ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି, ଆହୁରି ୫ ଦିନ ଯାଏ ଛେଚିବ

Madhusudan Das Picture
Published On

ଭୁବନେଶ୍ୱର: ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ସ୍ଥିତି ଲାଗି ରହିଛି। ମୌସୁମୀ ଟ୍ରଫ ସକ୍ରିୟ ରହିଥିବା ବେଳେ ଏବେ ଓଡ଼ିଶା ଉପରେ ଗୋଟିଏ ଘୂର୍ଣ୍ଣିବଳୟର ମଧ୍ୟ ପ୍ରଭାବ ରହୁଛି। ଏଥିପାଇଁ ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତମାମ୍‌ ବର୍ଷା ଲାଗି ରହିଛି। ଭୁବନେଶ୍ୱରରେ ଅପରାହ୍ଣ ୪ ଟା ପରେ ବର୍ଷା ଆରମ୍ଭ ହୋଇ ପ୍ରାୟ ସାଢେ଼ ୬ ଟା ପର୍ଯ୍ୟନ୍ତ ଜାରି ରହିଥିବା ବେଳେ ରାଜ୍ୟର ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ଭଲ ବର୍ଷା ଅନୁଭୂତ ହୋଇଛି।  ରାଜ୍ୟରେ ଆହୁରି ୫ ଦିନ ଯାଏ ବର୍ଷା ସମ୍ଭାବନା ରହିଛି। ଏମତିକି ଆସନ୍ତା ୨୩-୨୪ ବେଳକୁ ଏକ ଲଘୁଚାପର ମଧ୍ୟ ଆଶଙ୍କା କରାଯାଉଛି। ଏହାଦ୍ୱାରା ବାହୁଡ଼ାରେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଆଶଙ୍କା ରହିଛି। 

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୩୬ ଘଣ୍ଟାରେ ରାଜ୍ୟରେ ୧୦ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ୱଲପୁର ଓ ସୁନ୍ଦରଗଡ଼ ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷା ସହ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର ଓ ବାଲେଶ୍ୱରରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି। ଏହିପରି ୨୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ରାଜ୍ୟରେ ଜୁନ ୧ରୁ ଏଯାବତ ୪୮୮.୯ ମିମି ବର୍ଷା ହୋଇଥିବା ବେଳେ ସ୍ୱାଭାବିକ ବର୍ଷାଠାରୁ  ବର୍ଷାର ପରିମାଣ ୧୩ ପ୍ରତିଶତ ଅଧିକ ରହିଛି।  

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର