କୃଷ୍ଣପ୍ରସାଦରେ ମହାସମାରୋହରେ ରାମ ନବମୀ ପାଳିତ: ୪୦ କିଲୋମିଟର ବ୍ୟାପୀ ବାଇକ୍ ରାଲିରେ କମ୍ପିଲା ଅଞ୍ଚଳ

Tapas Ranjan Nanda Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ରେ ପବିତ୍ର ରାମ ନବମୀ ଉପଲକ୍ଷେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସମଗ୍ର ଅଞ୍ଚଳ ରାମ ନାମ ସଂକୀର୍ତ୍ତନ ଓ ରାମଧ୍ୱନିରେ ଉତ୍ସବମୁଖର ହୋଇଉଠିଛି। ରାମରାଜ୍ୟ ପ୍ରତିଷ୍ଠା କରିବାର ଲକ୍ଷ୍ୟ ନେଇ ସ୍ଥାନୀୟ ଶ୍ରଦ୍ଧାଳୁମାନେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବିଶାଳ ମୋଟରସାଇକେଲ୍ ରାଲି

ଏହି ପବିତ୍ର ଅବସରରେ ଗଛ ମଣିଷ ଭାବେ ପରିଚିତ ଅମିତା ତରେଇ, ଶଙ୍କର ପଲେଇ, ମୀନାରାଣୀ ସାହୁ, ବିଦ୍ୟାଧର ପଲେଇ, ଦୁଃଶାସନ ତରେଇ, ସୁକାନ୍ତ ବିଶ୍ୱାଳ, ମହେଶ୍ୱର ସେଠୀ ଏବଂ ଭଗବାନ ତରେଇଙ୍କ ସମେତ ୧୦୦ ରୁ ଊର୍ଦ୍ଧ୍ୱ ରାମ ଭକ୍ତ ଏକାଠି ହୋଇଥିଲେ। ସେମାନେ ବିଭିନ୍ନ ଧାର୍ମିକ ସ୍ଲୋଗାନ ଦେଇ ଏକ ବିଶାଳ ମୋଟରସାଇକେଲ୍ ରାଲି ବାହାର କରିଥିଲେ। ଭକ୍ତମାନେ ପ୍ରଭୁ ଶ୍ରୀ ରଘୁନାଥଙ୍କ ଠାରୁ ଏକ ପବିତ୍ର ଝଣ୍ଡା ଧରି ଯାତ୍ରା ଆରମ୍ଭ କରିଥିଲେ। ଏହି ରାଲି ପ୍ରାୟ ୪୦ କିଲୋମିଟର ପଥ ଅତିକ୍ରମ କରି ମାଲୁଦ ପଞ୍ଚମୁଖୀ ମନ୍ଦିର ଓ ଅଣୁଆ ରଘୁନାଥ ମନ୍ଦିର ଦେଇ କାମଳାସିଂହ ରଘୁନାଥ ମନ୍ଦିରରେ ପହଞ୍ଚିଥିଲା।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ram-navami-celebrated-in-krushnaprasad-puri-bike-rally(1)

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ପଞ୍ଚମୁଖୀ ସେବାଦଳର ଆଧ୍ୟାତ୍ମିକ ଯାତ୍ରା

ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ, ପଞ୍ଚମୁଖୀ ସେବାଦଳ ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ୍ର ମୋଟରସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ରାଲି ପ୍ରୟାଗି ଠାରୁ ବାହାରି ରାମଧ୍ୱନି ଏବଂ ଭଜନ କୀର୍ତ୍ତନ ସହ କମଲେଶ୍ୱର ପୀଠ ପର୍ଯ୍ୟନ୍ତ ଯାଇଥିଲା। ପବିତ୍ର ରାମ ନବମୀ ଅବସରରେ ଭକ୍ତମାନଙ୍କର ଏହି ବିପୁଳ ଆଗ୍ରହ ଏବଂ ଶ୍ରଦ୍ଧା ଯୋଗୁଁ ସମଗ୍ର କୃଷ୍ଣପ୍ରସାଦ ଅଞ୍ଚଳ ଭକ୍ତିମୟ ହୋଇଉଠିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର