ଏଣିକି ଭୋଜି କରିବାରୁ ବଞ୍ଚିତ ହେବେନି ପର୍ଯ୍ୟଟକ: ୧ରୁ ବଟାନିକାଲ ଗାର୍ଡେନରେ ଭୋଜି ଅନୁମତି

The Sakala Picture
Published On

ବାରଙ୍ଗ: ଆସିଲାଣି ପର୍ଯ୍ୟଟନ ଋତୁ। ଏଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନରେ ଭିଡ଼ ଜମିବା ଆରମ୍ଭ ହୋଇଗଲାଣି। ହେଲେ ଦୂରରୁ ଆସୁଥିବା ପର୍ଯ୍ୟଟକମାନେ ଭୋଜି କରିବାରୁ ବଞ୍ଚିତ ହେଉଛନ୍ତି। ନଭେମ୍ବର ଆରମ୍ଭରୁ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ବୁଲାବୁଲି ସାଙ୍ଗକୁ ଭୋଜିଭାତର ଆସର ଜମିଥାଏ। ହେଲେ କରୋନା ଦ୍ୱିତୀୟ ଲହରୀର ଲକଡାଉନରେ ୩ମାସ ବନ୍ଦ ହୋଇ ଅଗଷ୍ଟ ୩ତାରିଖରେ ବଟାନିକାଲ ଗାର୍ଡେନ ଖୋଲିଥିଲେ ମଧ୍ୟ ଭୋଜିଭାତକୁ ଅନୁମତି ମିଳି ନ ଥିଲା। କରୋନା କାରଣରୁ ଏହା […]

ବାରଙ୍ଗ: ଆସିଲାଣି ପର୍ଯ୍ୟଟନ ଋତୁ। ଏଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନରେ ଭିଡ଼ ଜମିବା ଆରମ୍ଭ ହୋଇଗଲାଣି। ହେଲେ ଦୂରରୁ ଆସୁଥିବା ପର୍ଯ୍ୟଟକମାନେ ଭୋଜି କରିବାରୁ ବଞ୍ଚିତ ହେଉଛନ୍ତି। ନଭେମ୍ବର ଆରମ୍ଭରୁ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ବୁଲାବୁଲି ସାଙ୍ଗକୁ ଭୋଜିଭାତର ଆସର ଜମିଥାଏ। ହେଲେ କରୋନା ଦ୍ୱିତୀୟ ଲହରୀର ଲକଡାଉନରେ ୩ମାସ ବନ୍ଦ ହୋଇ ଅଗଷ୍ଟ ୩ତାରିଖରେ ବଟାନିକାଲ ଗାର୍ଡେନ ଖୋଲିଥିଲେ ମଧ୍ୟ ଭୋଜିଭାତକୁ ଅନୁମତି ମିଳି ନ ଥିଲା। କରୋନା କାରଣରୁ ଏହା ପ୍ରାୟ ୬ମାସ ବନ୍ଦ ରହିଥିଲା। କରୋନାର ସ୍ଥିତି ସ୍ୱାଭାବିକ ହେବା ସହ ପର୍ଯ୍ୟଟନ ଋତୁ ଆସୁଥିବାରୁ ଆସନ୍ତା ଡିସେମ୍ବର ୧ତରିଖରୁ ବଟାନିକାଲ ଗାର୍ଡେନରେ ଭୋଜିଭାତ ଆୟୋଜନକୁ ଅନୁମତି ମିଳିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତୃପକ୍ଷ। ଏଠାରେ ଭୋଜି ପାଇଁ ଛୋଟ ପିଣ୍ଡି ୫ଟି,ବଡ ୩୫ଟି,ସ୍ୱତନ୍ତ୍ର ପିଣ୍ଡି ୯ଟି ଓ ପିକନିକ ପିଣ୍ଡି ୮ଟି ଏହିଭଳି ମୋଟ ୫୭ଟି ପିଣ୍ଡି ରହିଛି। ଯାହାର ଭଡା ଛୋଟ ପିଣ୍ଡି ପାଇଁ ୩୦୦,ବଡ ପିଣ୍ଡି ୫୫୦,ପିକନିକ ପିଣ୍ଡି ୧୩୦୦ ଓ ସ୍ପେସାଲ ପିଣ୍ଡି ପାଇଁ ୧୬୦୦ଟଙ୍କା ରଖାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସେହିଭଳି ପର୍ଯ୍ୟଟକ ରହଣି ଓ ମନୋରଞ୍ଜନ ପାଇଁ ଫରେଷ୍ଟ ରେଷ୍ଟ ହାଉସ ଦୁଇଟି ରହିଛି। ଯାହାର ମୂଲ୍ୟ ୨୬୦୦ଟଙ୍କା, ହଲିଡେ କଟେଜ ପ୍ରଥମ ମହଲା ଓ ଦ୍ୱିତୀୟ ମହଲା ପାଇଁ ୨୬୦୦ ଟଙ୍କା ରଖାଯାଇଛି। ତେବେ ସମସ୍ତ ସ୍ଥାନରେ ପାଣିର ବ୍ୟବସ୍ଥା ରଖାଯାଇଛି। ଏଠି ପର୍ଯ୍ୟଟକଙ୍କ ପାଇଁ ସବୁ ସୁବିଧା ଥିବାରୁ ବଣଭୋଜିର ଏହା ପ୍ରଥମ ପସନ୍ଦ ପାଲଟିଥାଏ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଭୋଜି କରିଥାନ୍ତି। ଏଠାରେ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ବୁକିଂ ଚାଲିିଥାଏ। ପ୍ରାୟ ତିନି ମାସ ବିତି ଯାଇଥିଲେ ମଧ୍ୟ ପର୍ଯ୍ୟଟକମାନେ କେବଳ ପରିଦର୍ଶନ କରି ଫେରୁଛନ୍ତି। ପ୍ରତ୍ୟେକ ଦିନ ଅନେକ ପର୍ଯ୍ୟଟକ ଭୋଜିର ଆୟୋଜନ କରିବାକୁ ଆସି ନିରାଶ ହୋଇ ଫେରୁଛନ୍ତି। ପର୍ଯ୍ୟଟକଙ୍କ ରହଣି ପାଇଁ ଥିବା ଘରଗୁଡିକୁ ସୁବ୍ୟବସ୍ଥିତ କରାଯାଉଛି। ପ୍ରଜାପତି ଉଦ୍ୟାନ, ଗୋଲାପ ବଗିଛା, କାକଟସ ହାଉସ, ଗ୍ଲାସ ହାଉସ, ଡ୍ରାଏ ଗାର୍ଡେନ, ଗ୍ରିନ ହାଉସ, ଆର୍କିଡ ହାଉସ, ଔଷଧୀୟ ଉଦ୍ୟାନ, ଜାପାନିଜ ଗାର୍ଡେନ, ପ୍ଲାମସ ଗାର୍ଡେନ, ଶିଶୁ ଉଦ୍ୟାନ, ମୋଗଲ ଗାର୍ଡେନ, ବୁଦ୍ଧ ପାର୍କ ଆଦି ଗାର୍ଡେନ ଓ ଗେଣ୍ଡୁଠାରୁ ଗୋଲାପ ପର୍ଯ୍ୟନ୍ତ ତା’ ସାଙ୍ଗକୁ କାକଟସ କଇଁ ଆଦି ଫୁଲ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା ରଖାଯାଉଛି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

28 Nov 2021 By The Sakala

ଏଣିକି ଭୋଜି କରିବାରୁ ବଞ୍ଚିତ ହେବେନି ପର୍ଯ୍ୟଟକ: ୧ରୁ ବଟାନିକାଲ ଗାର୍ଡେନରେ ଭୋଜି ଅନୁମତି

ବାରଙ୍ଗ: ଆସିଲାଣି ପର୍ଯ୍ୟଟନ ଋତୁ। ଏଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନରେ ଭିଡ଼ ଜମିବା ଆରମ୍ଭ ହୋଇଗଲାଣି। ହେଲେ ଦୂରରୁ ଆସୁଥିବା ପର୍ଯ୍ୟଟକମାନେ ଭୋଜି କରିବାରୁ ବଞ୍ଚିତ ହେଉଛନ୍ତି। ନଭେମ୍ବର ଆରମ୍ଭରୁ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ବୁଲାବୁଲି ସାଙ୍ଗକୁ ଭୋଜିଭାତର ଆସର ଜମିଥାଏ। ହେଲେ କରୋନା ଦ୍ୱିତୀୟ ଲହରୀର ଲକଡାଉନରେ ୩ମାସ ବନ୍ଦ ହୋଇ ଅଗଷ୍ଟ ୩ତାରିଖରେ ବଟାନିକାଲ ଗାର୍ଡେନ ଖୋଲିଥିଲେ ମଧ୍ୟ ଭୋଜିଭାତକୁ ଅନୁମତି ମିଳି ନ ଥିଲା। କରୋନା କାରଣରୁ ଏହା ପ୍ରାୟ ୬ମାସ ବନ୍ଦ ରହିଥିଲା। କରୋନାର ସ୍ଥିତି ସ୍ୱାଭାବିକ ହେବା ସହ ପର୍ଯ୍ୟଟନ ଋତୁ ଆସୁଥିବାରୁ ଆସନ୍ତା ଡିସେମ୍ବର ୧ତରିଖରୁ ବଟାନିକାଲ ଗାର୍ଡେନରେ ଭୋଜିଭାତ ଆୟୋଜନକୁ ଅନୁମତି ମିଳିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତୃପକ୍ଷ। ଏଠାରେ ଭୋଜି ପାଇଁ ଛୋଟ ପିଣ୍ଡି ୫ଟି,ବଡ ୩୫ଟି,ସ୍ୱତନ୍ତ୍ର ପିଣ୍ଡି ୯ଟି ଓ ପିକନିକ ପିଣ୍ଡି ୮ଟି ଏହିଭଳି ମୋଟ ୫୭ଟି ପିଣ୍ଡି ରହିଛି। ଯାହାର ଭଡା ଛୋଟ ପିଣ୍ଡି ପାଇଁ ୩୦୦,ବଡ ପିଣ୍ଡି ୫୫୦,ପିକନିକ ପିଣ୍ଡି ୧୩୦୦ ଓ ସ୍ପେସାଲ ପିଣ୍ଡି ପାଇଁ ୧୬୦୦ଟଙ୍କା ରଖାଯାଇଛି।

ସେହିଭଳି ପର୍ଯ୍ୟଟକ ରହଣି ଓ ମନୋରଞ୍ଜନ ପାଇଁ ଫରେଷ୍ଟ ରେଷ୍ଟ ହାଉସ ଦୁଇଟି ରହିଛି। ଯାହାର ମୂଲ୍ୟ ୨୬୦୦ଟଙ୍କା, ହଲିଡେ କଟେଜ ପ୍ରଥମ ମହଲା ଓ ଦ୍ୱିତୀୟ ମହଲା ପାଇଁ ୨୬୦୦ ଟଙ୍କା ରଖାଯାଇଛି। ତେବେ ସମସ୍ତ ସ୍ଥାନରେ ପାଣିର ବ୍ୟବସ୍ଥା ରଖାଯାଇଛି। ଏଠି ପର୍ଯ୍ୟଟକଙ୍କ ପାଇଁ ସବୁ ସୁବିଧା ଥିବାରୁ ବଣଭୋଜିର ଏହା ପ୍ରଥମ ପସନ୍ଦ ପାଲଟିଥାଏ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଭୋଜି କରିଥାନ୍ତି। ଏଠାରେ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ବୁକିଂ ଚାଲିିଥାଏ। ପ୍ରାୟ ତିନି ମାସ ବିତି ଯାଇଥିଲେ ମଧ୍ୟ ପର୍ଯ୍ୟଟକମାନେ କେବଳ ପରିଦର୍ଶନ କରି ଫେରୁଛନ୍ତି। ପ୍ରତ୍ୟେକ ଦିନ ଅନେକ ପର୍ଯ୍ୟଟକ ଭୋଜିର ଆୟୋଜନ କରିବାକୁ ଆସି ନିରାଶ ହୋଇ ଫେରୁଛନ୍ତି। ପର୍ଯ୍ୟଟକଙ୍କ ରହଣି ପାଇଁ ଥିବା ଘରଗୁଡିକୁ ସୁବ୍ୟବସ୍ଥିତ କରାଯାଉଛି। ପ୍ରଜାପତି ଉଦ୍ୟାନ, ଗୋଲାପ ବଗିଛା, କାକଟସ ହାଉସ, ଗ୍ଲାସ ହାଉସ, ଡ୍ରାଏ ଗାର୍ଡେନ, ଗ୍ରିନ ହାଉସ, ଆର୍କିଡ ହାଉସ, ଔଷଧୀୟ ଉଦ୍ୟାନ, ଜାପାନିଜ ଗାର୍ଡେନ, ପ୍ଲାମସ ଗାର୍ଡେନ, ଶିଶୁ ଉଦ୍ୟାନ, ମୋଗଲ ଗାର୍ଡେନ, ବୁଦ୍ଧ ପାର୍କ ଆଦି ଗାର୍ଡେନ ଓ ଗେଣ୍ଡୁଠାରୁ ଗୋଲାପ ପର୍ଯ୍ୟନ୍ତ ତା’ ସାଙ୍ଗକୁ କାକଟସ କଇଁ ଆଦି ଫୁଲ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା ରଖାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର