ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ ଦେଖିବ ସମଗ୍ର ବିଶ୍ୱ

The Sakala Picture
Published On

ପୁରୀ: ଚାରିଧାମରୁ ଶ୍ରେଷ୍ଠ ଧାମ ହେଉଛି ଶ୍ରୀଜଗନ୍ନାଥ ଧାମ। ପ୍ରତିଦିନ ଏଠାକୁ ଛୁଟିଥାଏ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ। ଐତିହ୍ୟ ସହର ପୁରୀକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ବିଭିନ୍ନ ପ୍ରକଳ୍ପ କାମ ହାତକୁ ନେଇଛନ୍ତି ରାଜ୍ୟ ସରକାର। ତା’ ମଧ୍ୟରୁ ଗୋଟିଏ ହେଉଛି ପରିକ୍ରମା ପ୍ରକଳ୍ପ। ପୁରୀକୁ ଏକ ଐତିହ୍ୟ ସହର ଭାବେ ଗଢି ତୋଳିବା ସହ ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ଏବଂ ମୌଳିକ ସୁବିଧାକୁ ଦୃଷ୍ଟିରେ ରଖି ୨୦୧୭-୧୮ ଆର୍ଥିକ […]

ପୁରୀ: ଚାରିଧାମରୁ ଶ୍ରେଷ୍ଠ ଧାମ ହେଉଛି ଶ୍ରୀଜଗନ୍ନାଥ ଧାମ। ପ୍ରତିଦିନ ଏଠାକୁ ଛୁଟିଥାଏ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ। ଐତିହ୍ୟ ସହର ପୁରୀକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ବିଭିନ୍ନ ପ୍ରକଳ୍ପ କାମ ହାତକୁ ନେଇଛନ୍ତି ରାଜ୍ୟ ସରକାର। ତା’ ମଧ୍ୟରୁ ଗୋଟିଏ ହେଉଛି ପରିକ୍ରମା ପ୍ରକଳ୍ପ। ପୁରୀକୁ ଏକ ଐତିହ୍ୟ ସହର ଭାବେ ଗଢି ତୋଳିବା ସହ ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ଏବଂ ମୌଳିକ ସୁବିଧାକୁ ଦୃଷ୍ଟିରେ ରଖି ୨୦୧୭-୧୮ ଆର୍ଥିକ ବର୍ଷରେ ଅବଢା ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୩୨୦୦କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ୨୦୨୩ ଜୁନ ୨୧ରେ ଆଉ ୧୦୦୦କୋଟି ଅର୍ଥ ମଞ୍ଜୁର କରିଥିଲା ରାଜ୍ୟ କ୍ୟାବିନେଟ। ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀମନ୍ଦିରର ସୁରକ୍ଷା, ଶ୍ରୀସେତୁ ପ୍ରକଳ୍ପ, ମୁଷା ନଦୀର ପୁନରୁଦ୍ଧାର, ଜଗନ୍ନାଥ ବଲ୍ଲଭ ମଠ, ରଘୁନାଥ ଲାଇବ୍ରେରୀର ଉନ୍ନତିକରଣ, ଅଠରନଳା ହେରିଟେଜ୍‌ ପ୍ରକଳ୍ପ ସହ ସହରରେ ଥିବା ସମସ୍ତ ମଠ ମନ୍ଦିରର ଉନ୍ନତିକରଣ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ଏହି ଯୋଜନା ଅଧୀନରେ ଥିବା ଗୋଟିଏ ପ୍ରକଳ୍ପ ହେଉଛି ଶ୍ରୀମନ୍ଦିର ଐତିହ୍ୟ କରିଡର ବା ପରିକ୍ରମା ପ୍ରକଳ୍ପ। ଏଥିପାଇଁ ୮୦୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଏଥିରେ ରହିବ ସମସ୍ତ ମୌଳିକ ସୁବିଧା। ପୁରୁଷ ଓ ମହିଳାମାନଙ୍କ ପାଇଁ ପୃଥକ ପୃଥକ ଶୌଚାଳୟ ନିର୍ମାଣ ହୋଇଛି। ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର, କ୍ଲକରୁମ୍‌, ସୂଚନା ଓ ଦାନକେନ୍ଦ୍ର, ବିଶ୍ରାମସ୍ଥଳ, ଜେଟିପି ଆଉଟପୋଷ୍ଟ, ଏଟିଏମ କିଓସ୍କ, ଜରୁରି ଯାତାୟାତ ମାର୍ଗ, ସ୍ଥାୟୀ ଯାତାୟାତ ମାର୍ଗ, ଲ୍ୟାଣ୍ଡସ୍କେପ ଏବଂ ଫୁଟପାଥ ଭଳି ବ୍ୟବସ୍ଥା ହୋଇଛି। ଏହାସହ ଶ୍ରଦ୍ଧାଳୁଙ୍କ ନିର୍ବିଘ୍ନ ଦର୍ଶନ ପାଇଁ ଶୀତତାପ ନିୟନ୍ତ୍ରିତ ସେଲଟରର ବ୍ୟବସ୍ଥା କରାଯାଇଛି। ଅବାଧରେ କିଭଳି ମନ୍ଦିର ବେଢା ପରିକ୍ରମା କରିପାରିବେ ଶ୍ରଦ୍ଧାଳୁ ଏବଂ ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ କିଭଳି ଭଲ ଅନୁଭୂତି ସାଉଁଟିବେ ସେହି ଉଦ୍ଦେଶ୍ୟରେ ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଥିଲେ ରାଜ୍ୟ ସରକାର। ଯାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

02 Jan 2024 By The Sakala

ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀର ଭବ୍ୟ ରୂପ ଦେଖିବ ସମଗ୍ର ବିଶ୍ୱ

ପୁରୀ: ଚାରିଧାମରୁ ଶ୍ରେଷ୍ଠ ଧାମ ହେଉଛି ଶ୍ରୀଜଗନ୍ନାଥ ଧାମ। ପ୍ରତିଦିନ ଏଠାକୁ ଛୁଟିଥାଏ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ। ଐତିହ୍ୟ ସହର ପୁରୀକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ବିଭିନ୍ନ ପ୍ରକଳ୍ପ କାମ ହାତକୁ ନେଇଛନ୍ତି ରାଜ୍ୟ ସରକାର। ତା’ ମଧ୍ୟରୁ ଗୋଟିଏ ହେଉଛି ପରିକ୍ରମା ପ୍ରକଳ୍ପ। ପୁରୀକୁ ଏକ ଐତିହ୍ୟ ସହର ଭାବେ ଗଢି ତୋଳିବା ସହ ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ଏବଂ ମୌଳିକ ସୁବିଧାକୁ ଦୃଷ୍ଟିରେ ରଖି ୨୦୧୭-୧୮ ଆର୍ଥିକ ବର୍ଷରେ ଅବଢା ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୩୨୦୦କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ୨୦୨୩ ଜୁନ ୨୧ରେ ଆଉ ୧୦୦୦କୋଟି ଅର୍ଥ ମଞ୍ଜୁର କରିଥିଲା ରାଜ୍ୟ କ୍ୟାବିନେଟ। ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀମନ୍ଦିରର ସୁରକ୍ଷା, ଶ୍ରୀସେତୁ ପ୍ରକଳ୍ପ, ମୁଷା ନଦୀର ପୁନରୁଦ୍ଧାର, ଜଗନ୍ନାଥ ବଲ୍ଲଭ ମଠ, ରଘୁନାଥ ଲାଇବ୍ରେରୀର ଉନ୍ନତିକରଣ, ଅଠରନଳା ହେରିଟେଜ୍‌ ପ୍ରକଳ୍ପ ସହ ସହରରେ ଥିବା ସମସ୍ତ ମଠ ମନ୍ଦିରର ଉନ୍ନତିକରଣ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା।

ଏହି ଯୋଜନା ଅଧୀନରେ ଥିବା ଗୋଟିଏ ପ୍ରକଳ୍ପ ହେଉଛି ଶ୍ରୀମନ୍ଦିର ଐତିହ୍ୟ କରିଡର ବା ପରିକ୍ରମା ପ୍ରକଳ୍ପ। ଏଥିପାଇଁ ୮୦୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଏଥିରେ ରହିବ ସମସ୍ତ ମୌଳିକ ସୁବିଧା। ପୁରୁଷ ଓ ମହିଳାମାନଙ୍କ ପାଇଁ ପୃଥକ ପୃଥକ ଶୌଚାଳୟ ନିର୍ମାଣ ହୋଇଛି। ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର, କ୍ଲକରୁମ୍‌, ସୂଚନା ଓ ଦାନକେନ୍ଦ୍ର, ବିଶ୍ରାମସ୍ଥଳ, ଜେଟିପି ଆଉଟପୋଷ୍ଟ, ଏଟିଏମ କିଓସ୍କ, ଜରୁରି ଯାତାୟାତ ମାର୍ଗ, ସ୍ଥାୟୀ ଯାତାୟାତ ମାର୍ଗ, ଲ୍ୟାଣ୍ଡସ୍କେପ ଏବଂ ଫୁଟପାଥ ଭଳି ବ୍ୟବସ୍ଥା ହୋଇଛି। ଏହାସହ ଶ୍ରଦ୍ଧାଳୁଙ୍କ ନିର୍ବିଘ୍ନ ଦର୍ଶନ ପାଇଁ ଶୀତତାପ ନିୟନ୍ତ୍ରିତ ସେଲଟରର ବ୍ୟବସ୍ଥା କରାଯାଇଛି। ଅବାଧରେ କିଭଳି ମନ୍ଦିର ବେଢା ପରିକ୍ରମା କରିପାରିବେ ଶ୍ରଦ୍ଧାଳୁ ଏବଂ ପୁରୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ କିଭଳି ଭଲ ଅନୁଭୂତି ସାଉଁଟିବେ ସେହି ଉଦ୍ଦେଶ୍ୟରେ ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରିଥିଲେ ରାଜ୍ୟ ସରକାର। ଯାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର