ଭକ୍ତଙ୍କ ପାଇଁ ଜୁଲାଇ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର

The Sakala Picture
Published On

ମନ୍ଦିର ଖୋଲିବା ନେଇ ପୁଣି କଟକଣା ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଡ଼ ହୋଇ ଛିଡ଼ା ହୋଇଛି କରୋନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ମନ୍ଦିର ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ରଥ ଯାତ୍ରା ପରେ ମନ୍ଦିର ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ବନ୍ଦ କାରଣରୁ ଖାଁ ଖାଁ ବଡ଼ଦାଣ୍ଡ। ଭକ୍ତ ମାନେ ଚାହିଁ ରହିଛନ୍ତି କେବେ ଖୋଲିବ ମନ୍ଦିର ଆଉ ଆଖିରେ […]

ମନ୍ଦିର ଖୋଲିବା ନେଇ ପୁଣି କଟକଣା ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ବାଡ଼ ହୋଇ ଛିଡ଼ା ହୋଇଛି କରୋନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇଁ ମନ୍ଦିର ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ରଥ ଯାତ୍ରା ପରେ ମନ୍ଦିର ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ବନ୍ଦ କାରଣରୁ ଖାଁ ଖାଁ ବଡ଼ଦାଣ୍ଡ। ଭକ୍ତ ମାନେ ଚାହିଁ ରହିଛନ୍ତି କେବେ ଖୋଲିବ ମନ୍ଦିର ଆଉ ଆଖିରେ ଆଖି ମିଶାଇ ମନଭରି ଟିକେ କାଳିଆକୁ ଦେଖିବେ। ତେବେ ଜୁଲାଇ ୨୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ନୀଳାଦ୍ରି ବିଜେ ନୀତି ପରେ କୋଭିଡ ସ୍ଥିତି ଦେଖି ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଏନେଇ ବସିଥିବା ବୈଠକରେ ସେବାୟତଙ୍କ ସହ ବ୍ୟାପକ ଆଲୋଚନା ପରେ ଜୁଲାଇ ୨୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ କରାଯାଇଛି। ଆଗରୁ ଲକଡାଉନ୍‌ ପାଇଁ ୧୭ ଜୁନ୍‌ ପର୍ଯ୍ୟନ୍ତ କଟକଣା ରହିଥିଲାୟ।

ଆହୁରି ପଢ଼ନ୍ତୁ: ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ ପଙ୍କଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର