ସାତପଡ଼ା ଡିଗ୍ରୀ କଲେଜରେ ଯୌନ ନିର୍ଯାତନା ସଚେତନତା କର୍ମଶାଳା
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ସାତପଡ଼ା ସ୍ଥିତ ପଞ୍ଚାୟତ ସ୍ନାତକ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅଧ୍ୟକ୍ଷ ଡ଼ଃ ପ୍ରକାଶ କୁମାର ଜେନାଙ୍କ ସଭାପତିତ୍ୱରେ ଯୌନ ନିର୍ଯ୍ୟାତନା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମଗିରି ଥାନା ଅଧିକାରିଣୀ ପ୍ରଜ୍ଞା ମହାନ୍ତି, ଏସଆଇ ସାଗର ପ୍ରସାଦ ନାୟକ, ସାତପଡ଼ା ଫାଣ୍ଡି ଅଧିକାରୀ ଉମା ଚରଣ ପ୍ରହରାଜ ପ୍ରମୁଖ ସମ୍ମାନିତ ଭାବେ ଯୋଗଦେଇ […]
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ସାତପଡ଼ା ସ୍ଥିତ ପଞ୍ଚାୟତ ସ୍ନାତକ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ଅଧ୍ୟକ୍ଷ ଡ଼ଃ ପ୍ରକାଶ କୁମାର ଜେନାଙ୍କ ସଭାପତିତ୍ୱରେ ଯୌନ ନିର୍ଯ୍ୟାତନା ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମଗିରି ଥାନା ଅଧିକାରିଣୀ ପ୍ରଜ୍ଞା ମହାନ୍ତି, ଏସଆଇ ସାଗର ପ୍ରସାଦ ନାୟକ, ସାତପଡ଼ା ଫାଣ୍ଡି ଅଧିକାରୀ ଉମା ଚରଣ ପ୍ରହରାଜ ପ୍ରମୁଖ ସମ୍ମାନିତ ଭାବେ ଯୋଗଦେଇ ବର୍ତ୍ତମାନ ସାମାଜିକ ପରିସ୍ଥିତିରେ ମହିଳା ମାନଙ୍କ ଯୌନ ନିର୍ଯାତନା ନିବାରଣ ପାଇଁ ସରକାର ଏବଂ ଆଇନ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିଛି । ଛାତ୍ରଛାତ୍ରୀ ମାନେ ନିଜର ସୁରକ୍ଷା ପାଇଁ କଣ କଣ ପଦକ୍ଷେପ ନେବା ଉଚିତ ତାହା ବିସଦ ଭାବେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଶ୍ରୀ ଜେନା ଯୌନ ନିର୍ଯାତନା ପ୍ରତିରୋଧ, ସୁରକ୍ଷା ଓ ସମାଧାନ ଦିଗରେ ସଚେତନ କରାଇଥିଲେ । ଜାଗୃତି ଓ ପ୍ରଶିକ୍ଷଣ ମାଧ୍ୟମରେ ସୁରକ୍ଷିତ ସୁସ୍ଥ କର୍ମସ୍ଥଳ ସୃଷ୍ଟି କରିବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ ବୋଲି ମତ ପ୍ରଦାନ କରିଥିଲେ । ଏସଆଇ ସାଗର ପ୍ରସାଦ ନାୟକ ସାଇବର ଠକେଇ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ । ଏହି କର୍ମଶାଳାରେ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷ ତଥା ଅଧ୍ୟାପିକା ରୋଜାଲିନି ଜେନା, ଅଧ୍ୟାପକ ପବିତ୍ର ମୋହନ ଦାସ, ପ୍ରସନ୍ନ କୁମାର ସାହୁ, ଦେବଦତ୍ତ ମିଶ୍ର, ସମର ନାୟକ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସର୍ବ ଶେଷରେ ଆଭ୍ୟନ୍ତରୀଣ କମିଟିର ଅନ୍ୟତମ ସଦସ୍ୟ ଓଡ଼ିଆ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।






