ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର ଛାତ ଉପରେ ଠିଆ ହୋଇ ଦେଖି ପାରିବେନି ରଥଯାତ୍ରା

The Sakala Picture
Published On

ପୁରୀ: ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର ଛାତ ଉପରେ ଠିଆ ହୋଇ କେହି ରଥଯାତ୍ରା ଦେଖିପାରିବେ ନାହିଁ। ରଥଯାତ୍ରା ପାଇଁ ବଡଦାଣ୍ଡ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି ହେବ।  ଆସନ୍ତା ୧୧ ତାରିଖରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି ହେବ। ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଲୋକେ ତାଙ୍କ ଘର ଭିତରେ ରହି ରଥଟଣା ଦେଖିପାରିବେ। ସେହିପରି କୌଣସି ହୋଟେଲ, ଲଜିଂ […]

ପୁରୀ: ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର ଛାତ ଉପରେ ଠିଆ ହୋଇ କେହି ରଥଯାତ୍ରା ଦେଖିପାରିବେ ନାହିଁ। ରଥଯାତ୍ରା ପାଇଁ ବଡଦାଣ୍ଡ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି ହେବ।  ଆସନ୍ତା ୧୧ ତାରିଖରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି ହେବ। ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଲୋକେ ତାଙ୍କ ଘର ଭିତରେ ରହି ରଥଟଣା ଦେଖିପାରିବେ। ସେହିପରି କୌଣସି ହୋଟେଲ, ଲଜିଂ କିମ୍ବା ଧର୍ମଶାଳାରେ ପର୍ଯ୍ୟଟକ କିମ୍ବା ଶ୍ରଦ୍ଧାଳୁ ରହିପାରିବେ ନାହିଁ। ପୂର୍ବରୁ ବଡ଼ଦାଣ୍ଡରେ ଘର କରିଥିବା ଲୋକଙ୍କ ପରିବାର ସଦସ୍ୟ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିପାରିବେ ବୋଲି ଯେଉଁ ସୂଚନା ଦିଆଯାଇଥିଲା ସେଥିରେ ପରିବର୍ତ୍ତନ କରାଯାଇଛି। ତେବେ ବଡ଼ଦାଣ୍ଡରେ କେତେ ଘର, ହୋଟେଲ, ଲଜିଂ, ଧର୍ମଶାଳା ରହିଛି ତାର ତାଲିକା ମଧ୍ୟ ପ୍ରସ୍ତୁତ କରୁଛି ଜିଲ୍ଲା ପ୍ରଶାସନ। ଏହାର ଉଲ୍ଲଘଂନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

03 Jul 2021 By The Sakala

ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର ଛାତ ଉପରେ ଠିଆ ହୋଇ ଦେଖି ପାରିବେନି ରଥଯାତ୍ରା

ପୁରୀ: ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର ଛାତ ଉପରେ ଠିଆ ହୋଇ କେହି ରଥଯାତ୍ରା ଦେଖିପାରିବେ ନାହିଁ। ରଥଯାତ୍ରା ପାଇଁ ବଡଦାଣ୍ଡ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି ହେବ।  ଆସନ୍ତା ୧୧ ତାରିଖରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି ହେବ। ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଲୋକେ ତାଙ୍କ ଘର ଭିତରେ ରହି ରଥଟଣା ଦେଖିପାରିବେ। ସେହିପରି କୌଣସି ହୋଟେଲ, ଲଜିଂ କିମ୍ବା ଧର୍ମଶାଳାରେ ପର୍ଯ୍ୟଟକ କିମ୍ବା ଶ୍ରଦ୍ଧାଳୁ ରହିପାରିବେ ନାହିଁ। ପୂର୍ବରୁ ବଡ଼ଦାଣ୍ଡରେ ଘର କରିଥିବା ଲୋକଙ୍କ ପରିବାର ସଦସ୍ୟ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିପାରିବେ ବୋଲି ଯେଉଁ ସୂଚନା ଦିଆଯାଇଥିଲା ସେଥିରେ ପରିବର୍ତ୍ତନ କରାଯାଇଛି। ତେବେ ବଡ଼ଦାଣ୍ଡରେ କେତେ ଘର, ହୋଟେଲ, ଲଜିଂ, ଧର୍ମଶାଳା ରହିଛି ତାର ତାଲିକା ମଧ୍ୟ ପ୍ରସ୍ତୁତ କରୁଛି ଜିଲ୍ଲା ପ୍ରଶାସନ। ଏହାର ଉଲ୍ଲଘଂନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

https://www.thesakala.in/latest-odisha-news/puri/puri-rath-yatra-cannot-be-seen-standing-on-the-roof/article-3441
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର