ପୁରୀ ଅଘଟଣ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ, ଅବହେଳା ଅକ୍ଷମଣୀୟ
ପୁରୀ: ଶରଧାବାଲି ଦଳାଚକଟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଘଟଣାରେ ଅବହେଳା ହୋଇଥିବା ମୁଖ୍ୟମନ୍ତ୍ରୀ ସ୍ଵୀକାର କରି ଏହା ଅକ୍ଷମଣୀୟ ବୋଲି କହିଛନ୍ତି। ଏଥିପାଇଁ ସେ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଦଳାଚକଟା ଘଟଣାରେ ସୁରକ୍ଷାର ଅବହେଳା ନେଇ ତୁରନ୍ତ ତଦନ୍ତ କରାଯିବ। ଏ ଦଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଘଟଣା ପାଇଁ ଦାୟୀ […]
ପୁରୀ: ଶରଧାବାଲି ଦଳାଚକଟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଘଟଣାରେ ଅବହେଳା ହୋଇଥିବା ମୁଖ୍ୟମନ୍ତ୍ରୀ ସ୍ଵୀକାର କରି ଏହା ଅକ୍ଷମଣୀୟ ବୋଲି କହିଛନ୍ତି। ଏଥିପାଇଁ ସେ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଦଳାଚକଟା ଘଟଣାରେ ସୁରକ୍ଷାର ଅବହେଳା ନେଇ ତୁରନ୍ତ ତଦନ୍ତ କରାଯିବ। ଏ ଦଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅବହେଳା ପାଇଁ ସେ ଏବଂ ତାଙ୍କ ସରକାର ବ୍ୟକ୍ତିଗତ ଭାବେ କ୍ଷମା ମାଗୁଛୁ ବୋଲି ସାମାଜିକ ଗଣମାଧ୍ୟମ ଏକ୍ସ’ରେ କହିଛନ୍ତି।






