡ଼ ନିକଟରେ ବି.ଏ ରାଓ ବା ନନ୍ଦୁ ବାବୁ ନାମକ ନକଲି ଡାକ୍ତର କ୍ଲିନିକକୁ ପ୍ରଶାନ୍ତ କୌଶଲ୍ୟା ଯାଇଥିଲେ । ତାଙ୍କର ମୁଣ୍ଡ ବ୍ୟଥା ସାଙ୍ଗକୁ ସାମାନ୍ୟ ପେଟ ଯନ୍ତ୍ରଣା ହେଉଥିଲା । କ୍ଲିନିକରେ ଦୁଇଟି ଭୁଲ ଇଂଜେକସନ ଓ କିଛି ଔଷଧ ଦେଇଥିଲେ ନନ୍ଦୁ । ଇଞ୍ଜେକସନ ଦେବା ପରେ ପ୍ରଶାନ୍ତ ଘରକୁ ଫେରିବାର ୧୦ ମିନିଟ ମଧ୍ୟରେ ବାନ୍ତି ସାଙ୍ଗକୁ ଛାତିରେ ଗଭୀର ଯନ୍ତ୍ରଣା ହେବା ସହ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତିତା ହେଉଥିବା ବିଜେଡିର ଅଭିଯୋଗ: 'କ୍ୟାମ୍ପସ ରାଜନୀତିରେ ବିଜେପି ନେତାଙ୍କ ହସ୍ତକ୍ଷେପ ଅଗ୍ରହଣୀୟ'

ଦୀର୍ଘ ବର୍ଷ ଧରି ଏଭଳି ନକଲି କ୍ଲିନିକ କରି ଲୋକଙ୍କ ଜୀବନ ସହ ଖେଳୁଥିବା ନକଲି ଡାକ୍ତର ବି. ଆନନ୍ଦ ରାଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ୧୩ରେ ଲଘୁଚାପ, ୧୬ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର