ରାଉରକେଲା ଡବଲ ମର୍ଡର ଘଟଣାରେ ୭ଜଣଙ୍କୁ ଗିରଫ କଲା ପୋଲିସ

The Sakala Picture
Published On

ରାଉରକେଲା: ରାଉରକେଲା ଡବଲ ମର୍ଡର ଘଟଣାରେ ୭ ଗିରଫ । ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁମାକେଲା ବ୍ରିଜ ତଳୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ଘଟଣା । ହତ୍ୟାକାଣ୍ଡରେ ସମ୍ପୃକ୍ତ ମୃତ ମହିଳାଙ୍କ ଭଉଣୀ ସମେତ ୭ଜଣ ଅଭିଯୁକ୍ତ ଗିରଫ। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମୃତ ମହିଳାଙ୍କ ଭଉଣୀ ଥିଲା ବୋଲି ଜଣାପଡିଛି । ଟଙ୍କା କାରବାରକୁ ନେଇ ଉବୟ ଭଉଣୀଙ୍କ ମଧ୍ୟରେ ବାଦବିବାଦ ଥିଲା । ଯେଉଁଥିପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି । […]

ରାଉରକେଲା: ରାଉରକେଲା ଡବଲ ମର୍ଡର ଘଟଣାରେ ୭ ଗିରଫ । ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁମାକେଲା ବ୍ରିଜ ତଳୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ଘଟଣା । ହତ୍ୟାକାଣ୍ଡରେ ସମ୍ପୃକ୍ତ ମୃତ ମହିଳାଙ୍କ ଭଉଣୀ ସମେତ ୭ଜଣ ଅଭିଯୁକ୍ତ ଗିରଫ। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମୃତ ମହିଳାଙ୍କ ଭଉଣୀ ଥିଲା ବୋଲି ଜଣାପଡିଛି । ଟଙ୍କା କାରବାରକୁ ନେଇ ଉବୟ ଭଉଣୀଙ୍କ ମଧ୍ୟରେ ବାଦବିବାଦ ଥିଲା । ଯେଉଁଥିପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର, ହତ୍ୟାରେ ବ୍ୟବହୃତ ଚାପଡ, ଛୁରୀ ଜଵତ। ମୃତ ମହିଳାଙ୍କ ମୋବାଇଲ ଫୋନ ଆଜି ରାଉରକେଲା ଡିଏଭି ପୋଖରୀରୁ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସିଭିଲଟାଉନସିପ ଅଞ୍ଚଳରେ ରହୁଥିବା ବ୍ୟବସାୟୀ ଵିନୋଦ ଦାରୁକାଙ୍କ ଘରେ ଓ ଅଫିସରେ କାମ କରୁଥିଲେ ମୃତ ମହିଳା। ଗତ ୧୧ ତାରିଖ ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ ୧୨ ତାରିଖ ମୃତଦେହ ଉଦ୍ଧାର କରାଯାଇଥିଲା । ଏପଟେ ବ୍ୟବସାୟୀ ଵିନୋଦ ଦାରୁକାଙ୍କୁ ୧୪ ତାରିଖ ହତ୍ୟା କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗମାରଡିହି ନିକଟରୁ ଵିନୋଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗିରଫ ୬ ଜଣଙ୍କ ମଧ୍ୟରୁ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ୩ ଜଣ ସମ୍ପୃକ୍ତ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

20 Feb 2025 By The Sakala

ରାଉରକେଲା ଡବଲ ମର୍ଡର ଘଟଣାରେ ୭ଜଣଙ୍କୁ ଗିରଫ କଲା ପୋଲିସ

ରାଉରକେଲା: ରାଉରକେଲା ଡବଲ ମର୍ଡର ଘଟଣାରେ ୭ ଗିରଫ । ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁମାକେଲା ବ୍ରିଜ ତଳୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ଘଟଣା । ହତ୍ୟାକାଣ୍ଡରେ ସମ୍ପୃକ୍ତ ମୃତ ମହିଳାଙ୍କ ଭଉଣୀ ସମେତ ୭ଜଣ ଅଭିଯୁକ୍ତ ଗିରଫ। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମୃତ ମହିଳାଙ୍କ ଭଉଣୀ ଥିଲା ବୋଲି ଜଣାପଡିଛି । ଟଙ୍କା କାରବାରକୁ ନେଇ ଉବୟ ଭଉଣୀଙ୍କ ମଧ୍ୟରେ ବାଦବିବାଦ ଥିଲା । ଯେଉଁଥିପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ କାର, ହତ୍ୟାରେ ବ୍ୟବହୃତ ଚାପଡ, ଛୁରୀ ଜଵତ। ମୃତ ମହିଳାଙ୍କ ମୋବାଇଲ ଫୋନ ଆଜି ରାଉରକେଲା ଡିଏଭି ପୋଖରୀରୁ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ।

ସିଭିଲଟାଉନସିପ ଅଞ୍ଚଳରେ ରହୁଥିବା ବ୍ୟବସାୟୀ ଵିନୋଦ ଦାରୁକାଙ୍କ ଘରେ ଓ ଅଫିସରେ କାମ କରୁଥିଲେ ମୃତ ମହିଳା। ଗତ ୧୧ ତାରିଖ ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ ୧୨ ତାରିଖ ମୃତଦେହ ଉଦ୍ଧାର କରାଯାଇଥିଲା । ଏପଟେ ବ୍ୟବସାୟୀ ଵିନୋଦ ଦାରୁକାଙ୍କୁ ୧୪ ତାରିଖ ହତ୍ୟା କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗମାରଡିହି ନିକଟରୁ ଵିନୋଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗିରଫ ୬ ଜଣଙ୍କ ମଧ୍ୟରୁ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ୩ ଜଣ ସମ୍ପୃକ୍ତ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

https://www.thesakala.in/latest-odisha-news/police-arrested-seven-people-in-rourkela-double-murder-case/article-38837
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର