ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା: ଓଡ଼ିଶାକୁ ୫୦୦ କୋଟି ଟଙ୍କା କମ୍‌ ଅନୁଦାନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ୮୩୦୦ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏଯାଏଁ ସଡ଼କ ସଂଯୋଗ ହୋଇପାରି ନାହିଁ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଗତ ଅଧିବେଶନରେ ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିବା ସହ ୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ସବୁଦିନିଆ ରାସ୍ତା କରିବାକୁ ଘୋଷଣା କରିଥିଲେ। ମାତ୍ର କେନ୍ଦ୍ର ସରକାର ଓଡ଼ିଶାକୁ ଅନୁଦାନ ହ୍ରାସ କରିବା ପରେ ରାଜ୍ୟ ସରକାରଙ୍କ ଏହି ଘୋଷଣାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିିଛି। ବିଡ଼ମ୍ବନା ହେଉଛି ନବୀନ ପଟ୍ଟନାୟକ ସରକାରଙ୍କ […]

ଭୁବନେଶ୍ୱର: ରାଜ୍ୟର ୮୩୦୦ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏଯାଏଁ ସଡ଼କ ସଂଯୋଗ ହୋଇପାରି ନାହିଁ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଗତ ଅଧିବେଶନରେ ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିବା ସହ ୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ସବୁଦିନିଆ ରାସ୍ତା କରିବାକୁ ଘୋଷଣା କରିଥିଲେ। ମାତ୍ର କେନ୍ଦ୍ର ସରକାର ଓଡ଼ିଶାକୁ ଅନୁଦାନ ହ୍ରାସ କରିବା ପରେ ରାଜ୍ୟ ସରକାରଙ୍କ ଏହି ଘୋଷଣାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିିଛି।
ବିଡ଼ମ୍ବନା ହେଉଛି ନବୀନ ପଟ୍ଟନାୟକ ସରକାରଙ୍କ ଶେଷ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ସରକାର ଯେତିକି ଅନୁଦାନ ପ୍ରଦାନ କରିଥିଲେ, ଏବେ ବିଜେପି ସରକାରଙ୍କ ସମୟରେ ତା’ଠାରୁ ଓଡ଼ିଶା ୫୦୦ କୋଟି ଟଙ୍କା କମ୍‌ ପାଇଛି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ କେନ୍ଦ୍ରରୁ ବିପୁଳ ଅର୍ଥ ରାଶି ମିଳିବ ବୋଲି ଦଳୀୟ ନେତାମାନେ ମାରିଥିବା ବାହାଦୂରୀ ଏବେ ଛଳନା ବୋଲି ପ୍ରମାଣିତ ହୋଇଛି।

୨୦୨୩-୨୪ ଆର୍ଥିକ ବର୍ଷରେ ତତ୍‌କାଳୀନ ବିଜେଡି ସରକାର ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ଓଡ଼ିଶାକୁ କେନ୍ଦ୍ର ସରକାର ୧୨୬୧ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହି ଅର୍ଥରେ ଗ୍ରାମାଞ୍ଚଳକୁ ସଡ଼କ ନିର୍ମାଣ କରାଯାଉଥିଲା ଏବଂ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ କରୁଥିଲେ। ୨୦୨୪-୨୫ରେ ରାଜ୍ୟରେ ବିଜେପି ସରକାର କେନ୍ଦ୍ରରୁ ଏହି ଯୋଜନାରେ ମାତ୍ର ୭୧୨ କୋଟି ଟଙ୍କା ଆଣିବାରେ ସକ୍ଷମ ହୋଇଛନ୍ତି। ଫଳରେ ଓଡ଼ିଶା ଡବଲ୍‌ ଇଞ୍ଜିନ୍‌ ସରକାରରେ ଉପେକ୍ଷିତ ହୋଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ବିଜେଡି ଶାସନରେ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଓଡ଼ିଶାର ଅବହେଳାର ତୀବ୍ର ପ୍ରତିବାଦ କରିବା ସହ ଅଧିକ ଅନୁଦାନ ଦାବି କରୁଥିଲା। ବିଜେଡି ସାଂସଦମାନେ ଦିଲ୍ଲୀରେ ବିିଭିନ୍ନ ମନ୍ତ୍ରୀଙ୍କ ନିକଟରେ ରାଜ୍ୟର ଦାବି ଉଠାଉଥିଲେ। ମାତ୍ର ସମ୍ପ୍ରତି ଓଡ଼ିଶାରୁ ୨୦ ଜଣ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ ହେଁ କେନ୍ଦ୍ର ନିକଟରେ ଓଡ଼ିଶାର ନାର୍ଯ୍ୟ ଦାବି ବ୍ୟବସ୍ଥିତ ଢଙ୍ଗରେ ଉପସ୍ଥାପିତ ହୋଇପାରୁନଥÒବା ହେତୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି। ଏହା ସତ୍ତ୍ବେ ଓଡ଼ିଶା ସାଂସଦଙ୍କ ତୁଣ୍ଡ ଖୋଲୁ ନାହିଁଁ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

କେନ୍ଦ୍ରୀୟ ଯୋଜନାର ଅର୍ଥ ହ୍ରାସକୁ ନେଇ ରାଜନୈତିକ ମହଲରେ ରାଜ୍ୟ ସରକାର ସମାଲୋଚନାର ଶିକାର ହୋଇଛନ୍ତି। ସାଧାରଣତଃ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ କିସ୍ତି ଆକାରରେ ରାଜ୍ୟଗୁଡ଼ିକୁ ଅର୍ଥ ପ୍ରଦାନ କରାଯାଏ। ଯେଉଁ ରାଜ୍ୟଗୁଡ଼ିକ ସେମାନଙ୍କ କାମ ଶେଷ କରି ‘ୟୁସି’ ଦାଖଲ କରନ୍ତି, ସେମାନଙ୍କୁ ପରବର୍ତ୍ତୀ କିସ୍ତିରେ ଅର୍ଥ ମିଳିଥାଏ। ଫଳରେ ସମ୍ପୃକ୍ତ ରାଜ୍ୟଗୁଡ଼ିକ କେନ୍ଦ୍ରରୁ ଅଧିକ ଅର୍ଥ ପାଇବାକୁ ସମର୍ଥ ହୋଇଥାଆନ୍ତି। ମାତ୍ର ସରକାର ପରିବର୍ତ୍ତନ ପରେ ପ୍ରଶାସନିକ ସ୍ଥାଣୁତା ଓ ବିକାଶ କାର୍ଯ୍ୟରେ ପ୍ରତିବନ୍ଧକ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ କ୍ଷେତ୍ରରେ ବାଧକ ହୋଇଛି। ବିରୋଧୀମାନେ ଏ ସଂକ୍ରାନ୍ତରେ କରୁଥିବା ଅଭିଯୋଗ ସତ୍ୟ ସାବ୍ୟସ୍ତ ହୋଇଛି ଓ ଏହା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା କ୍ଷେତ୍ରରେ ଦୃଶ୍ୟମାନ ହୋଇଛି।

ପୁନଶ୍ଚ ୨୦୧୧ ଜନଗଣନା ଆଧାରରେ ୨୦୧୭-୧୮ ମସିହାରେ ପ୍ରସ୍ତୁତ ସୂଚୀରେ ରାଜ୍ୟରେ ୫୯,୯୭୧ଟି ରାଜସ୍ୱ ଗ୍ରାମ ରହିଥିଲା। ସେଥିମଧ୍ୟରୁ ୫୧,୬୭୧ଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାରରେ ପର୍ଯ୍ୟାୟକ୍ରମେ ସଡ଼କ ସଂଯୋଗୀକରଣ ହୋଇପାରିଛି। ଏବେ ବି ରାଜ୍ୟର ୮୩୦୦ ଗ୍ରାମକୁ ସଡ଼କ ସଂଯୋଗ ହୋଇନାହିଁ। ଏହାମଧ୍ୟରେ କୋରାପୁଟ ଜିଲ୍ଲାର ସର୍ବାଧିକ ୧୩୭୪ଟି ଗ୍ରାମ ଥିବାବେଳେ ରାୟଗଡାର ୧୦୯୯, ନବରଙ୍ଗପୁରର ୬୪୧, କଳାହାଣ୍ଡିର ୫୭୪ ଗ୍ରାମ ରହିଛି। ତାଲିକାରେ ଝାରସୁଗୁଡା ଜିଲ୍ଲାର ୩୪ ଗ୍ରାମ ରହିଥିବା ଜଣାପଡ଼ିଛି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର