ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ସୁବିଧା ଉପରେ ପୁଲିସର ଗୁରୁତ୍ବ : ସବୁ ହୋଟେଲରେ ଲାଗିବ ସିସିଟିଭି, ଜାରି ହେଲା ହେଲ୍ପ ଲାଇନ୍ ନମ୍ବର

The Sakala Picture
Published On

ପୁରୀ : ଆଉ ମାସେ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ତାରିଖ ଯେତିକି ପାଖେଇ ଆସୁଛି ରଥଖଳାରେ କାମ ସେତେ ଚଳଚଞ୍ଚଳ ହେବା ସହ ପ୍ରଶାସନିକ ସ୍ତରରେ ମଧ୍ୟ ଜୋରସୋର ପ୍ରସ୍ତୁତି କରାଯାଉଛି। ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଣୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏତେ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପୁରୀ ପୁଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। […]

ପୁରୀ : ଆଉ ମାସେ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ତାରିଖ ଯେତିକି ପାଖେଇ ଆସୁଛି ରଥଖଳାରେ କାମ ସେତେ ଚଳଚଞ୍ଚଳ ହେବା ସହ ପ୍ରଶାସନିକ ସ୍ତରରେ ମଧ୍ୟ ଜୋରସୋର ପ୍ରସ୍ତୁତି କରାଯାଉଛି। ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଣୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏତେ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପୁରୀ ପୁଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ରଥଯାତ୍ରାକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ପୁଲିସ ଗୁରୁତ୍ବ ଦେଇଛି।

ଆହୁରି ପଢ଼ନ୍ତୁ: ଓଡିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ପ୍ରତିବାଦରେ ଆସନ୍ତା ୧୪ରେ ଡିଜି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି

ଆଗାମୀ ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀର ହୋଟେଲ ମାଲିକମାନଙ୍କ ସହ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଆଜି ଆଲୋଚନା କରାଯାଇଛି। ଏନେଇ ଆଜି ପୁରୀରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ କରାଯାଇଛି। ହୋଟେଲରେ ସିସିଟିଭି ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଲାଗି ହୋଟେଲ ମାଲିକମାନଙ୍କୁ ପୁରୀ ଆରକ୍ଷୀ ଅଧୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି। ଅତିକମରେ ପ୍ରତି ହୋଟେଲରେ ୭ ଦିନର ସିସିଟିଭି ରେକର୍ଡିଂ ମହଜୁଦ ରଖିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଅଧାବାଟରେ ଆମ୍ବୁଲାନ୍ସରୁ ସରିଗଲା ପେଟ୍ରୋଲ, ଚାଲିଗଲା ରୋଗୀର ଜୀବନ !

ଏଥି ସହିତ ସବୁ ହୋଟେଲ ମାଲିକମାନେ ନିଜ ହୋଟେଲରେ ପର୍ଯ୍ୟାପ୍ତ ପରିମାଣର ସିସିଟିଭି ଲଗାଇବା ସହ, ହୋଟେଲକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ସମସ୍ତ ତଥ୍ୟ ରଖିବେ। ପ୍ରତିଦିନର ପର୍ଯ୍ୟଟକଙ୍କ ରହଣୀର ତଥ୍ୟ ପୁଲିସ ନିକଟରେ ଦାଖଲ କରିବେ ହୋଟେଲ ମାଲିକ।ପ୍ରତି ଥାନା ଅଧିକାରୀ ହୋଟେଲ ମାଲିକମାନଙ୍କର ଏକ ହ୍ବାଟସଅପ୍ ଗ୍ରୁପ୍ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ସେମାନେ ପୁଲିସକୁ ପର୍ଯ୍ୟଟକମାନଙ୍କ ସୂଚନା ଦେଇପାରିବେ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨% ବୃଦ୍ଧି ଘୋଷଣା

ଅନ୍ୟପଟେ ରଥଯାତ୍ରାକୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପ ଲାଇନ୍ ନମ୍ବର- ୬୩୭୦୯୬୭୧୦୦ ଜାରି କରାଯାଇଛି। ଏହା ପ୍ରତି ହୋଟେଲ, ଲଜର ରିସେପସନ ସେଣ୍ଟର ନିକଟରେ ପ୍ରଦର୍ଶିତ ହେବ। କୌଣସି ପର୍ଯ୍ୟଟକଙ୍କର କୌଣସି ଅସୁବିଧା ହେଲେ ସେମାନେ ଏହି ହେଲ୍ପ ଲାଇନ୍ ନମ୍ବରରେ ପୁଲିସ ସହ ଯୋଗାଯୋଗ କରିପାରିବେ। ଏଥି ସହ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ରହିବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ଏନେଇ ବୈଠକ ନେଇ ପୁରୀ ଏସପି ସୂଚନା ଦେଇଛନ୍ତି।

30 May 2022 By The Sakala

ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ଓ ସୁବିଧା ଉପରେ ପୁଲିସର ଗୁରୁତ୍ବ : ସବୁ ହୋଟେଲରେ ଲାଗିବ ସିସିଟିଭି, ଜାରି ହେଲା ହେଲ୍ପ ଲାଇନ୍ ନମ୍ବର

ପୁରୀ : ଆଉ ମାସେ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ତାରିଖ ଯେତିକି ପାଖେଇ ଆସୁଛି ରଥଖଳାରେ କାମ ସେତେ ଚଳଚଞ୍ଚଳ ହେବା ସହ ପ୍ରଶାସନିକ ସ୍ତରରେ ମଧ୍ୟ ଜୋରସୋର ପ୍ରସ୍ତୁତି କରାଯାଉଛି। ଦୀର୍ଘ ଦୁଇ ବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଣୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏତେ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପୁରୀ ପୁଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ରଥଯାତ୍ରାକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ପୁଲିସ ଗୁରୁତ୍ବ ଦେଇଛି।

ଆଗାମୀ ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀର ହୋଟେଲ ମାଲିକମାନଙ୍କ ସହ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଆଜି ଆଲୋଚନା କରାଯାଇଛି। ଏନେଇ ଆଜି ପୁରୀରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ କରାଯାଇଛି। ହୋଟେଲରେ ସିସିଟିଭି ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଲାଗି ହୋଟେଲ ମାଲିକମାନଙ୍କୁ ପୁରୀ ଆରକ୍ଷୀ ଅଧୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି। ଅତିକମରେ ପ୍ରତି ହୋଟେଲରେ ୭ ଦିନର ସିସିଟିଭି ରେକର୍ଡିଂ ମହଜୁଦ ରଖିବାକୁ କୁହାଯାଇଛି।

ଏଥି ସହିତ ସବୁ ହୋଟେଲ ମାଲିକମାନେ ନିଜ ହୋଟେଲରେ ପର୍ଯ୍ୟାପ୍ତ ପରିମାଣର ସିସିଟିଭି ଲଗାଇବା ସହ, ହୋଟେଲକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ସମସ୍ତ ତଥ୍ୟ ରଖିବେ। ପ୍ରତିଦିନର ପର୍ଯ୍ୟଟକଙ୍କ ରହଣୀର ତଥ୍ୟ ପୁଲିସ ନିକଟରେ ଦାଖଲ କରିବେ ହୋଟେଲ ମାଲିକ।ପ୍ରତି ଥାନା ଅଧିକାରୀ ହୋଟେଲ ମାଲିକମାନଙ୍କର ଏକ ହ୍ବାଟସଅପ୍ ଗ୍ରୁପ୍ କରିବାକୁ ବି ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ସେମାନେ ପୁଲିସକୁ ପର୍ଯ୍ୟଟକମାନଙ୍କ ସୂଚନା ଦେଇପାରିବେ।

ଅନ୍ୟପଟେ ରଥଯାତ୍ରାକୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପ ଲାଇନ୍ ନମ୍ବର- ୬୩୭୦୯୬୭୧୦୦ ଜାରି କରାଯାଇଛି। ଏହା ପ୍ରତି ହୋଟେଲ, ଲଜର ରିସେପସନ ସେଣ୍ଟର ନିକଟରେ ପ୍ରଦର୍ଶିତ ହେବ। କୌଣସି ପର୍ଯ୍ୟଟକଙ୍କର କୌଣସି ଅସୁବିଧା ହେଲେ ସେମାନେ ଏହି ହେଲ୍ପ ଲାଇନ୍ ନମ୍ବରରେ ପୁଲିସ ସହ ଯୋଗାଯୋଗ କରିପାରିବେ। ଏଥି ସହ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ରହିବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ଏନେଇ ବୈଠକ ନେଇ ପୁରୀ ଏସପି ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର