ମରଣାନ୍ତକ ଆକ୍ରମଣ କରି ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ

The Sakala Picture
Published On

ବୌଦ୍ଧ/କଣ୍ଟାମାଲ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅଞ୍ଚଳରେ ଗତ କିଛିଦିନ ହେବ ଲୋକେ ଲୁଟେରାଙ୍କ ଶିକାର ହେଉଛନ୍ତି। ପୂର୍ବରୁ ଘାଟି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଇକ ଲୁଟି ନେଇଥିବା ବେଳେ ଏବେ ଜଣେ ଫଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ଲୁଟ ସମ୍ପର୍କିତ ମାମଲା ରୁଜୁକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି। ଥାନାରେ ଦିଆଯାଇଥିବା ଏତଲା ଅନୁସାରେ, ସୋନପୁର ଜିଲ୍ଲା ବିନିକା ଥାନା ଅଞ୍ଚଳର ଅଜିତ […]

ବୌଦ୍ଧ/କଣ୍ଟାମାଲ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅଞ୍ଚଳରେ ଗତ କିଛିଦିନ ହେବ ଲୋକେ ଲୁଟେରାଙ୍କ ଶିକାର ହେଉଛନ୍ତି। ପୂର୍ବରୁ ଘାଟି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଇକ ଲୁଟି ନେଇଥିବା ବେଳେ ଏବେ ଜଣେ ଫଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ଲୁଟ ସମ୍ପର୍କିତ ମାମଲା ରୁଜୁକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ଥାନାରେ ଦିଆଯାଇଥିବା ଏତଲା ଅନୁସାରେ, ସୋନପୁର ଜିଲ୍ଲା ବିନିକା ଥାନା ଅଞ୍ଚଳର ଅଜିତ କାଣ୍ଡ ଗତ ଦୁଇମାସ ହେବ ଭାରତ ଫଇନାନ୍ସ ପ୍ରାଇଭେଟ ଲିମିଟେଡ଼ର କଣ୍ଟାମାଲ ଶାଖାକୁ ବଦଳି ହୋଇ ଆସିଥିଲେ। କଣ୍ଟାମାଲ ଶାଖାରେ ସେ ସଙ୍ଗମ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ଏହି ସଂସ୍ଥା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରୁଥିବା ବେଳେ କାର୍ଯ୍ୟରେ ଯୋଗ ଦେବାପରେ ଘଟଣା ଦିନ ଶ୍ରୀ କାଣ୍ଡ ଋଣ ସଂଗ୍ରହ ପାଇଁ ବରଗାଁ ପଞ୍ଚାୟତକୁ ଯାଇଥିଲେ। ବକେୟା ଋଣ ବାବଦରେ ଏହି ପଞ୍ଚାୟତର ମଲିକୁଦ ଗ୍ରାମରୁ ୨୪୭୦୦ ଟଙ୍କା, କାଣିସେମେଲ ଗ୍ରାମରୁ ୨୪୭୫୦, ଲେଣ୍ଡ୍ରିମାଲ ଗ୍ରାମରୁ ୫୮୬୮୫ ଟଙ୍କା ସମେତ ମୋଟ ୧,୦୮,୧୩୫ ଟଙ୍କା ସଂଗ୍ରହ କରି ଫେରୁଥିଲେ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ଅପରାହ୍ନ ୪ଟାରେ ନିଜ ହୋଣ୍ଡା ସାଇନ ବାଇକ ଯୋଗେ ଫେରୁଥିବା ବେଳେ ଉଦେପୁର ବ୍ରିଜ ଠାରୁ ୨୦୦ ମିଟର ଦୂରରେ ଥିବା ଏକ ବୁଲାଣି ନିକଟରେ ଜଣେ ପିଲା ବାଇକ ସାମ୍ନାକୁ ଦୌଡ଼ି ଆସିଥିଲା। ଦୁର୍ଘଟଣା ଆଶଙ୍କା କରି ବ୍ରେକ ଦେଇ ରହିବା ପରେ ପଛରୁ ଆଉ ୩ ଜଣ ଯୁବକ ପାଖକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଏକ କାଠରେ ଅଜିତଙ୍କ ମୁଣ୍ଡକୁ ମାଡ ମାରିଥିଲା। ଅନ୍ୟମାନେ ମିଳିତ ଭାବେ ଆକ୍ରମଣ କରି ତାଙ୍କ ବାଇକ ଟାଣି ରାସ୍ତା ପାର୍ଶ୍ୱକୁ ଘୋଷାରି ନେଇଥିଲେ। ତଳେ ପକାଇ ପ୍ରବଳ ମାଡ ମାରିବା ସହ ଋଣ ବାବଦରେ ସଂଗ୍ରହ ହୋଇଥିବା ୧,୦୮,୧୩୫ ଟଙ୍କା, ଗୋଟିଏ ମୋବାଇଲ, କମ୍ପାନୀ ଟ୍ୟାବ, ବାୟୋମାଟ୍ରିକ୍ସ ଯନ୍ତ୍ର, ମନିପର୍ସ, ବ୍ୟାଗ ଲୁଟିନେଇ ବାଇକରେ ଫେରାର ହୋଇଯାଇଥିଲେ। ଅଜିତ କମ୍ପାନୀ ଶାଖାକୁ ଫେରି ଘଟଣା ସମ୍ପର୍କରେ ନିଜର ଶାଖା ପରିଚାଳକଙ୍କୁ ଜଣାଇଥିଲେ। ଉପରିସ୍ଥ ଅଧିକାରୀଙ୍କ ପରାମର୍ଶକ୍ରମେ ଲୁଟ ସମ୍ପର୍କରେ କଣ୍ଟାମାଲ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ ଏକ ମାମଲା ୮୯/୨୧ ରୁଜୁ କରି ତଦନ୍ତ ଚଳାଇଛି। ତେବେ ବିଭିନ୍ନ କାରଣରୁ ଲୁଟ ଘଟଣାକୁ ନେଇ ସନ୍ଦେହ ଉପୁଜିଛି।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଅଭାବନୀୟ ଘଟଣା: ବଜ୍ରାଘାତରେ ୯ ଗାଈ ମୃତ, ୧୧ ଆହତ

18 Jul 2021 By The Sakala

ମରଣାନ୍ତକ ଆକ୍ରମଣ କରି ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ

ବୌଦ୍ଧ/କଣ୍ଟାମାଲ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅଞ୍ଚଳରେ ଗତ କିଛିଦିନ ହେବ ଲୋକେ ଲୁଟେରାଙ୍କ ଶିକାର ହେଉଛନ୍ତି। ପୂର୍ବରୁ ଘାଟି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବାଇକ ଲୁଟି ନେଇଥିବା ବେଳେ ଏବେ ଜଣେ ଫଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ଲୁଟ ସମ୍ପର୍କିତ ମାମଲା ରୁଜୁକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି।

ଥାନାରେ ଦିଆଯାଇଥିବା ଏତଲା ଅନୁସାରେ, ସୋନପୁର ଜିଲ୍ଲା ବିନିକା ଥାନା ଅଞ୍ଚଳର ଅଜିତ କାଣ୍ଡ ଗତ ଦୁଇମାସ ହେବ ଭାରତ ଫଇନାନ୍ସ ପ୍ରାଇଭେଟ ଲିମିଟେଡ଼ର କଣ୍ଟାମାଲ ଶାଖାକୁ ବଦଳି ହୋଇ ଆସିଥିଲେ। କଣ୍ଟାମାଲ ଶାଖାରେ ସେ ସଙ୍ଗମ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ଏହି ସଂସ୍ଥା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରୁଥିବା ବେଳେ କାର୍ଯ୍ୟରେ ଯୋଗ ଦେବାପରେ ଘଟଣା ଦିନ ଶ୍ରୀ କାଣ୍ଡ ଋଣ ସଂଗ୍ରହ ପାଇଁ ବରଗାଁ ପଞ୍ଚାୟତକୁ ଯାଇଥିଲେ। ବକେୟା ଋଣ ବାବଦରେ ଏହି ପଞ୍ଚାୟତର ମଲିକୁଦ ଗ୍ରାମରୁ ୨୪୭୦୦ ଟଙ୍କା, କାଣିସେମେଲ ଗ୍ରାମରୁ ୨୪୭୫୦, ଲେଣ୍ଡ୍ରିମାଲ ଗ୍ରାମରୁ ୫୮୬୮୫ ଟଙ୍କା ସମେତ ମୋଟ ୧,୦୮,୧୩୫ ଟଙ୍କା ସଂଗ୍ରହ କରି ଫେରୁଥିଲେ।

ଅପରାହ୍ନ ୪ଟାରେ ନିଜ ହୋଣ୍ଡା ସାଇନ ବାଇକ ଯୋଗେ ଫେରୁଥିବା ବେଳେ ଉଦେପୁର ବ୍ରିଜ ଠାରୁ ୨୦୦ ମିଟର ଦୂରରେ ଥିବା ଏକ ବୁଲାଣି ନିକଟରେ ଜଣେ ପିଲା ବାଇକ ସାମ୍ନାକୁ ଦୌଡ଼ି ଆସିଥିଲା। ଦୁର୍ଘଟଣା ଆଶଙ୍କା କରି ବ୍ରେକ ଦେଇ ରହିବା ପରେ ପଛରୁ ଆଉ ୩ ଜଣ ଯୁବକ ପାଖକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଏକ କାଠରେ ଅଜିତଙ୍କ ମୁଣ୍ଡକୁ ମାଡ ମାରିଥିଲା। ଅନ୍ୟମାନେ ମିଳିତ ଭାବେ ଆକ୍ରମଣ କରି ତାଙ୍କ ବାଇକ ଟାଣି ରାସ୍ତା ପାର୍ଶ୍ୱକୁ ଘୋଷାରି ନେଇଥିଲେ। ତଳେ ପକାଇ ପ୍ରବଳ ମାଡ ମାରିବା ସହ ଋଣ ବାବଦରେ ସଂଗ୍ରହ ହୋଇଥିବା ୧,୦୮,୧୩୫ ଟଙ୍କା, ଗୋଟିଏ ମୋବାଇଲ, କମ୍ପାନୀ ଟ୍ୟାବ, ବାୟୋମାଟ୍ରିକ୍ସ ଯନ୍ତ୍ର, ମନିପର୍ସ, ବ୍ୟାଗ ଲୁଟିନେଇ ବାଇକରେ ଫେରାର ହୋଇଯାଇଥିଲେ। ଅଜିତ କମ୍ପାନୀ ଶାଖାକୁ ଫେରି ଘଟଣା ସମ୍ପର୍କରେ ନିଜର ଶାଖା ପରିଚାଳକଙ୍କୁ ଜଣାଇଥିଲେ। ଉପରିସ୍ଥ ଅଧିକାରୀଙ୍କ ପରାମର୍ଶକ୍ରମେ ଲୁଟ ସମ୍ପର୍କରେ କଣ୍ଟାମାଲ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ ଏକ ମାମଲା ୮୯/୨୧ ରୁଜୁ କରି ତଦନ୍ତ ଚଳାଇଛି। ତେବେ ବିଭିନ୍ନ କାରଣରୁ ଲୁଟ ଘଟଣାକୁ ନେଇ ସନ୍ଦେହ ଉପୁଜିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର