ଆସନ୍ତା ୨୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ନିର୍ମାଣ ହେବ ଐତିହ୍ୟ ସୁରକ୍ଷା କରିଡ଼ର। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅଧାର କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିଆରି କରାଯିବ । ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ। ଶାସ୍ତ୍ରୀୟ ବିଧୂ ଅନୁସାରେ ଏଥିପାଇଁ ତିନିଦିନ ଧରି ଯଜ୍ଞ ହେବ। ୨୨ ତାରିଖରେ ଅଙ୍କୁରାରୋପଣ ଏବଂ ୨୪ ତାରିଖରେ ପୂର୍ଣାହୂତି ହେବ | ୨୪ ତାରିଖ […]

ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ନିର୍ମାଣ ହେବ ଐତିହ୍ୟ ସୁରକ୍ଷା କରିଡ଼ର। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅଧାର କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିଆରି କରାଯିବ । ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ। ଶାସ୍ତ୍ରୀୟ ବିଧୂ ଅନୁସାରେ ଏଥିପାଇଁ ତିନିଦିନ ଧରି ଯଜ୍ଞ ହେବ। ୨୨ ତାରିଖରେ ଅଙ୍କୁରାରୋପଣ ଏବଂ ୨୪ ତାରିଖରେ ପୂର୍ଣାହୂତି ହେବ | ୨୪ ତାରିଖ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ଶ୍ରୀମନ୍ଦିରର ଐଶାନ୍ୟ କୋଣ ଅର୍ଥାତ୍ ଉତ୍ତର ପାର୍ଶ୍ବ ମଠ ସମ୍ମୁଖ ଖୋଲା ଜାଗାରେ ଯଜ୍ଞକୁଣ୍ଡ ନିର୍ମାଣ କରାଯାଉଥିବା ବେଳେ ସୋମବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ତିନିଦିନ ଧରି ହେବାକୁ ଥିବା ଯଜ୍ଞ ଏବଂ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ପରିଚାଳାନା କମିଟିର ସଦସ୍ୟ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ବୈଠକ ଶେଷରେ ସମସ୍ତ ଅଧିକାରୀ ନିର୍ମାଣ ଚାଲିଥିବା ଯଜ୍ଞକୁଣ୍ଡସ୍ଥଳ ପରିଦର୍ଶନ କରିଥିଲେ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର