ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବ୍ରିଜ ଉପରକୁ ଚଢିଗଲା ବସ୍, ଡ୍ରାଇଭର ମୃତ

Madhusudan Das Picture
Published On

ସୋର: ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ଉପରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା । ଆଜି ଭୋର ସମୟରେ ପଶ୍ଚିମବଙ୍ଗ ରୁ ଆନ୍ଧ୍ରକୁ ଏକ ତୀର୍ଥ ଯାତ୍ରୀ ବସ ଯାଉଥିଲା । ତେବେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବ୍ରିଜ ଉପରକୁ ଚଢିଯାଇଥିଲା । ତେଣୁ ଡ୍ରାଇଭର ଜଣକ ବ୍ରିଜରୁ ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଯାଇଥିଲା । ବସରେ 50 ଜଣ ଯାତ୍ରୀ ଥିବା ବେଳେ 14 ଜଣ ଗୁରୁତର ଆହତ ହୋଇ ଏବେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଏବେ ବସଟି ପୋଲ ଉପରେ ଝୁଲି ରହିଛି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସୂଚନା ମୁତାବକ, ଆଜି ସକାଳ ୫ଟା ୧୫ରେ କଲିକତାରୁ ଶ୍ରୀ ଭେଙ୍କେଟଲକ୍ଷ୍ମୀ ନାମକ ଏକ ତୀର୍ଥଯାତ୍ରୀ ବସ ପୁରୀ ଅଭିମୁଖେ ଯାଉଥିଲା ।  ସେହି ସମୟରେ ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଡ଼ିଯାଇଥିଲା ବସ।ଫଳରେ ବସରେ ଥିବା ଡ୍ରାଇଭର ପୋଲକୁ ବାଡେଇ ହୋଇ ପୋଲ ତଳକୁ ଖସି ପଡ଼ିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବସରେ ୫୦ ଜଣ ଯାତ୍ରୀ ଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇ ଏବେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଘଟଣାସ୍ଥଳରେ ଖନ୍ତାପଡ଼ା ପୁଲିସ,ବାହାନଗା ଅଗ୍ନିଶମ ବିଭାଗ,ଜାତୀୟ ରାଜପଥ ପୁଲିସ ମିଳିତ ଭାବେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର