ଶ୍ରୀମନ୍ଦିର ହୁଣ୍ଡିରେ ନୂଆବର୍ଷ ଭିଡ଼ର ପ୍ରଭାବ, ବାହାରିଲା ୧୦ଲକ୍ଷ ୯୪ ହଜାର ଟଙ୍କା

The Sakala Picture
Published On

ପୁରୀ: ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି। ଭକ୍ତଙ୍କ ଭିଡ଼ର ପ୍ରଭାବ ଶ୍ରୀମନ୍ଦିର ହୁଣ୍ଡିରେ ପଡିଛି। ବୁଧବାର ହୁଣ୍ଡିରୁ ବାହାରିଛି ୧୦,୯୪,୦୭୪ ଟଙ୍କା। ଏଥିସହ ୩୦୦ ମିଲିଗ୍ରାମ୍‌ ସୁନା ଏବଂ ୩୩ ଗ୍ରାମ୍‌ ୫୦୦ ମିଲିଗ୍ରାମ୍‌ ରୁପା ମିଳିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ହୁଣ୍ଡି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଏଥିରେ ଟଙ୍କା, […]

ପୁରୀ: ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି। ଭକ୍ତଙ୍କ ଭିଡ଼ର ପ୍ରଭାବ ଶ୍ରୀମନ୍ଦିର ହୁଣ୍ଡିରେ ପଡିଛି। ବୁଧବାର ହୁଣ୍ଡିରୁ ବାହାରିଛି ୧୦,୯୪,୦୭୪ ଟଙ୍କା। ଏଥିସହ ୩୦୦ ମିଲିଗ୍ରାମ୍‌ ସୁନା ଏବଂ ୩୩ ଗ୍ରାମ୍‌ ୫୦୦ ମିଲିଗ୍ରାମ୍‌ ରୁପା ମିଳିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ହୁଣ୍ଡି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଏଥିରେ ଟଙ୍କା, ସୁନା, ରୂପା ଇତ୍ୟାଦି ପକାଇଥାନ୍ତି। କେହି କେହି ମାନସିକ କରି ହୁଣ୍ଡିରେ ବିଭିନ୍ନ ପ୍ରକାର ବସ୍ତ୍ର ମଧ୍ୟ ପକାଇଥାନ୍ତି। ଏହି ଦାନ ଅର୍ଥ ଏବଂ ସୁନା, ରୁପା ଅଳଙ୍କାର ଆଦି ପ୍ରତିଦିନ ସନ୍ଧ୍ୟାରେ ଗଣତି କରାଯାଇଥାଏ। ଶ୍ରୀମନ୍ଦିର ବେଢା ପରିସର ଶାଖା କାର୍ଯ୍ୟାଳୟରେ ଗଣତି ହୁଏ। ପ୍ରତିଦିନ ହୁଣ୍ଡିରୁ କେତେ ଟଙ୍କା ମିଳେ ତାହାକୁ ଶ୍ରୀମନ୍ଦିର ପ୍ରଶାସନ ସର୍ବସାଧାରଣରେ ଅବଗତ କରାଇଥାଏ। ଏବେ ସାଧାରଣ ଦିନମାନଙ୍କରେ ହୁଣ୍ଡିରୁ ୪ରୁ ୫ଲକ୍ଷ ଟଙ୍କା ବାହାରୁଥିବା ବେଳେ ପର୍ବପର୍ବାଣି ବା ଛୁଟି ଦିନମାନଙ୍କରେ ଏହି ପରିମାଣ ବଢିଥାଏ। କିନ୍ତୁ ନୂଆବର୍ଷରେ ୧୦ଲକ୍ଷ ୯୪ ହଜାର ୭୪ ଟଙ୍କା ବାହାରିଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

01 Jan 2025 By The Sakala

ଶ୍ରୀମନ୍ଦିର ହୁଣ୍ଡିରେ ନୂଆବର୍ଷ ଭିଡ଼ର ପ୍ରଭାବ, ବାହାରିଲା ୧୦ଲକ୍ଷ ୯୪ ହଜାର ଟଙ୍କା

ପୁରୀ: ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି। ଭକ୍ତଙ୍କ ଭିଡ଼ର ପ୍ରଭାବ ଶ୍ରୀମନ୍ଦିର ହୁଣ୍ଡିରେ ପଡିଛି। ବୁଧବାର ହୁଣ୍ଡିରୁ ବାହାରିଛି ୧୦,୯୪,୦୭୪ ଟଙ୍କା। ଏଥିସହ ୩୦୦ ମିଲିଗ୍ରାମ୍‌ ସୁନା ଏବଂ ୩୩ ଗ୍ରାମ୍‌ ୫୦୦ ମିଲିଗ୍ରାମ୍‌ ରୁପା ମିଳିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ହୁଣ୍ଡି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଏଥିରେ ଟଙ୍କା, ସୁନା, ରୂପା ଇତ୍ୟାଦି ପକାଇଥାନ୍ତି। କେହି କେହି ମାନସିକ କରି ହୁଣ୍ଡିରେ ବିଭିନ୍ନ ପ୍ରକାର ବସ୍ତ୍ର ମଧ୍ୟ ପକାଇଥାନ୍ତି। ଏହି ଦାନ ଅର୍ଥ ଏବଂ ସୁନା, ରୁପା ଅଳଙ୍କାର ଆଦି ପ୍ରତିଦିନ ସନ୍ଧ୍ୟାରେ ଗଣତି କରାଯାଇଥାଏ। ଶ୍ରୀମନ୍ଦିର ବେଢା ପରିସର ଶାଖା କାର୍ଯ୍ୟାଳୟରେ ଗଣତି ହୁଏ। ପ୍ରତିଦିନ ହୁଣ୍ଡିରୁ କେତେ ଟଙ୍କା ମିଳେ ତାହାକୁ ଶ୍ରୀମନ୍ଦିର ପ୍ରଶାସନ ସର୍ବସାଧାରଣରେ ଅବଗତ କରାଇଥାଏ। ଏବେ ସାଧାରଣ ଦିନମାନଙ୍କରେ ହୁଣ୍ଡିରୁ ୪ରୁ ୫ଲକ୍ଷ ଟଙ୍କା ବାହାରୁଥିବା ବେଳେ ପର୍ବପର୍ବାଣି ବା ଛୁଟି ଦିନମାନଙ୍କରେ ଏହି ପରିମାଣ ବଢିଥାଏ। କିନ୍ତୁ ନୂଆବର୍ଷରେ ୧୦ଲକ୍ଷ ୯୪ ହଜାର ୭୪ ଟଙ୍କା ବାହାରିଛି।

https://www.thesakala.in/latest-odisha-news/puri/new-year-crowd-affects-shrimandir-hundi-10-lakh-94-thousand-rupees-withdrawn/article-37680
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର