ମନୋରଞ୍ଜନ
ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ
ଭୁବନେଶ୍ୱର: ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ ବା ଡିଜିପି ୱାଇ.ବି ଖୁରାନିଆ ଆସନ୍ତା ଅଗଷ୍ଟ ୧୬ରେ ଅବସର ନେବେ। ଏ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ନିଜ ଚାକିରି କାଳ ପୂରଣ କରିବା ପରେ ଅଗଷ୍ଟ ୧୬ ତାରିଖରୁ ଶ୍ରୀ ଖୁରାନିଆଙ୍କୁ ଅବସର ଗ୍ରହଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।
ୱାଇ.ବି ଖୁରାନିଆ ଜଣେ ବରିଷ୍ଠ ୧୯୯୦-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଟନ୍ତି। ସେ ୨୦୨୪ ମସିହାରେ ଓଡ଼ିଶାର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆସନ୍ତା ମାସରେ ଶ୍ରୀ ଖୁରାନିଆ ପଦବୀରୁ ଅବସର ନେବାକୁ ଯାଉଥିବା ବେଳେ ରାଜ୍ୟର ପରବର୍ତ୍ତୀ ନୂଆ ଡିଜିପି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସୂତ୍ରରୁ ପ୍ରକାଶ ଯେ, ନୂତନ ପୋଲିସ ମହାନିର୍ଦ୍ଦେଶକ ଚୟନ ପାଇଁ ଆସନ୍ତା ଅଗଷ୍ଟ ୭ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଗତ ମେ' ମାସରେ ରାଜ୍ୟ ସରକାର ୧୧ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଏକ ପ୍ୟାନେଲ୍ ୟୁପିଏସସି (UPSC) ନିକଟକୁ ପଠାଇଥିଲେ। ପ୍ରଚଳିତ ନିୟମ ଅନୁଯାୟୀ, ୟୁପିଏସସି ଚୟନ କମିଟି ବରିଷ୍ଠତା ଭିତ୍ତିରେ ଏହି ପ୍ୟାନେଲରୁ ୩ ଜଣ ଅଧିକାରୀଙ୍କ ନାମ ବାଛିବେ ଏବଂ ଚୂଡ଼ାନ୍ତ ନିଯୁକ୍ତି ପାଇଁ ସେମାନଙ୍କ ନାମ ରାଜ୍ୟ ସରକାରଙ୍କ ନିକଟକୁ ସୁପାରିସ କରିବେ। ଏହି ତାଲିକାରୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜିପିଙ୍କୁ ନିଯୁକ୍ତି ଦେବେ।