+୩ ନାମଲେଖା ପାଇଁ ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ଥିବା ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀରେ ନାମଲେଖା ପାଇଁ ଆସନ୍ତା ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେ ଜୁନ ୧୭ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ଏହି ପ୍ରକ୍ରିୟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଏସସି ଆଇଟିଏମ, ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ୩ ବର୍ଷିଆ ବିବିଏ ଓ ବିସିଏ, ଉତ୍କଳ ବିଶ୍ୱବିଦ୍ୟାଳୟର […]

ଭୁବନେଶ୍ବର: ରାଜ୍ୟରେ ଥିବା ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀରେ ନାମଲେଖା ପାଇଁ ଆସନ୍ତା ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଶାୟୀ ଛାତ୍ରଛାତ୍ରୀମାନେ ସାମସ ପୋର୍ଟାଲରେ ଅନଲାଇନ ଜରିଆରେ ଜୁନ ୧୭ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ଏହି ପ୍ରକ୍ରିୟାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଏସସି ଆଇଟିଏମ, ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ୩ ବର୍ଷିଆ ବିବିଏ ଓ ବିସିଏ, ଉତ୍କଳ ବିଶ୍ୱବିଦ୍ୟାଳୟର ୫ ବର୍ଷିଆ ଇଣ୍ଟିଗ୍ରେଟେଡ଼ ଏମବିଏ ଓ ଏମସିଏ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ୫ ବର୍ଷିଆ ବିଏ ଏଲଏଲବି ଓ ୩ ବର୍ଷିଆ ଏଲଏଲବି ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଏହିସବୁ ପାଠ୍ୟକ୍ରମ ପାଇଁ ୪ଟି ପର୍ଯ୍ୟାୟରେ ଆଡ଼ମିସନ ହେବ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ପ୍ରଥମ ପର୍ଯ୍ୟାୟ ନାମଲେଖା ତାଲିକା ଜୁନ ୨୫ରେ ପ୍ରକାଶ ପାଇବ। ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ତାଲିକା ଜୁଲାଇ ୫, ତୃତୀୟ ପର୍ୟ୍ୟାୟ ଜୁଲାଇ ୧୫ ଓ ଶେଷ ପର୍ଯ୍ୟାୟ ଜୁଲାଇ ୩୦ରେ ପ୍ରକାଶ ପାଇବ। ଅଗଷ୍ଟ ୧ରୁ ପାଠପଢା ଆରମ୍ଭ ହେବ ବୋଲି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର