ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆସିବ ଆଧୁନିକତା: କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ 'ଏଆଇ' (AI) ସବସ୍କ୍ରିପସନ୍ ପ୍ରସ୍ତାବ
ଭୁବନେଶ୍ୱର: ସରକାରୀ କାମରେ AI ବ୍ୟବହାର ପାଇଁ ପ୍ରସ୍ତାବ । ChatGPT Plus, Google AI Pro, Google One କିଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବ । କାର୍ଯ୍ୟାଳୟ ପରିଚାଳନା ଓ ପ୍ରକଳ୍ପ ତଦାରଖ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ତଥା ଉନ୍ନତ କରିବା ପାଇଁ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗ (Rural Works Department) ଏପରି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରିମିୟମ୍ ଡିଜିଟାଲ୍ ଏବଂ କୃତ୍ରିମ ବୁଦ୍ଧିମତା ବା ଏଆଇ (AI) ସେବା ଯେପରିକି ଗୁଗୁଲ୍ ୱାନ୍ (Google One), ଗୁଗୁଲ୍ ଏଆଇ ପ୍ରୋ (Google AI Pro) ଏବଂ ଚାଟ୍ଜିପିଟି ପ୍ଲସ୍ (ChatGPT Plus) କିଣିବା ନେଇ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦିଆଯାଇଛି।
ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ସଚିବଙ୍କୁ ଲେଖାଯାଇଥିବା ଏକ ପତ୍ରରେ ସର୍ବୋଚ୍ଚ ଯନ୍ତ୍ରୀ ଏହି ସବସ୍କ୍ରିପସନ୍ ପାଇଁ ପ୍ରଶାସନିକ ଅନୁମୋଦନ ଏବଂ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ଅଧୀନରେ ବିଭାଗର ବଢ଼ୁଥିବା ଡିଜିଟାଲ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ରାସ୍ତା ନିର୍ମାଣର ମାନଚିତ୍ର, ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (DPR), ପ୍ରକଳ୍ପର ଫଟୋ ଏବଂ ଆର୍ଥିକ ରେକର୍ଡ ସମ୍ବନ୍ଧୀୟ ଡିଜିଟାଲ୍ ତଥ୍ୟର ପରିମାଣ ବହୁଳ ମାତ୍ରାରେ ବୃଦ୍ଧି ପାଇଛି। ବର୍ତ୍ତମାନ ଉପଲବ୍ଧ ଥିବା ମାଗଣା କ୍ଲାଉଡ୍ ଷ୍ଟୋରେଜ୍ ସୀମା ମାତ୍ର ୧୫ ଜିବି (15 GB) ଥିବାରୁ ଏହା ପର୍ଯ୍ୟାପ୍ତ ହେଉନାହିଁ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି ଏବଂ ଏଥିପାଇଁ ଅଧିକ ଷ୍ଟୋରେଜ୍ ଆବଶ୍ୟକ ହୋଇପଡ଼ିଛି।
କେବଳ ତଥ୍ୟ ସଂରକ୍ଷଣ ନୁହେଁ, ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପାଇଁ ଭର୍ଚୁଆଲ୍ ବୈଠକର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ବରିଷ୍ଠ ଯନ୍ତ୍ରୀମାନଙ୍କ ଦ୍ୱାରା ପରିଚାଳିତ ଏହି ସମୀକ୍ଷା ବୈଠକଗୁଡ଼ିକ ଅନେକ ସମୟରେ ମାଗଣା ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମର ସମୟ ଏବଂ ଅଂଶଗ୍ରହଣକାରୀ ସୀମାକୁ ଅତିକ୍ରମ କରୁଛି। ତେଣୁ, ଗୁଗୁଲ୍ ୱାନ୍, ଏଆଇ ଆଧାରିତ ଗୁଗୁଲ୍ ଏଆଇ ପ୍ରୋ ଏବଂ ଚାଟ୍ଜିପିଟି ପ୍ଲସ୍ ଆଦି ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ରିଅଲ୍-ଟାଇମ୍ ପ୍ରକଳ୍ପ ମନିଟରିଂ, ସିଦ୍ଧାନ୍ତ ନେବା ପ୍ରକ୍ରିୟା ଏବଂ ଦୈନନ୍ଦିନ ଅଫିସ୍ କାର୍ଯ୍ୟକୁ ଅଧିକ ସୁଦୃଢ଼ ତଥା ଶୀଘ୍ର କରାଯାଇପାରିବ ବୋଲି ବିଭାଗ ଆଶା ରଖିଛି।